ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେବି କଲେଜ ଓଡ଼ିଶାର ଏକ ଆଗଧାଡ଼ିର କଲେଜ ହୋଇଥିବା ବେଳେ ଏଥିରେ ଏକ ସିଟ୍ ପାଇବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲାଗେ ପ୍ରତିଯୋଗିତା। ଏହି କଲେଜରେ ପଢ଼ିବାକୁ ବହୁ କଷ୍ଟ ସ୍ୱୀକାର କରୁଥିବା ମେଧାବୀ ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହେଉଥିବା ବେଳେ ଜାଲ୍ ସାଟିଫିକେଟ ଜରିଆରେ ଅନାୟସରେ ମିଳୁଛି ଆଡମିଶନ ।
ଗତ ୩ ବର୍ଷରେ ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଏହି କଲେଜରେ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି । ବିଜେବି ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି ।
ପୁଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ? କିଏ ଏହି ସାର୍ଟିଫିକେଟ ଯୋଗାଇଛି ଓ କଲେଜର ଆଉ କିଛି ଛାତ୍ରଛାତ୍ରୀ ଏହି ଘଟଣାରେ ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ବିଜେବି କଲେଜର ଅଧ୍ୟକ୍ଷ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ଓଡ଼ିଆ ଶ୍ରମିକ; ମା’ ଆଣିଲେ ହତ୍ୟା ଅଭିଯୋଗ
ଗତ ୨୩ ତାରିଖରେ ଗଣେଶ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ।
Miscellaneous
ସୀମାରେ ଅଟକିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍; ଛାଡ଼ୁନି ପଶ୍ଚିମବଙ୍ଗ ସରକାର
ବୁଧବାର ରାତିରୁ ଲକ୍ଷ୍ମଣନାଥ ଟୋଲ ଗେଟ୍ରୁ ୨୫ କିମି ଦୂରରେ ତଥା ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି।
Accident
ଜଳିଗଲା ଧାନ ଗଦା, ୧୦ ଏକର ଜମିର ଧାନ ଫସଲ ଭସ୍ମ
ଗତକାଲି କିଛି ଦୁର୍ବୃତ୍ତମାନେ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ।
Miscellaneous
ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍; ଏଣିକି ମଣ୍ଡି ଜଗୁଛି ସିସିଟିଭି
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍କୁ ଉଦ୍ଘାଟନ କରିଛନ୍ତି। ମଣ୍ଡି ସଂପର୍କିତ ଅସୁବିଧା ନେଇ ଟୋଲ୍ ଫ୍ରି ନମ୍ବର ୧୯୬୭ରେ କଲ୍ କରିପାରିବେ ଚାଷୀ।
Accident
ଡମ୍ଫରକୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୩ ଆହତ
ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।