ଜଳେଶ୍ୱର (ଅଜିତ ଦାସ): ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ତାଙ୍କ ଟ୍ୟୁସନ୍ ସାର୍ ଦୁଷ୍କର୍ମ କରିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଘରେ କେହି ନଥିବାର ସୁଯୋଗ ନେଇ ଛାତ୍ରୀ ଜଣଙ୍କୁ ଉକ୍ତ ସାର୍ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି କଳଙ୍କିତ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ।
ଛାତ୍ରୀ ଜଣକ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ସେ ସବୁଦିନ ଟ୍ୟୁସନ୍ ହେବା ପାଇଁ ଜନୈକ ସାର୍ଙ୍କ ଘରକୁ ଯାଆନ୍ତି। କିନ୍ତୁ ଗତ ୩/୪ ଦିନ ହେଲା ଛାତ୍ରୀ ଜଣକ ଟ୍ୟୁସନ୍ ଯାଉନଥିଲେ। ମାଆ ଯେତେ ତାଗିଦ୍ କଲେ ମଧ୍ୟ ସେ ଯିବାକୁ ରାଜି ହେଉନଥିଲେ। ହେଲେ ଘରେ ବାଧ୍ୟ କରିବାରୁ ଛାତ୍ରୀ ଜଣକ ତାଙ୍କ ମାଆଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ।
ଝିଅଟିର କହିବା ଅନୁଯାୟୀ, ୩ରୁ ୪ ଦିନ ତଳେ ସେ ଟ୍ୟୁସନ୍ ଯାଇଥିଲେ। ସେଦିନ ତାଙ୍କ ଘରେ କେହି ନଥିଲେ। ଏହାର ସୁଯୋଗ ନେଇ ଛାତ୍ରୀଙ୍କୁ ସାର୍ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଝିଅଠାରୁ ସବୁ କଥା ଶୁଣିବା ପରେ ମାଆ ଏନେଇ ଗତକାଲି ରାତିରେ ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଟ୍ୟୁସନ୍ ସାର୍ ଫେରାର ହୋଇଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ନୂଆବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟ ଆଜି ଏସମ୍ପର୍କରେ ସୂଚନା ଦେଇ କହିଛି ଯେ, ଆସନ୍ତା ଇଂରାଜୀ ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କୌଣସି ଉତ୍ସବ ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ନାହିଁ ।
Politics
ବୀମା କରିନଥିବା ଚାଷୀ ଓ ଭାଗଚାଷୀଙ୍କୁ ସିଧାସଳଖ ସରକାର ଦେବେ ସହାୟତା: ରାଜସ୍ୱ ମନ୍ତ୍ରୀ
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ବୀମାଭୁକ୍ତ ହୋଇନଥିବା ଚାଷୀଙ୍କୁ ସହାୟତା ଦେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେବଳ ଧାନ ନୁହେଁ ପନିପରିବାର, କପା, ଚିନାବାଦାମ ଫସଲ ମଧ୍ୟ କ୍ଷତି ହୋଇଛି ।
Crime
ଗଚ୍ଛିତ ଥିଲା ଦେଢ଼ ହଜାର କ୍ୱିଣ୍ଟାଲ୍ ଧାନ, ସିଲ୍ କଲା ଯୋଗାଣ ବିଭାଗ
କପ୍ତିପଦା ଥାନା ଗୌଡ଼ଗାଁ ଗାଁରେ ଥିବା ଏକ ଗୋଦାମରେ ବିପୁଳ ପରିମାଣରେ ଧାନ ଗଚ୍ଛିତ ରହିଥିଲା। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ଉପସ୍ଥିତିରେ ଯୋଗାଣ ବିଭାଗ ଓ ପୁଲିସ ମିଳିତ ଭାବେ ସେହି ଗୋଦାମରେ ଚଢ଼ଉ କରିଥିଲା।
Miscellaneous
ଜାନୁୟାରୀ ୩ରୁ ଭୁବନେଶ୍ୱରରୁ ଆଉ ୫ ସହରକୁ ସିଧାସଳଖ ବିମାନ ସେବା
ପୂର୍ବରୁ ପ୍ରାୟ ଦେଢ଼ମାସ ତଳେ ଏହି ସିଧାସଳଖ ବିମାନ ସେବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ ।
Crime
ଜବରଦସ୍ତ ଲୁକ୍ସ... ହାଇପ୍ରୋଫାଇଲ୍ ଗେଟଅପ୍...
ରାଜଧାନୀର ଛାତି ଉପରେ ଖେଳୁଥିଲେ ଚୁନା ଲଗାଇବାର ଖେଳ। ହଜାରେ କି ଲକ୍ଷେ ନୁହେଁ, କୋଟି କୋଟି ଟଙ୍କା ଚୁନା ଲଗାଉଥିଲେ ଅତି ଚତୁରତାର ସହ। ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ରାକେଟ୍।