୪ ଦୁର୍ଘଟଣାରେ ଗୁରୁତର ହେଲେ ୭ ଜଣ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ରବିବାର ଘଟିଥିବା ୪ଟି ପୃଥକ୍ ଦୁର୍ଘଟଣାରେ ୭ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ରାଉରକେଲା STI ଫ୍ଲାଇ ଓଭରରେ ଅଟୋ ଏବଂ ସ୍କୁଟି ମଧ୍ୟରେ ଦୁର୍ଘଟଣା ହୋଇ ୩ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଗାନ୍ଧୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଭୟ କୁମାର ପ୍ରଧାନ ଏବଂ ତାଙ୍କ ପତ୍ନୀ ଆହତ ହୋଇଥିବା ବେଳେ ଉଭୟଙ୍କୁ ଆଇଜିଏଚ୍‌ରେ  ଭର୍ତ୍ତି କରାଯାଇଛି । ଅନ୍ୟ ଏକ ଘଟଣାରେ ୧୫ […]

rkl-1

rkl-1

Niharika Rout
  • Published: Monday, 16 December 2019
  • Updated: 16 December 2019, 05:02 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ରବିବାର ଘଟିଥିବା ୪ଟି ପୃଥକ୍ ଦୁର୍ଘଟଣାରେ ୭ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ରାଉରକେଲା STI ଫ୍ଲାଇ ଓଭରରେ ଅଟୋ ଏବଂ ସ୍କୁଟି ମଧ୍ୟରେ ଦୁର୍ଘଟଣା ହୋଇ ୩ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଗାନ୍ଧୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଭୟ କୁମାର ପ୍ରଧାନ ଏବଂ ତାଙ୍କ ପତ୍ନୀ ଆହତ ହୋଇଥିବା ବେଳେ ଉଭୟଙ୍କୁ ଆଇଜିଏଚ୍‌ରେ  ଭର୍ତ୍ତି କରାଯାଇଛି ।

ଅନ୍ୟ ଏକ ଘଟଣାରେ ୧୫ ନମ୍ବର ସେକ୍ଟର ଛକରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୨ ଜଣ ଆହତ ହୋଇ ଆଇଜିଏଚ୍‌ରେ ଚିକିତ୍ସିତ ହେଉଛନ୍ତି। ସେହିପରି ବନ୍ଧମୁଣ୍ଡାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଆହତ ହୋଇ ଆଇଜିଏଚ୍‌ରେ ଚିକିତ୍ସିତ ହେଉଛନ୍ତି । ବ୍ରାହ୍ମଣୀ ବ୍ରିଜ ନିକଟରେ ଆଉ ଏକ ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos