ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତନ୍ତ୍ର ଦିବସ ଅବସରରେ ୪୩ ଜଣ ପୁଲିସ୍ କର୍ମଚାରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସମ୍ମାନିତ କରିଛନ୍ତି। ୨୦୧୭ ମସିହାରେ କୋରାପୁଟ ରାଇଗୁଡ଼ା ଜଙ୍ଗଲରେ ମାଓବାଦୀ ଅପରେସନ୍ ଓ ୨୦୧୬ରେ କଳାହାଣ୍ଡିରେ ମାଓବାଦୀଙ୍କ ସଶସ୍ତ୍ର ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଥିବା ୧୧ଜଣ ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁଲିସ ପଦକ ଦିଆଯାଇଛି।
ଚାରି ଜଣ ପୁଲିସ୍ କର୍ମଚାରଙ୍କୁ ବିଶିଷ୍ଟ ସେବା ପାଇଁ ପୁଲିସ ପଦକ ମିଳିଛି। ସେମାନେ ହେଲେ ସରୋଜ କୁମାର ରଥ, ଜ୍ଞାନ ରଞ୍ଜନ ମହାନ୍ତି, ଏମ୍.ରାଧା କ୍ରିଷ୍ଣା ଓ ରମେଶ ଚନ୍ଦ୍ର ନାୟକ।
ସେହିପରି ୧୪ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ଓ ୧୪ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟପାଳ ପୁଲିସ ପଦକ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧୂର୍ତ୍ତ ASI: ଗ୍ରାମରକ୍ଷୀଙ୍କୁ ଫସାଇ ଭିଜିଲାନ୍ସ ପଞ୍ଝାରୁ ମାରିଲେ ଚମ୍ପଟ
ଭିଜିଲାନ୍ସ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କୁ ଅଟକ ରଖିବା ସହ ASIଙ୍କୁ ଖୋଜୁଛି ଭିଜିଲାନ୍ସ।
Accident
ଇଭି ଶୋ' ରୁମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଏକାଧିକ ଗାଡ଼ି
ସର୍ଟସର୍କିଟରୁ ଶୋ' ରୁମରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
Weather
ପଶ୍ଚିମା ଝଡ଼ ପ୍ରଭାବ; କାଲିଠୁ ପୁଣି ଛେଚିବ
ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।