ଖେଳୁ ଖେଳୁ ଫୁଟିଗଲା ଅଫୁଟା ବାଣ, ୪ ନାବାଳକ ଗୁରୁତର

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଅଫୁଟା ବାଣରେ ଖେଳୁଥିବା ବେଳେ ତାହା ଫୁଟିଗଲା। ଫଳରେ ଗୁରୁତର ହେଲେ ୪ ନାବାଳକ । ଏପରି ଅଘଟଣ ଆଜି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଗଁପୁରରେ ଘଟିଛି। ସୂଚନା ଅନୁଯାୟୀ, ଗଁପୁର ନିକଟରେ ସ୍ଥାନୀୟ ପାର୍କ ଉଦଘାଟନ ବେଳେ ବାଣ ଫୁଟାଯାଇଥିଲା । ଫଳରେ ସେଠାରେ କିଛି ଅଫୁଟା ବାଣ ପଡ଼ି ରହିଥିଲା। ଏହାପରେ ଆଜି ଉକ୍ତ ସ୍ଥାନରେ କିଛି ପିଲା ଖେଳୁଥିବା ବେଳେ ତାହା ଫୁଟିଥିଲା। ଫଳରେ ୪ ନାବାଳକ ଗୁରୁତର […]

blast

blast

Niharika Rout
  • Published: Thursday, 30 December 2021
  • Updated: 30 December 2021, 02:09 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଅଫୁଟା ବାଣରେ ଖେଳୁଥିବା ବେଳେ ତାହା ଫୁଟିଗଲା। ଫଳରେ ଗୁରୁତର ହେଲେ ୪ ନାବାଳକ । ଏପରି ଅଘଟଣ ଆଜି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଗଁପୁରରେ ଘଟିଛି।

ସୂଚନା ଅନୁଯାୟୀ, ଗଁପୁର ନିକଟରେ ସ୍ଥାନୀୟ ପାର୍କ ଉଦଘାଟନ ବେଳେ ବାଣ ଫୁଟାଯାଇଥିଲା । ଫଳରେ ସେଠାରେ କିଛି ଅଫୁଟା ବାଣ ପଡ଼ି ରହିଥିଲା। ଏହାପରେ ଆଜି ଉକ୍ତ ସ୍ଥାନରେ କିଛି ପିଲା ଖେଳୁଥିବା ବେଳେ ତାହା ଫୁଟିଥିଲା। ଫଳରେ ୪ ନାବାଳକ ଗୁରୁତର ହୋଇପଡ଼ିଛନ୍ତି।

ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos