ବିଜେପୁରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ପଚାରିଲା ୫ ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ୬ମାସ ଧରି ବିଜେପୁର ନିର୍ବାଚନମଣ୍ଡଳୀ ପ୍ରତିନିଧି ବିହୀନ ହୋଇଚାଲିଛି। ଏହି ଅବଧି ମଧ୍ୟରେ ବିଜେପୁର ଅଞ୍ଚଳର ବିକାଶରେ ଯେଉଁ କ୍ଷତି ହେଲା ସେଥିପାଇଁ ବି ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ବିଜେପି କହିଛି। ବିଜେପୁର ଉପନିର୍ବାଚନକୁ ନେଇ ଏବେ ପ୍ରଚାର ଅଭିଯାନ ଜୋରଦାର ହୋଇଥିବାବେଳେ ବିଜେପି ପକ୍ଷରୁ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରାଯାଇ ୫ଟି ପ୍ରଶ୍ନ ପଚରାଯାଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ବିଜେପି ନେତା ତଥା […]

432167

432167

Tapas Behera
  • Published: Sunday, 29 September 2019
  • Updated: 29 September 2019, 07:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ୬ମାସ ଧରି ବିଜେପୁର ନିର୍ବାଚନମଣ୍ଡଳୀ ପ୍ରତିନିଧି ବିହୀନ ହୋଇଚାଲିଛି। ଏହି ଅବଧି ମଧ୍ୟରେ ବିଜେପୁର ଅଞ୍ଚଳର ବିକାଶରେ ଯେଉଁ କ୍ଷତି ହେଲା ସେଥିପାଇଁ ବି ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ବିଜେପି କହିଛି। ବିଜେପୁର ଉପନିର୍ବାଚନକୁ ନେଇ ଏବେ ପ୍ରଚାର ଅଭିଯାନ ଜୋରଦାର ହୋଇଥିବାବେଳେ ବିଜେପି ପକ୍ଷରୁ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରାଯାଇ ୫ଟି ପ୍ରଶ୍ନ ପଚରାଯାଇଛି।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ବିଜେପି ନେତା ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପୁରରେ ବିକାଶ ବାଧାପ୍ରାପ୍ତ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଦାୟୀ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଦୁଇଟି ସ୍ଥାନରେ ନିର୍ବାଚନ ଲଢ଼ିବା ଯୋଗୁ ବିଜେପୁରେ ଏଭଳି ଉପନିର୍ବାଚନ ହେଉଛି । ଉପନିର୍ବାଚନ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ତାହା ଜାଣି ବି ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ପ୍ରତାରଣା କରିଛନ୍ତି। ଏହି ଅବସରରେ ଶ୍ରୀ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରି ତା’ର ଉତ୍ତର ରଖିବାକୁ କହିଛନ୍ତି ।

(୧) ମୁଖ୍ୟମନ୍ତ୍ରୀ ବିଜେପୁର ସାଧାରଣ ନିର୍ବାଚନ ପାଇଁ କାହିଁକି ଆସିଥିଲେ ଏବଂ ଛାଡ଼ିକି ପଲେଇଲେ କାହିଁକି ତା’ର ଉତ୍ତର ଦିଅନ୍ତୁ। ହିଞ୍ଜିଳି ନଛାଡ଼ି କାହିଁକି ବିଜେପୁର ଛାଡ଼ିଲେ ? ହିଞ୍ଜିଳିରେ ହାରିବା ଭୟରେ ବିଜେପୁରରୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିଲେ କି?
(୨) ୨୦୧୮ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ଯେ ବିଜେପୁର ବିକାଶର ଦାୟିତ୍ୱ ସେ ନିଜେ ହାତକୁ ନେବେ। ବିଜେପୁରର ବିକାଶ ତାଙ୍କର ଦାୟିତ୍ୱ। ଗତ ବଷର୍କ ଭିତରେ ବିଜେପୁରରେ କ’ଣ ବିକାଶ କରିଛନ୍ତି ତାହା ସ୍ପଷ୍ଟ କରନ୍ତୁ ?
(୩) ବିଜେପୁରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେଥିମଧ୍ୟରୁ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଏଯାବତ ଆରମ୍ଭ ହେଲା ନାହିଁ କାହିଁକି? ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରକଳ୍ପ ଗୁଡିକରୁ କେତୋଟି ପ୍ରକଳ୍ପ ଆରମ୍ଭ ହୋଇଛି ତାହା ସ୍ପଷ୍ଟ କରନ୍ତୁ ?

(୪) ବରଗଡ଼ର ସୋହେଲାରେ ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ଲେଖାଏ ବୋନସ୍ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଦେଲେ ନାହିଁ କାହିଁକି ?
(୫) ୨୦୧୮ ଉପନିର୍ବାଚନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେପୁରରେ ଡାକ୍ତର ଓ ଶିକ୍ଷକ ଆଦି ବିଭିନ୍ନ ପଦବୀ ପୂରଣ କରାଗଲା। କିନ୍ତୁ ର୍ଦୁଭାଗ୍ୟର କଥା କି, ନିର୍ବାଚନ ଭୋଟ ଗଣତି ଦିନ କେହି ବି ରହିଲେ ନାହିାଁ ସାଧାରଣ ନିର୍ବାଚନରେ ବି ସମାନ ଢଙ୍ଗରେ ଅସ୍ଥାୟୀ ଭାବେ କିଛି ସରକାରୀ କର୍ମଚାରୀଙ୍କୁ ଆଣି ବିଭିନ୍ନ ପଦପଦବୀରେ ରଖି ପରେ ସେମାନଙ୍କୁ ଫେରାଇ ନେବା ବିଜେପୁରବାସୀଙ୍କ ସ୍ୱାର୍ଥ ପାଇଁ କେତେ ଶୁଭଙ୍କର ତା’ର ଉତ୍ତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ବିଜେପି ଦାବି କରିଛି।
ଶ୍ରୀ ପୂଜାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଲଢେଇ ସଂସ୍କାର ଏବଂ ମର୍ଯ୍ୟାଦା ଭିତରେ ରହିବା କଥ।। ଆଦର୍ଶ ଆଚରଣ ବିଧିକୁ ମାନି ପ୍ରତ୍ୟେକ ଦଳ ନିର୍ବାଚନ ଲଢିବାର ଆବଶ୍ୟକତା ରହିଛି । ନିର୍ବାଚନକୁ ଜିତିବା ପାଇଁ ହିଂସା ସୃଷ୍ଟି କରିବା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ବିଜେପୁର ଉପନିର୍ବାଚନ ଫଳାଫଳ ଅପେକ୍ଷା ଓଡ଼ିଶାର ସ୍ୱାର୍ଥ, ଶାନ୍ତି ଏବଂ ଗଣତନ୍ତ୍ରର ରକ୍ଷା ସବୁଠୁ ମହତ୍ତ୍ୱପୂର୍ଣ୍ଣ। ବିଜେପୁର ଉପନିର୍ବଚନକୁ ଜିତିବା ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି। ବିଜେପୁରର କର୍ମକର୍ତ୍ତାଙ୍କୁ ନେଇ ବିଜେପି ପଞ୍ଚାୟତ ନିର୍ବାଚନରେ ୯୨ ହଜାର ଭୋଟ ପାଇଥିଲା ଓ ବିଜେଡି ଠାରୁ ୪୫ହଜାର ଭୋଟରେ ଦଳ ଆଗୁଆ ଥିଲା। ବୁଥ କର୍ମକର୍ତ୍ତା ବିଜେପିର ସେନାପତି। ଏହି ନିର୍ବାଚନ ରଣଭୂମିରେ ବିଜେପିର ସାଧାରଣ କର୍ମକର୍ତ୍ତା ହିଁ ଅର୍ଜ୍ଜୁନ ସାଜି ମୁଖ୍ୟ ଭୂମିକା ତୁଲାଇବେ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଏହି ଅବସରରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story