ଆସନ୍ତାକାଲିଠାରୁ ଜାତୀୟ ମିଡିଆ କନ୍‌କ୍ଲେଭ୍‌

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ୨୧ ତାରିଖରୁ ୩ ଦିନ ଧରି ଆୟୋଜିତ ହେଉଛି ଜାତୀୟ ମିଡିଆ କନ୍‌କ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣ। ଏହି ମିଡିଆ ମହାକୁମ୍ଭରେ ୫୦୦ରୁ ଊର୍ଦ୍ଧ୍ୱ ଶିକ୍ଷାବିତ୍‌ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେବେ। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କିଟ୍‌ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହେବାକୁ ଥିବା ଏହି କନ୍‌କ୍ଲେଭ୍‌କୁ ଉଦ୍‌ଘାଟନ କରିବେ। ଏହି ଉତ୍ସବରେ ସାଂସଦ ତଥା ‘ପ୍ରଜାତନ୍ତ୍ର’ ସମ୍ପାଦକ ଭର୍ତ୍ତୃହରି ମହତାବ, ରାୟପୁରସ୍ଥିତ କେଟିୟୁଜେଏମର କୁଳପତି ପ୍ରଫେସର ଏମଏସ ପାରମାର ପ୍ରମୁଖ ସମ୍ମାନିତ […]

media-conclave

media-conclave

Subrat Kumar Nayak
  • Published: Tuesday, 20 November 2018
  • Updated: 20 November 2018, 04:21 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ୨୧ ତାରିଖରୁ ୩ ଦିନ ଧରି ଆୟୋଜିତ ହେଉଛି ଜାତୀୟ ମିଡିଆ କନ୍‌କ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣ। ଏହି ମିଡିଆ ମହାକୁମ୍ଭରେ ୫୦୦ରୁ ଊର୍ଦ୍ଧ୍ୱ ଶିକ୍ଷାବିତ୍‌ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେବେ। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କିଟ୍‌ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହେବାକୁ ଥିବା ଏହି କନ୍‌କ୍ଲେଭ୍‌କୁ ଉଦ୍‌ଘାଟନ କରିବେ।

ଏହି ଉତ୍ସବରେ ସାଂସଦ ତଥା 'ପ୍ରଜାତନ୍ତ୍ର' ସମ୍ପାଦକ ଭର୍ତ୍ତୃହରି ମହତାବ, ରାୟପୁରସ୍ଥିତ କେଟିୟୁଜେଏମର କୁଳପତି ପ୍ରଫେସର ଏମଏସ ପାରମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ପ୍ରାରମ୍ଭିକ ଅଭିଭାଷଣ ଉପସ୍ଥାପନ କରିବେ।

ଏହିଁ ତିନି ଦିନିଆ ମିଡିଆ ସମ୍ମିଳନୀରେ ୫ଟି ବିଶ୍ୱବିଦ୍ୟାଳୟର କୁଳପତି, ୧୦୦ରୁ ଊର୍ଦ୍ଧ୍ୱ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସରମାନେ ଯୋଗଦେବେ। ଏହି ଅବସରରେ ୧୨୮ ଜଣ ରିସର୍ଚ୍ଚ ସ୍କଲାର ନିଜ ପସନ୍ଦର ସନ୍ଦର୍ଭ ଖୋଲା ଆଲୋଚନା ନିମନ୍ତେ ଉପସ୍ଥାପନ କରିବେ।

ପ୍ରଥମ ଦିନରେ ଭାରତର ରାଜନୀତିକ ଅର୍ଥନୀତି ଶୀର୍ଷକରେ ଏକ ସମ୍ପାନ ଅନୁଷ୍ଠିତ ହେବ। ଦ୍ୱିତୀୟ ଦିନ ବିକାଶର ମିଡିଆ ଏବଂ ବିକାଶ ପାଇଁ ମିଡିଆ ବାବଦରେ ଆଲୋଚନା ହେବ। ସେହିଭଳି ଓଡ଼ିଶା ବାହାରୁ ଆସିଥିବା ୩୦୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ ମତ ରଖିବେ।

ଆୟୋଜକ ଭୁବନେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିଡିଆ ଷ୍ଟଡିଜ୍‌ ପକ୍ଷରୁ ଏହାର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସୂଚନା ଦେଇ କହିଛନ୍ତି, ଏଥିରେ ଓଡ଼ିଶା ସମେତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ ଯୋଗଦେବେ। ଉଦଯାପନୀ ଉତ୍ସବରେ ଓଡ଼ିଶାର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେବେ ଏବଂ ବିଭିନ୍ନ ଦିନରେ ଅନ୍ୟ କିଛି ବିଧାୟକ ଏବଂ ସାଂସଦମାନେ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos