ଚିତାଚୈତନ ଲଗାଇ ୩୦ ଲକ୍ଷରୁ ଅଧିକ ଟଙ୍କା ଚିତା କାଟିଛି ବାସୁଦେବ!

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଚିତା ଚୈତନ ଲଗାଇ ପୂଜକ ବେଶରେ ବାସୁଦେବ ପଣ୍ଡା! ତାଙ୍କୁ କେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହିତ ଫେକ୍‌ ଫଟୋରେ ଦେଖିବାକୁ ମିଳୁଛି। ଆଉ କେତେବେଳେ ତାଙ୍କୁ ସେନା ଅଧିକାରୀଙ୍କ ସହିତ ଫଟୋରେ ଦେଖିବାକୁ ମିଳୁଛି। ଅତି ଚତୁରତାର ସହିତ ଫଟୋ ଏଡିଟ୍‌ କରି ନିଜକୁ ଫ୍ରେମ୍‌ରେ ରଖିଛନ୍ତି ବାସୁଦେବ। ପରବର୍ତ୍ତୀ ସମୟରେ ସେହି ଫଟୋ ଦେଖାଇ ସ୍ପଷ୍ଟ […]

Kendrapara

Kendrapara

Manoranjan Sial
  • Published: Wednesday, 14 September 2022
  • Updated: 14 September 2022, 10:08 PM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଚିତା ଚୈତନ ଲଗାଇ ପୂଜକ ବେଶରେ ବାସୁଦେବ ପଣ୍ଡା! ତାଙ୍କୁ କେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହିତ ଫେକ୍‌ ଫଟୋରେ ଦେଖିବାକୁ ମିଳୁଛି। ଆଉ କେତେବେଳେ ତାଙ୍କୁ ସେନା ଅଧିକାରୀଙ୍କ ସହିତ ଫଟୋରେ ଦେଖିବାକୁ ମିଳୁଛି। ଅତି ଚତୁରତାର ସହିତ ଫଟୋ ଏଡିଟ୍‌ କରି ନିଜକୁ ଫ୍ରେମ୍‌ରେ ରଖିଛନ୍ତି ବାସୁଦେବ। ପରବର୍ତ୍ତୀ ସମୟରେ ସେହି ଫଟୋ ଦେଖାଇ ସ୍ପଷ୍ଟ ଦିବାଲୋକରେ ଠକୁଥିଲେ। କାହାକୁ ଭଲ ଡାକ୍ତରକୁ ଦେଖାଇବାକୁ କହି ତ ଆଉ କାହାକୁ ସେନାରେ ଚାକିରି କରାଇଦେବାକୁ କହି, ଏମିତି କେତେ କ’ଣ ପ୍ରତିଶ୍ରୁତି ଦେଇ ବାସୁଦେବ ୩୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏପରି ୪୨୦ ଠକଙ୍କୁ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।

ନିକିରାଇ ଥାନା ଢୋଲ ଗାଁର ଯୁବକ ହେଉଛନ୍ତି ବାସୁଦେବ ପଣ୍ଡା। ପେଶାରେ ସେ ଜଣେ ପୂଜକ। ହେଲେ ନିଶା ଠକିବା। ତାଙ୍କ ଠକାମୀ ଶିକାର ହୋଇଛନ୍ତି ଜମରା ଗାଁର କରୁଣାକର ରଣା। କରୁଣାକରଙ୍କ ସାନ ଭାଇ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସାମାନ୍ୟ ରୋଗ ହୋଇଥିଲା। ହେଲେ ତାଙ୍କୁ କ୍ୟାନସର ହୋଇଥିବା କହି ଭୟଭୀତ କରାଇ ଥିଲେ ବାସୁଦେବ। ଭଲ ଡାକ୍ତର ଦେଖାଇବାକୁ ହେଲେ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। କିଛି ଉପାୟ ନପାଇ କରୁଣାକର, ସାନ ଭାଇର ଚିକିତ୍ସା ପାଇଁ ଜମି ବିକ୍ରି କରି ବାସୁଦେବଙ୍କୁ ଟଙ୍କା ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ କରୁଣାକର ଜାଣିଥିଲେ ଯେ ତାଙ୍କ ଭାଇକୁ ସାମାନ୍ୟ ରୋଗ ହୋଇଛି। ଡାକ୍ତରଙ୍କୁ ଦେଖାଇବା ପରେ ସବୁ କିଛି ସ୍ପଷ୍ଟ ହୋଇଥିଲା। ଏହା ପରେ କରୁଣାକର ଦେଇଥିବା ଟଙ୍କା ବାସୁଦେବଙ୍କୁ ମାଗିଥିଲେ। ମାତ୍ର ସେ ଧରାଛୁଆଁ ଦେଇଥିଲେ। ଶେଷରେ କିଛି ଉପାୟ ନପାଇ କରୁଣାକର ନିକିରାଇ ଥାନାରେ ଅଭିଯୋଗ କରିଥିଲେ।

ସେହିପରି ଆଉ ଜଣେ ଚାଷୀ ହେଉଛନ୍ତି ରବୀନ୍ଦ୍ର ସାହୁ। ତାଙ୍କୁ ଚୁନ ଲଗାଇଛନ୍ତି ବାସୁଦେବ ପଣ୍ଡା। ପୁଅକୁ ସେନା ବାହିନୀରେ ଚାକିରି କରାଇଦେବାକୁ କହି ରବୀନ୍ଦ୍ରଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ରବୀନ୍ଦ୍ର ଜାଣିଥିଲେ ବାସୁଦେବ ଜଣେ ଠକ ବୋଲି। ଏହା ପରେ ସେ ଦେଇଥିବା ଟଙ୍କା ଫେରି ପାଇବାକୁ ଚାହିଁଥିଲେ। ମାତ୍ର ବାସୁଦେବ ଧରାଛୁଆଁ ଦେଇନଥିଲେ। ସେ ମୋବାଇଲ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଠକାମୀରେ ଶିକାର ହୋଇଥିବା ଲୋକ ବାସୁଦେବଙ୍କ ଘରେ ପହଞ୍ଚିଥିଲେ। ହେଲେ ସେ ଫେରାର ହୋଇଯାଇଛନ୍ତି।

ବାସୁଦେବାଙ୍କ ଜାଲରେ କେବଳ କରୁଣାକର ଓ ରବୀନ୍ଦ୍ର ପଡ଼ି ନାହାଁନ୍ତି। ଏକାଧିକ ଲୋକଙ୍କୁ ବାସୁଦେବ ନିଜ ଫାସରେ ଫସାଇଥିବା ଅଭିଯୋଗ ହୋଇଛି। ଦେଶର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ନିଜ ଫଟୋକୁ ଏଡିଟ୍‌ କରି ଯୋଡ଼ି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲା। ପରେ ସମୟ ସୁବିଧା ଦେଖି ବିଭିନ୍ନ ଲାଳସା ଦେଖାଇ ଟଙ୍କା ଆଦାୟ କରିଥିଲା। ବାସୁଦେବଙ୍କ ନାଁରେ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ୍‌ ନୀରବଦ୍ରଷ୍ଟା ସାଜିଥିଲା। ପରେ ଘଟଣା କେନ୍ଦ୍ରାପଡ଼ା ଏସ୍‌ପିଙ୍କ ପାଖକୁ ଯାଇଥିଲା। ଏସ୍‌ପି ପୂରା ଘଟଣା ଶୁଣିବା ପରେ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story