ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨ ଥରର ମହଲତ ପରେ ଗତକାଲିଠୁ ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଛି। ୬ ମାସର ଅବଧି ସତ୍ତ୍ୱେ ସୁଧୁରି ନାହାନ୍ତି ବହୁ ବେପରୁଆ ଗାଡ଼ି ଚାଳକ। ଗତକାଲି ଏପରି କିଛି ବେପରୁଆ ଗାଡ଼ି ଚାଳକ ପୁଲିସ୍ ହାବୁଡ଼ରେ ପଡ଼ିଥିବା ବେଳେ ସେମାନଙ୍କଠାରୁ ଆଦାୟ ହୋଇଛି ମୋଟା ଅଙ୍କର ଜରିମାନା। କେବଳ ଟ୍ୱିନସିଟିରେ ଗତକାଲି କଟିଛି ପ୍ରାୟ ସାଢେ ୬ ଲକ୍ଷ ଟଙ୍କାରୁ ଅଧିକ ଫାଇନ୍ ଆଦାୟ ହୋଇଛି।
ରାଜଧାନୀ ଭୁବନେଶ୍ୱରରେ ନିୟମ ଉଲ୍ଲଙ୍ଘନକାରୀଙ୍କଠୁ ୨ ଲକ୍ଷ ୯୨ ହଜାରର ଚାଲାଣ କାଟିଛି RTO-2 । ସେଥିରୁ ୭୯ ହଜାର ୨୦୦ ଟଙ୍କା ଘଟଣାସ୍ଥଳରୁ ଆଦାୟ ହୋଇଛି । କଟକରେ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୩ ଲକ୍ଷ ୪୫ ହଜାର ଟଙ୍କା ଆଦାୟ ହୋଇଛି । ସେପଟେ ସମ୍ବଲପୁରରେ ଆଦାୟ ହୋଇଛି ୨ ଲକ୍ଷ ୬୬ ହଜାର ଟଙ୍କା ।
ରଙ୍ଗ୍ ରୁଟ୍ ଡ୍ରାଇଭିଂ, ବିନା ହେଲମେଟ, ମୋବାଇଲ ବ୍ୟବହାର, ବିନା ଲାଇସେନ୍ସ, ବିନା ସିଟ୍ବେଲ୍ଟ ଓ ଦ୍ରୁତ ଗାଡ଼ିଚାଳନା ପାଇଁ ଏହି ଜରିମାନା ହୋଇଥିବା ଜଣାଯାଇଛି। ଏହାକୁ ନେଇ କେତେକ ସ୍ଥାନରେ ଗାଡ଼ି ଚାଳକ ଓ ପୁଲିସ୍ ମଧ୍ୟରେ କଥା କଟାକଟି, ଯୁକ୍ତିତର୍କ ମଧ୍ୟ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।