କରୋନା ସନ୍ଦିଗ୍ଧ ୨ ଦମ୍ପତି ଆଇସୋଲେସନ ଓ୍ୱାର୍ଡରେ ଭର୍ତ୍ତି

ବଲାଙ୍ଗିର/ବ୍ରହ୍ମପୁର/ଦାରିଙ୍ଗିବାଡ଼ି: ସମସ୍ତଙ୍କୁ ଘାରିଛି କରୋନା ଭୟ। ଆମ ରାଜ୍ୟରେ ଏବେ ବି କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ରାଜ୍ୟ ତଥା ଦେଶ ବାହାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ରାଜ୍ୟ ତଥା ଦେଶ ବାହାରକୁ ଯାଇ ଫେରୁଥିବା ବ୍ୟକ୍ତିଙ୍କୁ ନିଜ ସମ୍ପର୍କରେ ଅବଗତ କରାଇବାକୁ କୁହାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ମଧ୍ୟ ପରାମର୍ଶ ଦିଆଯାଉଛି। ବଲାଙ୍ଗିର ଜିଲ୍ଲାରେ କରୋନା ସନ୍ଦେହରେ ଦଂପତିଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି। ସେମାନେ […]

corona-1

corona-1

Niharika Rout
  • Published: Saturday, 14 March 2020
  • Updated: 14 March 2020, 08:23 AM IST

Sports

Latest News

ବଲାଙ୍ଗିର/ବ୍ରହ୍ମପୁର/ଦାରିଙ୍ଗିବାଡ଼ି: ସମସ୍ତଙ୍କୁ ଘାରିଛି କରୋନା ଭୟ। ଆମ ରାଜ୍ୟରେ ଏବେ ବି କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ରାଜ୍ୟ ତଥା ଦେଶ ବାହାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ରାଜ୍ୟ ତଥା ଦେଶ ବାହାରକୁ ଯାଇ ଫେରୁଥିବା ବ୍ୟକ୍ତିଙ୍କୁ ନିଜ ସମ୍ପର୍କରେ ଅବଗତ କରାଇବାକୁ କୁହାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ମଧ୍ୟ ପରାମର୍ଶ ଦିଆଯାଉଛି।

ବଲାଙ୍ଗିର ଜିଲ୍ଲାରେ କରୋନା ସନ୍ଦେହରେ ଦଂପତିଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି। ସେମାନେ ସଂପର୍କୀୟଙ୍କ ମୃତ୍ୟୁ ଖବର ପାଇ କାନାଡ଼ାରୁ ଓଡ଼ିଶା ଫେରିଛନ୍ତି। ତାଙ୍କଠାରେ କରୋନା ସଂପର୍କିତ କୌଣସି ଲକ୍ଷଣ ଦେଖାଯାଉନଥିଲେ ବି କାନାଡ଼ାରେ କରୋନା ବ୍ୟାପିଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ବଲାଙ୍ଗୀର ଜିଲ୍ଲା ମେଡିକାଲର ଆଇସୋଲେସନ ଓ୍ୱାର୍ଡରେ ରଖିଛନ୍ତି।

ସେହିପରି ଦୁବାଇରୁ ବ୍ରହ୍ମପୁର ଫେରିଥିବା ଜଣେ ବ୍ୟକ୍ତିଙ୍କୁ ବ୍ରହ୍ମପୁର ଏମ୍‌କେସିଜିର କରୋନା ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି। ଉକ୍ତ ବ୍ୟକ୍ତିଙ୍କ ସହ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହି ଦମ୍ପତି ଚିକିଟି ଅଞ୍ଚଳର ବୋଲି ଜଣାପଡିଛି। ବ୍ୟକ୍ତିଜଣକ ଦୁବାଇରୁ ବିଶାଖାପାଟଣା ଏୟାରପୋର୍ଟରେ ପହଞ୍ଚିବା ପରେ ଗାଁକୁ ଆସିଥିଲେ। ବିଦେଶରୁ ଫେରିଥିବା ଜଣାପଡିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁବାଇରୁ ଫେରିଥିବା ବ୍ୟକ୍ତିଜଣଙ୍କୁ ନିମୋନିଆ ହୋଇଥିବା ସୂଚନା ଦେଇଛନ୍ତି ଡାକ୍ତର। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

ସେପଟେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଅଞ୍ଚଳରେ ଜଣେ ଯୁବତୀ ତାମିଲନାଡ଼ୁରୁ ଘରକୁ ଫେରିଥିବାରୁ ତାଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ଫୁଲବାଣୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos