୩୨୦୫ କୋଟିର ୭ ପ୍ରସ୍ତାବକୁ ସ୍ୱିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୨୦୫ କୋଟି ଟଙ୍କାର ୭ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅଥରିଟିଙ୍କ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୨୪୯୪ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭିତ୍ତିଭୂମି, ପର୍ଯ୍ୟଟନ, ସିମେଣ୍ଟ ଓ ମେଟାଲ ଆଦି କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ। ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅଥରିଟି ବୈଠକରେ ମେସର୍ସ ଜେଏସଡବ୍ଲ୍ୟୁ ସିମେଣ୍ଟ ତା’ର କଳିଙ୍ଗନଗର ସିମେଣ୍ଟ […]

jsw

jsw

Manoranjan Sial
  • Published: Wednesday, 02 September 2020
  • Updated: 02 September 2020, 08:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୨୦୫ କୋଟି ଟଙ୍କାର ୭ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅଥରିଟିଙ୍କ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୨୪୯୪ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭିତ୍ତିଭୂମି, ପର୍ଯ୍ୟଟନ, ସିମେଣ୍ଟ ଓ ମେଟାଲ ଆଦି କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ।

ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅଥରିଟି ବୈଠକରେ ମେସର୍ସ ଜେଏସଡବ୍ଲ୍ୟୁ ସିମେଣ୍ଟ ତା’ର କଳିଙ୍ଗନଗର ସିମେଣ୍ଟ କାରଖାନାର କ୍ଷମତାକୁ ବାର୍ଷିକ ୧.୨ ନିୟୁତ ଟନରୁ ୨.୪ ନିୟୁତ ଟନକୁ ବୃଦ୍ଧି କରିବା ନିମନ୍ତେ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପରେ କମ୍ପାନୀ ୪୮୯.୮୮କୋଟି ଟଙ୍କା ନିବେଶ କରିବ ଓ ଅତିରିକ୍ତ ୬୮ଜଣ ନିଯୁକ୍ତି ପାଇବେ। ମେସର୍ସ ଏମଜିଏମ ମିନେରାଲ ଲିମିଟେଡ ଦ୍ୱାରା ୮୦୧.୮୯କୋଟି ଟଙ୍କା ବ୍ୟୟରେ ଢେଙ୍କାନାଳ ଜିଲ୍ଲାରେ ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟ, ପିଲେଟ୍ ପ୍ଲାଣ୍ଟ, ବିଲେଟ୍ ଓ ୪୦ମେଗାୱାଟ ବିଶିଷ୍ଟ କ୍ୟାପଟିଭ ପାୱାର ପ୍ଲାଣ୍ଟ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୨୧୫ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ମେସର୍ସ ଜିଏମ ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ଲିଃ ଢେଙ୍କାନାଳରେ ଥିବା ତା’ର ବିଭିନ୍ନ ପ୍ରକଳ୍ପର ସମ୍ପ୍ରସାରଣ କରିବା ପ୍ରସ୍ତାବକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। କମ୍ପାନୀ ୬୦୭.୫୨କୋଟି ଟଙ୍କା ନିବେଶ କରିବ ଓ ୫୯୨ଜଣ ଲୋକଙ୍କୁ ଅତିରିକ୍ତ ନିଯୁକ୍ତି ମିଳିବ। କମ୍ପାନୀ ଏହି ଅର୍ଥରେ ପିଲେଟ୍ ପ୍ଲାଣ୍ଟ, ଡିଆରଆଇ ପ୍ଲାଣ୍ଟ, ବିଲେଟ, ୱେୟାର ରଡ୍ ମିଲ୍ , ସ୍ଲାଗ ସିମେଣ୍ଟ ଓ ୪୬ ମେଗାୱାଟର କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ଲକ୍ଷ୍ୟ ରଖିଛି। ସେହିପରି ମେସର୍ସ ଇନଭିକେୟାର ଇନଫ୍ରାସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ ସୁନ୍ଦରଗଡ଼ର କୋଇଡ଼ାଠାରେ ବାର୍ଷିକ ୩.୬ ନିୟୁତ ଟନ୍ ଲୁହାପଥର ବେନିଫିକେସନ୍ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୬୦କୋଟି ଟଙ୍କା ବ୍ୟୟ କରିବ ଓ ୧୭୫ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ମେସର୍ସ ହିଣ୍ଡାଲକୋ ନିଜର ସମ୍ବଲପୁରସ୍ଥିତ ଲପାଙ୍ଗା ପ୍ରକଳ୍ପରେ ୬୯୬କୋଟି ଟଙ୍କା ନିବେଶ କରିବ ଓ ଏଥିପାଇଁ ଅତିରିକ୍ତ ୫୦ଜଣଙ୍କୁ ନିଯୁକ୍ତି ମିଳିବ। ଏହି ପ୍ରସ୍ତାବକୁ ସିଙ୍ଗଲୱିଣ୍ଡୋ କମିଟି ମଞ୍ଜୁରୀ ଦେଇଛନ୍ତି।

ସେହିପରି ମେସର୍ସ ଲାଇଫଲାଇନ୍ ମଲଟିଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱରରେ ପଂଚତାରକା ହୋଟେଲ ନିର୍ମାଣ କରାଯିବ। ଏଥିରେ ୧୫୦.୩୮କୋଟି ଟଙ୍କା ପୁଞ୍ଜିନିବେଶ ହେବ ଓ ୨୪୦ଜଣ ଲୋକଙ୍କୁ ଅତିରିକ୍ତ ନିଯୁକ୍ତି ମିଳିିବ।
ସେହିପରି ମେସର୍ସ ଯାଜପୁର ସିମେଣ୍ଟ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ କଳିଙ୍ଗନଗରରେ ୪୦୦କୋଟି ଟଙ୍କା ବ୍ୟୟରେ ନିଜର ସିମେଣ୍ଟ କାରଖାନାର ସମ୍ପ୍ରସାରଣ କରାଯିବ। ଏଥିରେ ଅତିରିକ୍ତ ୧୫୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏହି ପ୍ରସ୍ତାବକୁ ମଧ୍ୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି।

ଆଜିର ଏହି ବୈଠକରେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story