ବ୍ରିଜ୍ ତଳକୁ ଖସିଲା ବସ୍‌: ୮ ମୃତ, ୪୦ରୁ ଅଧିକ ଆହତ

ମୋହନା/ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଳା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ପାଳୁଖୋଳା ନିକଟସ୍ଥ ବ୍ରିଜ୍‌ ତଳକୁ ଏକ ବସ୍ ଓଲଟି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ରୁ ଅଧିକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ବେଳେ ଜଣେ ୧୨ ବର୍ଷର ଝିଅ ବି ଅଛନ୍ତି। ଆହତମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଉଛନ୍ତି […]

accident

accident

Jitendra Garnayak
  • Published: Wednesday, 29 January 2020
  • Updated: 29 January 2020, 02:04 PM IST

Sports

Latest News

ମୋହନା/ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଳା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ପାଳୁଖୋଳା ନିକଟସ୍ଥ ବ୍ରିଜ୍‌ ତଳକୁ ଏକ ବସ୍ ଓଲଟି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ରୁ ଅଧିକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ବେଳେ ଜଣେ ୧୨ ବର୍ଷର ଝିଅ ବି ଅଛନ୍ତି। ଆହତମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତକମାନେ ହେଉଛନ୍ତି ଅନ୍ୱେଷା ମହାପାତ୍ର (୧୨), କରିସ୍ମା ନାୟକ (୧୮), ଏଲ୍ ରମେଶ, ବିଦ୍ୟୁତ୍ ନାୟକ, ଝୁନୁ ବେହେରା, ସଂଘମିତ୍ରା ମହାପାତ୍ର, ସୁବାସିନୀ ମହାରଣା ଓ ସୁନୀଲ ନାୟକ।

ବିଦ୍ୟୁତ୍ ନାୟକଙ୍କ ଘର ରାୟଗଡ଼ାର ଜେକେପୁରରେ ହୋଇଥିବା ବେଳେ ଝୁନୁ ବେହେରା ଛତ୍ରପୁର ବ୍ଲକ୍ କେରାଣ୍ଡିତଲା ନିକଟ ପୁତାବଗଡ଼ରର ବାସିନ୍ଦା ଥିଲେ। ସେହିପରି କରିସ୍ମାଙ୍କ ଘର କବିସୂର୍ଯ୍ୟନଗରର ବାଲିଅସରା ଗାଁରେ ହୋଇଥିବା ବେଳେ ଏଲ୍ ରମେଶ ପୁରୁଷୋତ୍ତମପୁରର, ସୁନୀଲ ନାୟକ ବ୍ରହ୍ମପୁରର, ସୁବାସିନୀ ମହାରଣା ଦିଗପହଣ୍ଡିର ଏବଂ ଅନ୍ୱେଷା ମହାପାତ୍ର ଓ ସଂଘମିତ୍ରା ମହାପାତ୍ର ରାୟଗଡ଼ାର ବାସିନ୍ଦା ଥିଲେ।

ସୂଚନା ଅନୁଯାୟୀ, ‘ମାରୁତି‘ ନାମକ ଏହି ଯାତ୍ରୀବାହୀ ବସ୍‌ଟି ରାୟଗଡ଼ାର ଟିକିରିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ଭୋର୍‌ ପ୍ରାୟ ସାଢ଼େ ତିନିଟାରୁ ଚାରିଟା ମଧ୍ୟରେ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ବ୍ରେକ୍‌ ଫେଲ୍ ହୋଇଯିବା ଯୋଗୁ ବସ୍‌ଟି ନିୟନ୍ତ୍ରଣ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲା। ଘଞ୍ଚ ଜଙ୍ଗଲ ଓ ଦୁର୍ଘଟଣାସ୍ଥଳରେ ପାଣି ଥିବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ଛଅ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ବସ୍‌ଟି ବ୍ରିଜ୍ ତଳେ ଓଲଟି ପଡ଼ିଥିଲା। ଫଳରେ କିଛି ଯାତ୍ରୀ ଭିତରେ ଚାପି ହୋଇ ରହିଯାଇଥିଲେ। ତିନି ଜଣ ଯାତ୍ରୀଙ୍କୁ ବସ୍ ଭିତରୁ ବାହାର କରିବା ପାଇଁ ଗ୍ୟାସ୍ କଟରର ସାହାଯ୍ୟ ନିଆଯାଇଥିଲା।

ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସ୍‌ର ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ମୋହନା, ସାନଖେମୁଣ୍ଡି, ଦିଗପହଣ୍ଡି ଓ ବ୍ରହ୍ମପୁରର ଦମକଳ ବାହିନୀକୁ ନିୟୋଜିତ କରାଯାଇଥିଲା।  ଏପରିକି ଘଟଣାସ୍ଥଳରେ ଜଣେ ଡେପୁଟି ଫାୟାର ଅଫିସର୍ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।

ଶେଷ ଖବର ସୁଦ୍ଧା ଆହତଙ୍କ ମଧ୍ୟରୁ ୨୫ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ଅନ୍ୟ ଆହତମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ଆହତମାନଙ୍କୁ ଡାକ୍ତରଖାନା ଆଣିବାରେ ବିଳମ୍ବ ହୋଇଥିଲା ବୋଲି ଅଭିଯୋଗ ହୋଇଛି। ବସ୍ ଡ୍ରାଇଭରଙ୍କ ବିଷୟରେ କିଛି ଜଣାପଡ଼ିନି। ସେ ଫେରାର ହୋଇଯାଇଥିବା କୁହାଯାଉଛି।

ଦୁର୍ଘଟଣାଗ୍ରସ୍ତ ବସ୍‌ର ଜଣେ ଯାତ୍ରୀ କହିଛନ୍ତି, ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବରୁ ବସ୍‌ଟି ଏକ ଢାବା ପାଖରେ ଅଟକି ଥିଲା। ସେଠି ସମସ୍ତେ ଚା’ ପିଇଥିଲେ। ତା’ପରେ ବସ୍ ଚାଲିଥିଲା। ତେବେ ହଠାତ୍ କୁହାଯାଇଥିଲା ଯେ ବସ୍‌ ବ୍ରେକ୍ ଫେଲ୍ ହୋଇଯାଇଛି। ଆଉ ଦେଖୁ ଦେଖୁ ଏହା ପୋଲ ତଳକୁ ଖସି ପଡ଼ିଥିଲା।

ଏ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story