ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ଉପରମୁହାଁ ହୋଇଛି କରୋନା ଗ୍ରାଫ। ଗତକାଲି ପ୍ରଥମଥର ପାଇଁ ୩ ହଜାର ତଳକୁ କମିଥିବା ସଂକ୍ରମିତଙ୍କ ସଂଖ୍ୟା ଆଜି ହଠାତ୍ ପୁଣି ଲମ୍ବ ଡିଆଁ ମାରିଛି। ଗତ ୨୪ ଘଣ୍ଟାରେ ୩,୪୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩୪୫୬ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୧୯୭୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୧୪୮୩।
ଖୋର୍ଦ୍ଧା ସର୍ବାଧିକ ୪୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୮୦, ଯାଜପୁରରୁ ୨୬୭, ଭଦ୍ରକରୁ ୧୯୪, ମୟୂରଭଂଜରୁ ୧୮୦, ବାଲେଶ୍ୱରରୁ ୧୭୪, କେନ୍ଦ୍ରାପଡ଼ାରୁ ୧୪୭ ଓ ଅନୁଗୁଳରୁ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବାଦ ନୟାଗଡ଼ରୁ ୧୨୬, କେନ୍ଦୁଝରରୁ ୭୩, ବରଗଡ଼ରୁ ୬୯, ବଲାଙ୍ଗିରରୁ ୨୮, ବୌଦ୍ଧରୁ ୨୫, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୫୭, ଗଜପତିରୁ ୧୭, ଗଂଜାମରୁ ୧୯, ଜଗତସିଂହପୁରରୁ ୮୧, ଝାରସୁଗୁଡ଼ାରୁ ୨୦, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୧, ମାଲକାନଗିରିରୁ ୮୨ ଓ କୋରାପୁଟରୁ ୮୧, ନବରଙ୍ଗପୁରରୁ ୪୨ ଆକ୍ରାନ୍ତ, ଚିହ୍ନଟ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼, ତଦନ୍ତ କରିବ କି ସିବିଆଇ?
ନବଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛୁ ବୋଲି ଦାବି କରିଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନାରେ ସିବିଆଇ ତଦନ୍ତ ସମ୍ପର୍କରେ ଉଲ୍ଲେଖ ନଥିବାରୁ କିଏ ସତ କହୁଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

Miscellaneous
କିଟ୍ ବିବାଦ: ଗୃହରେ ଉଦବେଗ, ଉଚ୍ଚଶିକ୍ଷା ମନ୍ତ୍ରୀ ନିରବ: ଅଚ୍ୟୁତଙ୍କ ନାଁରେ ଜମି ହଡ଼ପ ମାମଲା ରୁଜୁ
କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ଇନଫୋସିଟି ଥାନାରେ ଜମି ହଡ଼ପ ମାମଲା ରୁଜୁ ହୋଇଛି । ଆଉ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ କୋହଳ ଆଭିମୁଖ୍ୟ ଯୋଗୁ ମୁଖ୍ୟ ଅଭିଯୁକ୍ତ ଅଦ୍ୱିକ୍ ଶ୍ରୀବାସ୍ତବ ଜାମିନ ପାଇବାର ସମ୍ଭାବନା ଥିବା ଜଣାପଡ଼ିଛି ।

Miscellaneous
ଏଆଇ ଆପ୍ ଲଢ଼େଇ: ଅଜବ ଉତ୍ତର ଦେଇ ବିବାଦରେ Grok!
ମାତ୍ର ମାସେ ତଳେ ଆସିଥିବା ଏଲନ ମସ୍କଙ୍କ ଏଆଇ-ଗ୍ରକ୍-3 ତାଙ୍କ କମ୍ପାନୀ X ବା ଟ୍ୱିଟରରେ ଚାଲିଥିବା କଥାବାର୍ତ୍ତା ଓ ଆଲୋଚନାରୁ ବି ତଥ୍ୟ ନେଇ ଅନେକ ପ୍ରସଙ୍ଗରେ ମଜାଳିଆ ଢଙ୍ଗରେ ଉତ୍ତର ଦେଉଛି।

Miscellaneous
ଓଡ଼ିଶାରେ ବଢ଼ିଚାଲିଛି ଏଚଆଇଭି ସଂକ୍ରମିତ: ଚିହ୍ନଟ ହେଲେଣି ୬୩୭୪୨ଜଣ
ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଓ ସଂକ୍ରମଣ ହାରକୁ ପ୍ରଶମିତ କରିବା ପାଇଁ ରାଜ୍ୟରେ ମୋଟ ୨୦ଟି ଏଆରଟି କେନ୍ଦ୍ର, ୧୭ଟି ଲିଙ୍କ୍ ଏଆରଟି ଓ ୧୨ଟି ଗୋଷ୍ଠୀ ସେବା କେନ୍ଦ୍ର କାର୍ଯ୍ୟ କରୁଛି।

Miscellaneous
କାହା ସୁରକ୍ଷାରେ ରାଜା ଚକ୍ର: ସନ୍ଦେହରେ କ୍ରାଇମବ୍ରାଂଚ, କାହିଁକି ଥମିଗଲା ତଦନ୍ତ?
ରାଜାଙ୍କୁ ଗିରଫ ପରେ ରାଜ୍ୟ କ୍ରାଇମବ୍ରାଂଚ ଡିଜି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର କଳା ସାମ୍ରାଜ୍ୟର ଚିଠା ଦେଲେ। କିନ୍ତୁ କ୍ରାଇମବ୍ରାଂଚ ରାଜାଙ୍କୁ ରିମାଣ୍ଡରେ ଆଣିଲା ନାହିଁ କିମ୍ବା ରାଜାଙ୍କ ପକ୍ଷରୁ ତାଙ୍କର ଜାମିନ ପାଇଁ ମଧ୍ୟ ଆବେଦନ ହେଲାନାହିଁ ।