ମାଲେସିଆରେ ଫସିଥିବା ୫ ଓଡ଼ିଆ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲେସିଆରେ ଫସିଥିବା ୫ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ଶ୍ରମିକ ଲକ୍ଷ୍ମୀଧର ପ୍ରଧାନଙ୍କ ସମେତ ତିନି ଜଣ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଅନ୍ୟ ଦୁଇ ଜଣ ଶ୍ରମିକ ଆାସନ୍ତା ୨୭ ତାରିଖରେ ଓଡ଼ିଶା ଫେରିବେ। ମାଲେସିଆରେ ଏହି ପାଞ୍ଚ ଜଣ ଶ୍ରମିକ ଫସିଥିବା ନେଇ ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇ ସେମାନଙ୍କୁ ଫେରାଇ ଆଣିବାକୁ ଗୁହାରି କରିଥିଲେ ପୀଡ଼ିତଙ୍କ ପରିବାର । ଏହାପରେ ମାଲେସିଆରେ ଅବସ୍ଥାପିତ ଭାରତୀୟ […]

labour-1

labour-1

Niharika Rout
  • Published: Tuesday, 24 December 2019
  • Updated: 24 December 2019, 12:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲେସିଆରେ ଫସିଥିବା ୫ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ଶ୍ରମିକ ଲକ୍ଷ୍ମୀଧର ପ୍ରଧାନଙ୍କ ସମେତ ତିନି ଜଣ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଅନ୍ୟ ଦୁଇ ଜଣ ଶ୍ରମିକ ଆାସନ୍ତା ୨୭ ତାରିଖରେ ଓଡ଼ିଶା ଫେରିବେ। ମାଲେସିଆରେ ଏହି ପାଞ୍ଚ ଜଣ ଶ୍ରମିକ ଫସିଥିବା ନେଇ ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇ ସେମାନଙ୍କୁ ଫେରାଇ ଆଣିବାକୁ ଗୁହାରି କରିଥିଲେ ପୀଡ଼ିତଙ୍କ ପରିବାର ।

ଏହାପରେ ମାଲେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରିଥିଲେ ବୈଜୟନ୍ତ । ରାଷ୍ଟ୍ରଦୂତଙ୍କୁ ଏନେଇ ଚିଠି ଲେଖିବା ପରେ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ନୟାଗଡ଼ର ଏହି ୫ ଜଣ ଶ୍ରମିକ ମାଲେସିଆର ଏକ କମ୍ପାନିରେ କାମ କରିବାକୁ ଯାଇଥିଲେ । ସେଠି ତାଙ୍କୁ ଚୁକ୍ତି ଅନୁଯାୟୀ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ଦିଆଯାଇନଥିବା ଅଭିଯୋଗ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos