କାଳିଆ ଯୋଜନାରେ ୪୫,୯୬୫ଜଣ ଅଯୋଗ୍ୟ, ଯାଜପୁରରେ ସର୍ବାଧିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ଯୋଜନାରେ ଏବେସୁଦ୍ଧା ମୋଟ ୪୫,୯୬୫ଜଣଙ୍କୁ ଅଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି। ସେମାନଙ୍କୁ ମୋଟ ୨୨ କୋଟି ୯୮ଲକ୍ଷ ୨୫ହଜାର ଟଙ୍କା ଆବଣ୍ଟନ କରାଯାଇଛି। ଏହି ଅର୍ଥ ସମ୍ପୃକ୍ତ ଅଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚଳିତବର୍ଷ ଜାନୁୟାରୀରୁ ମେ’ ମାସ ମଧ୍ୟରେ ପଠାଯାଇଛି। ତେବେ ସର୍ବାଧିକ ଅଯୋଗ୍ୟ ହିତାଧିକାରୀ ଯାଜପୁର ବ୍ଲକରେ ବୋଲି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଆଜି ବିଧାନସଭାରେ କାଳିଆ ଯୋଜନା ସଂକ୍ରାନ୍ତରେ ବିଧାୟକ ସୌମ୍ୟରଞ୍ଜନ […]

kalia

kalia

Manoranjan Sial
  • Published: Wednesday, 13 November 2019
  • Updated: 13 November 2019, 07:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ଯୋଜନାରେ ଏବେସୁଦ୍ଧା ମୋଟ ୪୫,୯୬୫ଜଣଙ୍କୁ ଅଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି। ସେମାନଙ୍କୁ ମୋଟ ୨୨ କୋଟି ୯୮ଲକ୍ଷ ୨୫ହଜାର ଟଙ୍କା ଆବଣ୍ଟନ କରାଯାଇଛି। ଏହି ଅର୍ଥ ସମ୍ପୃକ୍ତ ଅଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚଳିତବର୍ଷ ଜାନୁୟାରୀରୁ ମେ’ ମାସ ମଧ୍ୟରେ ପଠାଯାଇଛି। ତେବେ ସର୍ବାଧିକ ଅଯୋଗ୍ୟ ହିତାଧିକାରୀ ଯାଜପୁର ବ୍ଲକରେ ବୋଲି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

ଆଜି ବିଧାନସଭାରେ କାଳିଆ ଯୋଜନା ସଂକ୍ରାନ୍ତରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ମଦନମୋହନ ଦତ୍ତ ଓ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, ‘କାଳିଆ’ ଯୋଜନାରେ ମୋଟ ୫୧,୦୫,୨୯୦ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇ ପ୍ରଥମ କିସ୍ତି ପ୍ରତ୍ୟେକଙ୍କୁ ୫ହଜାର ଟଙ୍କା ପ୍ରଦାନ କରାଯାଇଛି। ଏବେସୁଦ୍ଧା ମୋଟ ୪୫,୯୬୫ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏହି ଯାଞ୍ଚ ବା ତନଖି କାର୍ଯ୍ୟ ଏବେସୁଦ୍ଧା ଜାରି ରହିଛି। ଏହା ସମ୍ପୂର୍ଣ୍ଣ ହେଲାପରେ ଯୋଗ୍ୟ ହିତାଧିକାରୀଙ୍କ ଚୂଡ଼ାନ୍ତ ତାଲିକା ଅନଲାଇନ ମାଧ୍ୟମରେ ପ୍ରକାଶିତ କରାଯିବ।

କାଳିଆ ଯୋଜନାରେ କୌଣସି ଜାଲ୍ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରାଯାଇ ନାହିଁ। ଏହି ଯୋଜନାରେ ଦ୍ୱିତୀୟ କିସ୍ତି ଆର୍ଥିକ ସହାୟତା ରାଶି ଚଳିତ ନଭେମ୍ବର ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି। ଯୋଗ୍ୟ ତାଲିକାରୁ ବାଦ୍ ପଡ଼ିଥିବା ହିତାଧିକାରୀମାନେ କିପରି ସହାୟତା ପାଇପାରିବେ ସେଥିପାଇଁ ପଦକ୍ଷେପ ନିଆଯାଉଛି।

ସେହିପରି କୃଷିମନ୍ତ୍ରୀ ଶ୍ରୀ ସାହୁଙ୍କ ନିଜ ଜିଲ୍ଲା ନୟାଗଡ଼ରେ ପ୍ରାୟ ୧୯୦୦ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos