କ୍ରିକେଟ ଖେଳକୁ କେନ୍ଦ୍ର କରି ୩ ଛାତ୍ରଙ୍କୁ ମାଡ଼: ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁରେ ଏତଲା

କଟକ: କଟକ ଲାଲବାଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩ ଛାତ୍ରଙ୍କୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମାଡ଼ ଖାଇଥିବା ଜଣେ ଛାତ୍ରଙ୍କ ମାଆ। ଅଷ୍ଟମ ଶ୍ରେଣୀର ଜଣେ ଏବଂ ସପ୍ତମ ଶ୍ରେଣୀର ୨ ଜଣ ଛାତ୍ରଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସ୍କୁଲରେ କ୍ରିକେଟ୍ ମ୍ୟାଚକୁ କେନ୍ଦ୍ର କରି  ପିଲାଙ୍କୁ ମାଡ଼ ମରାଯାଇଛି। ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିବା ବେଳେ ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।