ବିଶ୍ୱ ରେକର୍ଡ କଲେ ୭ ବର୍ଷର ଉତ୍ପଳାକ୍ଷ, ଚେସ୍‌ ଖେଳୁ ଖେଳୁ କହିଲେ ୧୧୮ ରସାୟନିକ ତତ୍ତ୍ୱର ନାମ

କଟକ(ଓଡ଼ିଶା ରିପୋର୍ଟର):  ଚେସ୍‌ ଖେଳୁ ଖେଳୁ ଅନର୍ଗଳ କହି ଚାଲିଲେ ୧୧୮ଟି ରସାୟନିକ ତତ୍ତ୍ୱର କଷ୍ଟକର ନାମ । ମଝିରେ ଅଟକି ନାହାନ୍ତି କି ପାଟି ଖନି ବାଜିନି। ଯେଉଁ ରସାୟନିକ ତତ୍ତ୍ୱର ନାଁ କହିବାକୁ ଭଲ ଭଲ ପାଠ ପଢ଼ୁଆ ପିଲା ଆଣ୍ଠେଇ ଯାଆନ୍ତି, ସେହି ନାଁ ସବୁ ଫଟାଫଟ କହିଚାଲିଲେ ଉତ୍ପଳାକ୍ଷ ଜେନା । ତାହା ପୁଣି ଖେଳୁଥିବା ସମୟରେ। ଏପରି ଆଶ୍ଚର୍ଯ୍ୟଜନକ କାମ କରି ବିଶ୍ୱ ରେକର୍ଡ ହାତେଇବାରେ ସଫଳ ହୋଇଛନ୍ତି କଟକ […]

world record

world record

Niharika Rout
  • Published: Saturday, 18 December 2021
  • Updated: 18 December 2021, 12:49 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):  ଚେସ୍‌ ଖେଳୁ ଖେଳୁ ଅନର୍ଗଳ କହି ଚାଲିଲେ ୧୧୮ଟି ରସାୟନିକ ତତ୍ତ୍ୱର କଷ୍ଟକର ନାମ । ମଝିରେ ଅଟକି ନାହାନ୍ତି କି ପାଟି ଖନି ବାଜିନି। ଯେଉଁ ରସାୟନିକ ତତ୍ତ୍ୱର ନାଁ କହିବାକୁ ଭଲ ଭଲ ପାଠ ପଢ଼ୁଆ ପିଲା ଆଣ୍ଠେଇ ଯାଆନ୍ତି, ସେହି ନାଁ ସବୁ ଫଟାଫଟ କହିଚାଲିଲେ ଉତ୍ପଳାକ୍ଷ ଜେନା । ତାହା ପୁଣି ଖେଳୁଥିବା ସମୟରେ। ଏପରି ଆଶ୍ଚର୍ଯ୍ୟଜନକ କାମ କରି ବିଶ୍ୱ ରେକର୍ଡ ହାତେଇବାରେ ସଫଳ ହୋଇଛନ୍ତି କଟକ ନୂଆପାଟଣା ଅଞ୍ଚଳର ୭ ବର୍ଷର ଏହି ନାବାଳକ ।

ଚେସ୍ ଖେଳୁଥିବା ସମୟରେ ମାତ୍ର ୪୬ ସେକେଣ୍ଡରେ ୧୧୮ଟି ରସାୟନିକ ତତ୍ତ୍ୱକୁ ନିର୍ଭୁଲ ଭାବେ ଉଚ୍ଚାରଣ କରି ପାରୁଛନ୍ତି ଏହି ବିସ୍ମୟ ବାଳକ । ଏଥିନିମନ୍ତେ ସେ ଇଣ୍ଟରନାସନାଲ୍ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇପାରିଛନ୍ତି ।

[caption id="attachment_699901" align="aligncenter" width="650"]world record ନିଜ ବିଶ୍ୱ ରେକର୍ଡ ପ୍ରମାଣପତ୍ର ସହ ଉପ୍ତଲକ୍ଷ୍ୟ ଜେନା ।[/caption]

ଉତ୍ପଳାକ୍ଷ ଏବେ ଡିଏଭି ସ୍କୁଲ୍‌ରେ ପଢୁଥିବା ବେଳେ ତାଙ୍କ ବାପା ବିଦେଶରେ ଏୟାରକ୍ରାପ୍ଟ ଇଂଜିନିୟର ଭାବେ କାମ କରନ୍ତି । ମା’ ଏସସିବି ମେଡିକାଲରେ ନର୍ସ ଭାବେ କାର୍ଯ୍ୟରତ । କେବଳ ଏହି ପ୍ରତିଯୋଗିତା ନୁହେଁ, ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସଫଳତା ହାସଲ କରିଛନ୍ତି । ଏହି ସଫଳତା ପାଇ ଖୁବ୍‌ ଖୁସି ଥିବା କହିଛନ୍ତି ଉତ୍ପଳାକ୍ଷ ।

[caption id="attachment_699902" align="aligncenter" width="650"]world record ନିଜ ମା’ଙ୍କ ସହ ଚେସ୍‌ ଖେଳରେ ନିମଗ୍ନ ଉପ୍ତଲକ୍ଷ୍ୟ ।[/caption]

ଏନେଇ ଉତ୍ପଳାକ୍ଷଙ୍କ ମା’ କହିଛନ୍ତି, ଚେସ୍‌ ଖେଳୁ ଖେଳୁ ୧୧୮ଟି ରସାୟନିକ ତତ୍ତ୍ୱକୁ ନିର୍ଭୁଲ ଭାବେ କହି ପୁଅ ଏହି ରେକର୍ଡ ସ୍ଥାପନ କରିଛି। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ବି ସେ ଅଂଶଗ୍ରହଣ କରିଥିଲା। ଏଥିପାଇଁ ବି ତାକୁ ସାର୍ଟିଫିକେଟ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos