ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁଇ ଭାଇ

ସୋର (ଶଶୀକାନ୍ତ ବେହେରା): ଦୁଇ ଭାଇ ଗାଁରେ ବୁଲାଇଲେ ଖଣ୍ଡା। ଗୋଡ଼ାଇ ଗୋଡ଼ାଇ ଗାଁ ଲୋକଙ୍କୁ ହାଣିଲେ ଦୁଇ ଭାଇ। ଫଳରେ ୭ ଜଣ ଆହତ ହୋଇଛନ୍ତି। ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୋର ଥାନା ଅନ୍ତର୍ଗତ ମହୁମୁହାଣ ପଞ୍ଚାୟତର କାଳନ୍ଦୀପାଟଣା ଗାଁ ମଧୁସୂଦନ ସେଠୀ ଓ ସୁଦର୍ଶନ ସେଠୀ ଦୁଇ ଭାଇ। ସେମାନଙ୍କ ନାଁରେ ବହୁ ଅପରାଧୀକ ମାମଲା ରହିଛି। ଯାହାକୁ ଗାଁ ଲୋକେ ବିରୋଧ […]

crime

crime

Manoranjan Sial
  • Published: Thursday, 01 November 2018
  • Updated: 01 November 2018, 10:06 PM IST

Sports

Latest News

ସୋର (ଶଶୀକାନ୍ତ ବେହେରା): ଦୁଇ ଭାଇ ଗାଁରେ ବୁଲାଇଲେ ଖଣ୍ଡା। ଗୋଡ଼ାଇ ଗୋଡ଼ାଇ ଗାଁ ଲୋକଙ୍କୁ ହାଣିଲେ ଦୁଇ ଭାଇ। ଫଳରେ ୭ ଜଣ ଆହତ ହୋଇଛନ୍ତି। ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ସୋର ଥାନା ଅନ୍ତର୍ଗତ ମହୁମୁହାଣ ପଞ୍ଚାୟତର କାଳନ୍ଦୀପାଟଣା ଗାଁ ମଧୁସୂଦନ ସେଠୀ ଓ ସୁଦର୍ଶନ ସେଠୀ ଦୁଇ ଭାଇ। ସେମାନଙ୍କ ନାଁରେ ବହୁ ଅପରାଧୀକ ମାମଲା ରହିଛି। ଯାହାକୁ ଗାଁ ଲୋକେ ବିରୋଧ କରୁଛନ୍ତି। ତେବେ ଆଜି ସନ୍ଧ୍ୟା ବେଳେ ୨ ଭାଇ ଗାଁରେ ଆତଙ୍କରାଜ ଚଳାଇଥିଲେ। ଖଣ୍ଡା ଧରି ଯାହାକୁ ପାରିଲେ, ତାକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ। ଫଳରେ ପ୍ରହଲ୍ଲାଦ ସାହୁ, ଧ୍ରୁବ ଚରଣ ବେହେରା, କମଳାକାନ୍ତ ନାୟକ, ବାସନ୍ତି ବେହେରା, ଗଗନ ପଣ୍ଡା, ଜେମାମଣି ବେହେରା ଓ କମଳିନି ମହାରଣା ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଏନେଇ ସୋର ଥାନାରେ ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos