ଅଭିଯୋଗ ଶୁଣି ନଶୁଣିଲା ପରି ପଳେଇଲେ ପାଣ୍ଡିଆନ୍‌

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ୫-ଟି ଓ ‘ମୋ ସରକାର’। ଏହାର କାର୍ଯ୍ୟକାରିତା ତଦାରଖ କରିବା ପାଇଁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଓ ତାଙ୍କ ଟିମ୍‌ ବିଭିନ୍ନ ମେଡିକାଲ୍‌ ଗସ୍ତ କରୁଛନ୍ତି। ପାଣ୍ଡିଆନ୍‌ ଖୋଦ୍‌ ମେଡିକାଲ୍‌ରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରୁଛନ୍ତି। ମେଡିକାଲ୍‌ରେ ଥିବା ମୌଳିକ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ତେବେ ଆଜି ୫-ଟି ସଚିବ […]

pandian-2-pm

pandian-2-pm

Manoranjan Sial
  • Published: Thursday, 07 November 2019
  • Updated: 07 November 2019, 05:26 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ୫-ଟି ଓ ‘ମୋ ସରକାର’। ଏହାର କାର୍ଯ୍ୟକାରିତା ତଦାରଖ କରିବା ପାଇଁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଓ ତାଙ୍କ ଟିମ୍‌ ବିଭିନ୍ନ ମେଡିକାଲ୍‌ ଗସ୍ତ କରୁଛନ୍ତି। ପାଣ୍ଡିଆନ୍‌ ଖୋଦ୍‌ ମେଡିକାଲ୍‌ରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରୁଛନ୍ତି। ମେଡିକାଲ୍‌ରେ ଥିବା ମୌଳିକ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ତେବେ ଆଜି ୫-ଟି ସଚିବ ଓ ତାଙ୍କ ଟିମ୍‌ ବଲାଙ୍ଗିର ଗସ୍ତରେ ଯାଇଥିଲେ। ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲ୍‌ ପରିଦର୍ଶନ କରି ଫେରୁଥିବା ବେଳେ ୫-ଟି ସଚିବ ପାଣ୍ଡିଆନ୍‌ଙ୍କୁ ଜଣେ ଲୋକ ଗୁହାରୀ ଜଣାଇଥିଲେ। ମାତ୍ର ପାଣ୍ଡିଆନ୍‌ ଶୁଣି ନଶୁଣିଲା ପରି ଅଭିନୟ କରି ପଳାଇଗଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

୫-ଟି ସଚିବ ଭି.କେ. ପାଣ୍ଡିଆନ ଓ ତାଙ୍କ ଟିମ୍‌ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଯାଉଥିଲେ। ଏହି ସମୟରେ ତାଙ୍କ ଗାଡ଼ି ପାଖକୁ ଧାଇଁ ଯାଇଥିଲେ ଜଣେ ରୋଗୀଙ୍କ ସମ୍ପର୍କୀୟ ଗୋବିନ୍ଦ ଶତପଥୀ। ଆଉ ପାଣ୍ଡିଆନ ସାର୍‌ଙ୍କ ଗାଡ଼ିର କାଚ ଠକ୍‌ ଠକ୍‌ କରିଥିଲେ। ଏହା ଦେଖି ପାଣ୍ଡିଆନ୍‌ ବାବୁ କାର୍‌ କାଚ ଖୋଲିଥିଲେ। ଗୋବିନ୍ଦ ନାମଧାରୀ ସେହି ବ୍ୟକ୍ତି ସିଧା ସିଧା ଅଭିଯୋଗ କଲେ, ମେଡିକାଲ୍‌ରେ ରୋଗୀଙ୍କଠାରୁ ଦୁଇ ଶହ ଟଙ୍କା ଲେଖାଏଁ ଲାଞ୍ଚ ନିଆଯାଉଛି। ଅଧିକାଂଶ ଟେଷ୍ଟ ବଲାଙ୍ଗିର ହସ୍ପିଟାଲରେ ହେଇପାରୁ ନାହିଁ। ଏହି କଥା ଶୁଣିକି ନଶୁଣିଲା ପରି କାର୍‌ କାଚ ବନ୍ଦକରି ଏସି ଗାଡିରେ ଚାଲିଗଲେ ପାଣ୍ଡିଆନ୍‌ ବାବୁ। ଏହା ତାଙ୍କୁ ଖରାପ ଲାଗିଥିଲା ବୋଲି ଅଭିଯୋଗ କରିଛନ୍ତି ଗୋବିନ୍ଦ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି।

୫-ଟି ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି ଓ ଏନ୍‌ଏଚ୍ଏମ୍‌ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ମଧ୍ୟ ମେଡିକାଲ୍‌ ଯାଇଥିଲେ। ସମସ୍ତେ ୱାର୍ଡ ବୁଲି ପରିମଳ ବ୍ୟବସ୍ଥା ଦେଖିଥିଲେ। ତା’ପରେ ବସିଥିଲା ଦଶ ମିନିଟର ରୁଦ୍ଧଦ୍ୱାର ବୈଠକ। ପ୍ରକୃତରେ କହିବାକୁ ଗଲେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିନି। ଯେମିତି ଥିଲା ଠିକ୍‌ ସେମିତି ରହିଛି।

ଆଜି ବି ମେଡିକାଲ୍‌ କଲେଜ ହସ୍ପିଟାଲର ମେଡିସିନ ୱାର୍ଡର ଚଟାଣରେ ଶୋଇଛନ୍ତି ଶହ ଶହ ରୋଗୀ। ସେମାନଙ୍କୁ ଗଦି କି ବେଡ୍‌ସିଟ ଦିଆଯାଇ ନାହିଁ। ପୂରା ସିମେଣ୍ଟ ଚଟାଣରେ ଦିନ ଦିନ ଧରି ପଡ଼ି ରହିଛନ୍ତି ରୋଗୀ। ଖାଇବା ପାଇଁ କେବଳ ଗୋଟିଏ ପାଉଁରୁଟି, ଗୋଟିଏ କଦଳୀ, ଗୋଟିଏ ବିସ୍କୁଟ ପ୍ୟାକେଟ ଓ କିଛି କ୍ଷୀର ଦେଇ ଦାୟତ୍ୱ ତୁଟାଇ ଦେଉଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଏଠି ରୋଗୀଙ୍କୁ ରନ୍ଧା ଖାଦ୍ୟ ଦିଆଯାଉନାହିଁ। ଏପରିକି ରାତ୍ରଭୋଜନ ବ୍ୟବସ୍ଥା ନାହିଁ। ରୋଗୀମାନେ ଭାବିଥିଲେ ଏ ସମ୍ପର୍କରେ ୫-ଟି ସଚିବଙ୍କ ପାଖରେ ଅଭିଯୋଗ କରିବେ। ମାତ୍ର ତାହା ସମ୍ଭବ ହେଲା ନାହିଁ। ମେଡିକାଲ୍‌ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ୫-ଟି ସଚିବ ଓ ତାଙ୍କ ଟିମ୍‌କୁ ଚକାଚକ୍‌ ଥିବା ୱାର୍ଡ଼ ବୁଲାଇ ଛାଡ଼ିଦେଲେ। ଯାହାକୁ ନେଇ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story