ପ୍ରମୋସନ ଅଦାଲତ ପାଇଁ ୬ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ, ପ୍ରଥମ ଦଫାରେ ୨୨୭୩ ମାମଲାର ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ଧରି ପଦୋନ୍ନତି ନପାଇ ରହିଥିବା ସରକାରୀ କର୍ମଚାରୀଙ୍କ ଆପତ୍ତି ଓ ଅଭିଯୋଗର ଶୁଣାଣି ପାଇଁ ଚଳିତମାସରେ ୩ଦିନ ପାଇଁ ପ୍ରମୋସନ ଅଦାଲତ ଅନୁଷ୍ଠିତ ହେବ। ଜାନୁୟାରୀ ୨୮,୨୯ ଓ ୩୧ତାରିଖରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସରକାରୀ କୋଠାରେ ଏହି ଅଦାଲତ ବସିବ। ମୁଖ୍ୟ ସଚିବ ପାହ୍ୟାର ୬ଜଣ ବରିଷ୍ଠ ଆଇଏଏସ୍ ଏହି ଅଦାଲତରେ ଶୁଣାଣି କରିବେ। ପ୍ରଥମ ପର୍ଯ୍ୟାୟରେ ୨୨୭୩ଟି ମାମଲାକୁ ଶୁଣାଣି ନିମନ୍ତେ ଗ୍ରହଣ କରାଯାଇଥିବାବେଳେ ଆସନ୍ତା ଫେବୃୟାରୀ ୨୭ରୁ ୩ଦିନ […]

AsitTripathy

AsitTripathy

Jitendra Garnayak
  • Published: Friday, 24 January 2020
  • Updated: 24 January 2020, 08:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ଧରି ପଦୋନ୍ନତି ନପାଇ ରହିଥିବା ସରକାରୀ କର୍ମଚାରୀଙ୍କ ଆପତ୍ତି ଓ ଅଭିଯୋଗର ଶୁଣାଣି ପାଇଁ ଚଳିତମାସରେ ୩ଦିନ ପାଇଁ ପ୍ରମୋସନ ଅଦାଲତ ଅନୁଷ୍ଠିତ ହେବ। ଜାନୁୟାରୀ ୨୮,୨୯ ଓ ୩୧ତାରିଖରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସରକାରୀ କୋଠାରେ ଏହି ଅଦାଲତ ବସିବ। ମୁଖ୍ୟ ସଚିବ ପାହ୍ୟାର ୬ଜଣ ବରିଷ୍ଠ ଆଇଏଏସ୍ ଏହି ଅଦାଲତରେ ଶୁଣାଣି କରିବେ। ପ୍ରଥମ ପର୍ଯ୍ୟାୟରେ ୨୨୭୩ଟି ମାମଲାକୁ ଶୁଣାଣି ନିମନ୍ତେ ଗ୍ରହଣ କରାଯାଇଥିବାବେଳେ ଆସନ୍ତା ଫେବୃୟାରୀ ୨୭ରୁ ୩ଦିନ ପାଇଁ ପୁଣିଥରେ ପ୍ରମୋସନ ଅଦାଲତ ବସିବ ବୋଲି ସୂଚନା ମିଳିଛି।

ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ୨୦୧୯ ଡିସେମ୍ବର ୩୧ତାରିଖ ସୁଦ୍ଧା ପଦୋନ୍ନତି ଯୋଗ୍ୟ କର୍ମଚାରୀମାନେ ଯଦି ସ୍ୱାଭାବିକ ପଦୋନ୍ନତିରୁ ବଞ୍ôଚତ ହୋଇଥିବେ ସେମାନେ ଏହି ପ୍ରମୋସନ ଅଦାଲତର ଦ୍ୱାରସ୍ଥ ହୋଇପାରିବେ। ଜାନୁୟାରୀ ୨୩ତାରିଖ ଶେଷ ଦିନସୁଦ୍ଧା ମୋଟ ୮୯୦୯ଟି ଆବେଦନ ମିଳିଛି। ତେବେ ଅଧିକ ଆବେଦନକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ୨୨୭୩ଟି ଆବେଦନର ଶୁଣାଣି ପାଇଁ ସ୍ଥିର ହୋଇଛି। ଆବେଦନ କରିଥିବା ପ୍ରତ୍ୟେକ କର୍ମଚାରୀଙ୍କ ନିକଟକୁ ଇ-ମେଲ୍ ଯୋଗେ ପ୍ରାପ୍ତି ସ୍ୱୀକାର ପତ୍ର ପଠାଇବାକୁ ମଧ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ରାଜସ୍ୱ ଓ ବିପର୍ଯ୍ୟାୟ, ଯୋଜନା ଓ ସଂଯୋଜନ,ଗ୍ରାମ୍ୟ ଉନ୍ନୟନ, ଇସ୍ପାତ ଓ ଖଣି, ଜଙ୍ଗଲ ଓ ପରିବେଶ ବିଭାଗର କର୍ମଚାରୀଙ୍କ ପଦୋନ୍ନତି ସଂକ୍ରାନ୍ତ ମାମଲାର ଶୁଣାଣି କରିବାକୁ ଥିବାବେଳେ ଗୋପବନ୍ଧୁ ପ୍ରଶିକ୍ଷଣ ଏକାଡେମୀରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଉଚ୍ଚଶିକ୍ଷା, ବିଜ୍ଞାନ ଓ କାରିଗରି କୌଶଳ, ସାଧାରଣ ଉଦ୍ୟୋଗ, ସ୍କୁଲ ଓ ଗଣଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଶ୍ରମ ଓ ଇଏସଆଇ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅବକାରୀ, ଆଇଆଣ୍ଡପିଆର ବିଭାଗର ଶୁଣାଣି କରିବେ। ସେହିପରି ଏପିସି ପ୍ରଦୀପ୍ତ କୁମାର ମହାପାତ୍ର କୃଷି ଭବନର ଅଡିଟୋରିୟମରେ ଖାଦ୍ୟଯୋଗାଣ, ବାଣିଜ୍ୟ ଓ ପରିବହନ, ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ, ଜଳସମ୍ପଦ, ପୂର୍ତ୍ତ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଶୁଣାଣି କରିବେ। ସେହିପରି ଆରକେ ଶର୍ମା ମହିଳା ଓ ଶିଶୁ ବିକାଶ, ଅର୍ଥ, ଶକ୍ତି, ହସ୍ତଶିଳ୍ପ ଓ ହସ୍ତତନ୍ତ, ପର୍ଯ୍ୟଟନ ବିଭାଗର ଶୁଣାଣି କରିବେ। ସେହିପରି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କୃଷି ଓ କୃଷକ କଲ୍ୟାଣ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି, ଗୃହ, ସାଧାରଣ ପ୍ରଶାସନ ବିଭାଗ ଏବଂ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଇଟିଆଇଟି, ଶିଳ୍ପ, ଏମଏସଏମଇ ବିଭାଗର ପଦୋନ୍ନତି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos