RSPରେ ଗ୍ୟାସ୍ ଲିକ୍‌ ଯୋଗୁ ଆଖି ବୁଜିଲେ ୪ ଠିକା ଶ୍ରମିକ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ। କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ୧୦ ଜଣ ଅସୁସ୍ଥ ହୋଇପଡ଼ିଥିବା ବେଳେ  ସେମାନଙ୍କ ମଧ୍ୟରୁ ୪ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା RSP କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,  ଆଜି ସକାଳ ପ୍ରାୟ ୯ଟା ବେଳେ RSPର କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ  କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଗ୍ୟାସ୍ ଲିକ୍ ହୋଇଥିଲା। ଖବର ପାଇ  ପ୍ଲାଣ୍ଟର ଅଗ୍ନିଶମ କର୍ମଚାରୀ ପହଞ୍ଚି ଅସୁସ୍ଥ ୧୦ ଜଣଙ୍କୁ ଉଦ୍ଧାର […]

RSP

Madhupriya Mistry
  • Published: Wednesday, 06 January 2021
  • , Updated: 06 January 2021, 01:18 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ। କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ୧୦ ଜଣ ଅସୁସ୍ଥ ହୋଇପଡ଼ିଥିବା ବେଳେ  ସେମାନଙ୍କ ମଧ୍ୟରୁ ୪ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା RSP କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ,  ଆଜି ସକାଳ ପ୍ରାୟ ୯ଟା ବେଳେ RSPର କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ  କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଗ୍ୟାସ୍ ଲିକ୍ ହୋଇଥିଲା। ଖବର ପାଇ  ପ୍ଲାଣ୍ଟର ଅଗ୍ନିଶମ କର୍ମଚାରୀ ପହଞ୍ଚି ଅସୁସ୍ଥ ୧୦ ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ପ୍ଲାଣ୍ଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ସେଠାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।  ଅନ୍ୟ ୬ ଜଣ ସୁସ୍ଥ ଥିବା ଜଣାପଡ଼ିଛି।

ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ପ୍ଲାଣ୍ଟ ମଧ୍ୟରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ମୃତ ଠିକା ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ  ଥଇଥାନ କରିବାକୁ ଦାବି ହୋଇଛି। ପୂର୍ବରୁ ମଧ୍ୟ କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଅଘଟଣ ଘଟି ବହୁ ଜୀବନହାନୀ ହୋଇଥିବା ବେଳେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଉ ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

RSP କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ଘଟଣାରେ ୪ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକଟ କରି ଟ୍ୱିଟ କରିଛନ୍ତି। ଏଥିସହ  ଏହି ଘଟଣାରେ ଅସୁସ୍ଥ ହୋଇପଡ଼ିଥିବା ଅନ୍ୟ ୬ଜଣଙ୍କ  ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

Related story