ବିଧାନସଭାରେ ୬୦ନବାଗତ , ସପ୍ତମଥର ଆସିଛନ୍ତି ମାତ୍ର ୪

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନରେ ବିଜେପିର ୩ଜଣ ସଦସ୍ୟଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ନିର୍ବାଚିତ ବିଧାୟକ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଷୋଡ଼ଶ ବିଧାନସଭାର ବାଚସ୍ପତି ପାଇଁ ଆସନ୍ତାକାଲି ନିର୍ବାଚନ ହେବାକୁ ଥିବାବେଳେ ଜୁନ୍ ୧୭ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ପଞ୍ଚଦଶ ବିଧାନସଭା ତୁଳନାରେ ଏଥର ଅଧିକ ନବାଗତ ବିଧାୟକଙ୍କୁ ବିଧାନସଭାରେ ଦେଖିବାକୁ ମିଳିବ। ବିଧାନସଭା ସଚିବାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଚଳିତ […]

60-mlas-in-odisha-are-first-timers-while-only-four-mlas-have-come-for-the-seventh-time

60-mlas-in-odisha-are-first-timers-while-only-four-mlas-have-come-for-the-seventh-time

Manoranjan Sial
  • Published: Friday, 31 May 2019
  • Updated: 31 May 2019, 09:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନରେ ବିଜେପିର ୩ଜଣ ସଦସ୍ୟଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ନିର୍ବାଚିତ ବିଧାୟକ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଷୋଡ଼ଶ ବିଧାନସଭାର ବାଚସ୍ପତି ପାଇଁ ଆସନ୍ତାକାଲି ନିର୍ବାଚନ ହେବାକୁ ଥିବାବେଳେ ଜୁନ୍ ୧୭ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ପଞ୍ଚଦଶ ବିଧାନସଭା ତୁଳନାରେ ଏଥର ଅଧିକ ନବାଗତ ବିଧାୟକଙ୍କୁ ବିଧାନସଭାରେ ଦେଖିବାକୁ ମିଳିବ।

ବିଧାନସଭା ସଚିବାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଚଳିତ ନିର୍ବାଚନରେ ବିଜେଡିର ୧୧୨ଜଣ, ବିଜେପିର ୨୩ଜଣ, କଂଗ୍ରେସର ୯ଜଣ, ଜଣେ ସିପିଏମର ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରଥମଥର ବିଧାନସଭାକୁ ଆସିଥିବା ବିଧାୟକଙ୍କ ସଂଖ୍ୟା ୬୦। ସେହିପରି ୩୧ଜଣ ଦ୍ୱିତୀୟଥର, ୨୧ଜଣ ତୃତୀୟଥର, ୧୨ଜଣ ଚତୁର୍ଥଥର, ୧୧ଜଣ ପଞ୍ଚମଥର, ୭ଜଣ ଷଷ୍ଠଥର ଓ ୪ଜଣ ବିଧାୟକ ସପ୍ତମଥର ପାଇଁ ନିର୍ବାଚିତ ହୋଇ ଗୃହକୁ ଫେରିଛନ୍ତି।

ସପ୍ତମଥର ପାଇଁ ବିଧାନସଭାକୁ ଆସିଥିବା ନେତାମାନେ ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଦୀପ ମହାରଥୀ, ସୁରେଶ ରାଉତରାୟ ଓ ସୂର୍ଯ୍ୟ ପାତ୍ର। ତେବେ ବିଧାନସଭାରେ ସବୁଠାରୁ ବରିଷ୍ଠ ନେତା ଭାବେ ସୁରେଶ ରାଉତରାୟ ନିର୍ବାଚିତ ହୋଇ ଆସିଛନ୍ତି। ସେ ୧୯୭୭, ୧୯୮୦, ୧୯୮୫, ୧୯୯୦,୧୯୯୫, ୨୦୦୦ ଓ ଏବେ ୧୯ବର୍ଷ ପରେ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ରାଉତରାୟଙ୍କୁ ଛାଡ଼ିଦେଲେ ଚଳିତ ବିଧାନସଭାରେ ଏତେ ବରିଷ୍ଠ ବିଧାୟକ କେହି ନାହାନ୍ତି। ଅବଶ୍ୟ ୫ଥର ନିର୍ବାଚିତ ହୋଇଥିବା ବିଧାୟକ ଭୂପିନ୍ଦର ସିଂ ୧୯୮୦ ମସିହାରେ ଓ ୭ଥର ନିର୍ବାଚିତ ହୋଇଥିବା ଶ୍ରୀ ମହାରଥୀ ୧୯୮୫ ମସିହାରେ ପ୍ରଥମେ ବିଧାନସଭାକୁ ଆସିଥିଲେ।

ସେହିପରି ୬ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ନେତାମାନେ ହେଲେ ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ଅମର ପ୍ରସାଦ ଶତପଥୀ, ଦେବୀପ୍ରସାଦ ମିଶ୍ର, ବିଷ୍ଣୁ ଚରଣ ଦାସ, ବିକ୍ରମ କେଶରୀ ଆରୁଖ ଓ ଉଷା ଦେବୀ। ୫ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ନେତାମାନେ ହେଲେ- ନବୀନ ପଟ୍ଟନାୟକ, ବିଜୟ ରଞ୍ଜନ ସିଂ ବରିହା, ବଦ୍ରିନାରାୟଣ ପାତ୍ର, ନୃସିଂହ ଚରଣ ସାହୁ, ପଦ୍ମନାଭ ବେହେରା, ନିରଞ୍ଜନ ପୂଜାରୀ, ନରସିଂହ ମିଶ୍ର, ଭୂପିନ୍ଦର ସିଂହ, ପ୍ରଦୀପ ଅମାତ୍, ପ୍ରତାପ ଜେନା ଓ ଅରବିନ୍ଦ ଢାଲି।

ସୂଚନାଯୋଗ୍ୟ, ପଞ୍ଚଦଶ ବିଧାନସଭା(୨୦୧୪-୧୯)କୁ ମୋଟ ୫୬ଜଣ ନବାଗତ ବିଧାୟକ ନିର୍ବାଚିତ ହୋଇଥିଲେ। ଏଥିରେ କଂଗ୍ରେସର ୮ଜଣ, ବିଜେପିର ୩ଜଣ ଓ ୨ଜଣ ସ୍ୱାଧୀନ ବିଧାୟକ ଥିବାବେଳେ ଉପନିର୍ବାଚନରେ ରୀତା ସାହୁ ଓ ଅନ୍ୟ ୪୨ଜଣ ବିଜେଡି ବିଧାୟକ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos