ବାପାଙ୍କ ଶୁଦ୍ଧିକ୍ରିୟା ଟଙ୍କା ଶୁଝିବା ପାଇଁ ଛେଳି ଚରାଉଛି ପୁଅ

ତେଲକୋଇ(ଚିନ୍ମୟ ସାହୁ): ବାପାର ଶୁଦ୍ଧିକ୍ରିୟା ପାଇଁ ଆଣିଥିବା ଟଙ୍କା ଶୁଝିବାକୁ ବନ୍ଧା ପଡ଼ିଛି ୧୩ ବର୍ଷର ପୁଅ! ସେଥିପାଇଁ ପାଠ ପଢ଼ାରେ ଡୋରି ବାନ୍ଧି ଛେଳି ଓ ଗୋରୁ ଚରାଉଛି। ଆଉ କଅଁଳ ବୟସରେ ଭାବିଛି, କରଜ ଆଣିଥିବା ଟଙ୍କା ସୁଝି ଦେବ। ନିଜେ ସିନା ପାଠ ପଢ଼ି ପାରିଲାନି, ସାନ ଭାଇ ଓ ଭଉଣୀଙ୍କୁ ପଢ଼ାଇ ମଣିଷ କରିବ। ଏମିତି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ତେଲକୋଇ ବ୍ଲକ୍‌ ବିମଳା ପଞ୍ଚାୟତ ନମକାନି ପୁରୁଣାପାଣି ଜୁଆଙ୍ଗ […]

goat

goat

Manoranjan Sial
  • Published: Friday, 15 November 2019
  • Updated: 15 November 2019, 08:00 PM IST

Sports

Latest News

ତେଲକୋଇ(ଚିନ୍ମୟ ସାହୁ): ବାପାର ଶୁଦ୍ଧିକ୍ରିୟା ପାଇଁ ଆଣିଥିବା ଟଙ୍କା ଶୁଝିବାକୁ ବନ୍ଧା ପଡ଼ିଛି ୧୩ ବର୍ଷର ପୁଅ! ସେଥିପାଇଁ ପାଠ ପଢ଼ାରେ ଡୋରି ବାନ୍ଧି ଛେଳି ଓ ଗୋରୁ ଚରାଉଛି। ଆଉ କଅଁଳ ବୟସରେ ଭାବିଛି, କରଜ ଆଣିଥିବା ଟଙ୍କା ସୁଝି ଦେବ। ନିଜେ ସିନା ପାଠ ପଢ଼ି ପାରିଲାନି, ସାନ ଭାଇ ଓ ଭଉଣୀଙ୍କୁ ପଢ଼ାଇ ମଣିଷ କରିବ। ଏମିତି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ।

ତେଲକୋଇ ବ୍ଲକ୍‌ ବିମଳା ପଞ୍ଚାୟତ ନମକାନି ପୁରୁଣାପାଣି ଜୁଆଙ୍ଗ ସାହିର ମନୁ ଜୁଆଙ୍ଗ। ପରିବାର କହିଲେ ପତ୍ନୀ ରଶ୍ମୀ, ବଡ଼ ପୁଅ ଅଶୋକ(୧୩), ଶୁଶାନ୍ତ ଓ ଝିଅ ନନ୍ଦୀନି। ମୂଲ ମଜୁରୀ ଲାଗି ପରିବାର ଚଳାନ୍ତି ମନୁ। ତେବେ ବର୍ଷେ ତଳେ ପତ୍ନୀ ରଶ୍ମୀଙ୍କୁ ସାପ କାମୁଡ଼ି ଥିଲା। ସେଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ମନୁ ପୂରା ଭାଙ୍ଗି ପଡ଼ିଥିଲେ। ତେବେ ଦୁଇ ପୁଅ ଓ ଝିଅର ମୁହଁ ଚାହିଁ ଦିନ କାଟୁଥିଲେ। ଯାହା ଉପାର୍ଜନ କରୁଥିଲେ, ସେଥିରେ ଘର ଚଳୁଥିଲା ଓ ପିଲାମାନେ ପାଠ ପଢ଼ୁଥିଲେ।

ତେବେ ହଠାତ ଦଇବର ଦାରୁଣ ଦୃଷ୍ଟି ମନୁଙ୍କ ପରିବାର ଉପରେ ପଡ଼ିଥିଲା। ବେମାରରେ ପଡ଼ିଲେ ମନୁ। କିଛିଦିନ ତଳେ ସେ ଆଖି ବୁଜି ଦେଲେ। ଆଗରୁ ଅଶୋକ, ଶୁଶାନ୍ତ ଓ ନନ୍ଦୀନିଙ୍କ ମୁଣ୍ଡ ଉପରୁ ମାଆର ହାତ ଉଠି ଯାଇଥିଲା, ଏବେ ବାପାର। ଅନାଥ ହୋଇଗଲେ ତିନି ଭାଇ ଓ ଭଉଣୀ। ଏପରିସ୍ଥିତିରେ ବାପାଙ୍କ ସୁଦ୍ଧିକ୍ରିୟା ପାଇଁ ପାଖରେ ଟଙ୍କାଟିଏ ନଥିଲା। ସପ୍ତମ ଶ୍ରେଣୀରେ ପଢ଼ୁଥିବା ଅଶୋକ ପଡ଼ୋଶୀଙ୍କଠାରୁ ୧୦୦୦ ଟଙ୍କା ଧାର ଆଣି ବାପାଙ୍କ ସୁଦ୍ଧିକ୍ରିୟା କଲେ। ହେଲେ ସେହି ଟଙ୍କା ସୁଝିବେ କେମିତି? ଯେଉଁ ବୟସରେ ପାଠ ପଢ଼ିବା କଥା, ସେହି ବୟସରେ ଦୁଇ ଭାଇ ଓ ଭଉଣୀ ଏବଂ ଉଧାର ଆଣିଥିବା ଟଙ୍କା ଚିନ୍ତା ତାଙ୍କୁ ଘାରିଥିଲା।

ଶେଷରେ ଅଶୋକଙ୍କୁ ପାଠ ପଢ଼ାରେ ଡୋରି ବାନ୍ଧିବାକୁ ପଡ଼ିଲା। ଛେଳି ଓ ଗୋରୁ ଚରାଇବାକୁ ବାଦ୍ଧ୍ୟ ହେଲେ ଅଶୋକ। ଦିନ ତମାମ ହାତରେ ଖଣ୍ଡିଏ ବାଡି ଧରି ଜଙ୍ଗଲରେ ଛେଳି ଜଗିଲେ। ମନ ଭିତରେ ଥିବା ଦୁଃଖକୁ ଭୁଲାଇବା ପାଇଁ କେତେବେଳେ ଛେଳି ସାଙ୍ଗରେ ଖେଳୁଛନ୍ତି ତ ଆଉ କେତେବେଳେ ଛେଳିଙ୍କୁ ଘାସ ପତ୍ର ଖୁଆଇ ଦେଉଛନ୍ତି। ଆଉ ସଞ୍ଜ ନଇଁଲେ ଛେଳି ଓ ଗୋରୁଙ୍କୁ ଆଣି ମାଲିକଙ୍କ ଜିମା ଦେଇ ଘରକୁ ଫେରୁଛନ୍ତି।

ମୁଣ୍ଡରେ ତ ଅର୍ଥ ଚିନ୍ତା। ଖାଲି ମନ ବୁଝାଇବା ପାଇଁ ବହିର ପୃଷ୍ଠା ଗୁଡ଼ିକୁ ଦୁଇରୁ ତିନି ଥର ଓଲଟାଇ ଦେଖନ୍ତି ଅଶୋକ। ସେ ନିଜ ସ୍ୱପ୍ନକୁ ଅନ୍ଧକାର ଭିତରକୁ ଠେଲିଦେଇ ଝାପ୍‌ସା ଝାପ୍‌ସା ଲଣ୍ଠନ ଆଲୁଅରେ ସାନ ଭାଇ ଓ ଭଉଣୀଙ୍କର ସୁନ୍ଦର ଭବିଷ୍ୟତର ସ୍ୱପ୍ନ ଦେଖନ୍ତି। ଏମିତି ଭାବେ ଆଖି ପତା ଲାଗିଯାଏ। ଆଉ ଆଖି ପତା ଖୋଲିଲା ବେଳକୁ ରାତି ପାହି ଯାଇଥାଏ। ସାନ ଭାଇ ଓ ଭଉଣୀଙ୍କୁ ଯେନତେନ ଖାଇବାକୁ ଦେଇ ବାହାରି ଯାଆନ୍ତି ନିଜ କାମରେ। କାରଣ ସେ ଭଲ ଭାବେ ଜାଣିଛନ୍ତି, ତା’ ଉପରେ ବାପାଙ୍କ ସୁଦ୍ଧିକ୍ରିୟା ଓ ଦୁଇ ଭାଇ-ଭଉଣୀଙ୍କ ବୋଝ ରହିଛି। ଏମିତି ଭାବେ ସେ ମାସେ ଧରି ଯାଉଛନ୍ତି ଗୋରୁ ଓ ଛେଳି ଚରାଇବାକୁ। ସେଥିରୁ ଟଙ୍କା ଆଣିଲେ ବାପାଙ୍କ ସୁଦ୍ଧିକ୍ରିୟା ଟଙ୍କା ସୁଝିବେ।

ପାଠ ପଢ଼ିବା ପାଇଁ ଅଶୋକର ଭାରି ଇଚ୍ଛା। ହେଲେ କଣ ହେବ, ସମୟ ଓ ପରିସ୍ଥିତି ତାକୁ ବାଧ୍ୟ କରିଛି ପାଠ ପଢ଼ାରେ ଡୋରି ବାନ୍ଧିବାକୁ। କିନ୍ତୁ କଅଁଳ ମନରେ ଭାବିଛି ନିଜେ ନପଢ଼ିଲେ ନାହିଁ, ଛୋଟ ଭାଇ-ଭଉଣୀଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିବେ।

ବାପା-ମା ଚାଲିଗଲା ପରେ ଅଶୋକ ଓ ତାଙ୍କର ଦୁଇ ଭାଇ-ଭଉଣୀ ବେଳେ ବେଳେ ଚାଲି ଯାଆନ୍ତି କକା-ଖୁଡିଙ୍କ ପାଖକୁ। ତାଙ୍କ କୋଳରେ ମୁଣ୍ଡ ଗୁଞ୍ଜି ମାଆର ସ୍ନେହ ମନେ ପକାନ୍ତି। ହେଲେ ଏକମାତ୍ର ସାହାରା ଥିବା କକା-ଖୁଡ଼ି ବି ଅଭାବ ଅନଟନ ଭିତରେ ତାଙ୍କ ସଂସାର ଚଳାନ୍ତି। ସେମାନେ କେତେଦିନ ବା ଏମାନଙ୍କ ସାହାରା ହେବେ?

ଏନେଇ ତେଲକୋଇ ତହସିଲଦାର ଅଶ୍ୱିନୀ ନାଏକ କହିଛନ୍ତି-“ଅଶୋକ ଗୋରୁ ଚଳାଉଛନ୍ତି, ଏକଥା ଜାଣିନାହିଁ। ତାଙ୍କ ପାଇଁ ବ୍ୟବସ୍ଥା କରାଯିବ। ତେବେ ତାଙ୍କ ମାଆଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ଏନେଇ ଭୁବନେଶ୍ୱରରୁ ଭିସେରା ରିପୋର୍ଟ ଆସିଲେ, ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଟଙ୍କା ଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story