ନିଜ ଗାଁ ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରିବାରୁ ୨ ବିଜେଡି କର୍ମୀଙ୍କୁ କରାଯାଇଥିଲା ହତ୍ୟା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଡବଲ୍ ମର୍ଡର କେସ୍‌ର ପର୍ଦ୍ଦାଫାସ କରିଛି ପୁଲିସ୍‌। ନିର୍ବାଚନ ବେଳର ରାଗ ରଖି ହତ୍ୟା କରାଯାଇଛି ଦୁଇ ବିଜେଡି କର୍ମୀ ସୁଧୀର ପାତ୍ର ଓ ସୁଦର୍ଶନ ସୁଆରଙ୍କୁ। ନିଜ ଗାଁର ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ ନ କରିବାରୁ ସେମାନଙ୍କୁ କରାଯାଇଛି ହତ୍ୟା। ଆଉ ଏହି ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ହେଉଛନ୍ତି ହାରିଯାଇଥିବା ସେହି ସରପଞ୍ଚ ପ୍ରାର୍ଥୀଙ୍କ ସ୍ୱାମୀ ପ୍ରଶାନ୍ତ ଗୌଡ଼ (୩୦)। ଦିଗପହଣ୍ଡି ପୁଲିସ୍ ପ୍ରଶାନ୍ତଙ୍କ ସମେତ ମୋଟ […]

Accussed

Accussed

Jitendra Garnayak
  • Published: Tuesday, 03 May 2022
  • Updated: 03 May 2022, 09:40 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଡବଲ୍ ମର୍ଡର କେସ୍‌ର ପର୍ଦ୍ଦାଫାସ କରିଛି ପୁଲିସ୍‌। ନିର୍ବାଚନ ବେଳର ରାଗ ରଖି ହତ୍ୟା କରାଯାଇଛି ଦୁଇ ବିଜେଡି କର୍ମୀ ସୁଧୀର ପାତ୍ର ଓ ସୁଦର୍ଶନ ସୁଆରଙ୍କୁ। ନିଜ ଗାଁର ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ ନ କରିବାରୁ ସେମାନଙ୍କୁ କରାଯାଇଛି ହତ୍ୟା। ଆଉ ଏହି ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ହେଉଛନ୍ତି ହାରିଯାଇଥିବା ସେହି ସରପଞ୍ଚ ପ୍ରାର୍ଥୀଙ୍କ ସ୍ୱାମୀ ପ୍ରଶାନ୍ତ ଗୌଡ଼ (୩୦)। ଦିଗପହଣ୍ଡି ପୁଲିସ୍ ପ୍ରଶାନ୍ତଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରିଛି। ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ସୁପାରୀକିଲର।

ପ୍ରଶାନ୍ତଙ୍କ ସହିତ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି- ବୁଡୁ ଦାସ (ସୁପାରୀକିଲର), ବି. ଦେବରାଜ ରେଡ୍ଡୀ (ସୁପାରୀକିଲର), କୁନା ଗୌଡ଼ (ସୁପାରୀକିଲର), ବସନ୍ତ କୁମାର ଗୌଡ଼ ଓରଫ ମିଥୁନ, କୃଷ୍ଣଚନ୍ଦ୍ର ଗୌଡ଼, ସିଦ୍ଧାନ୍ତ ଗୌଡ଼, ସନ୍ତୋଷ କୁମାର ପ୍ରଧାନ ଓ ସୁମନ୍ତ କୁମାର ନାହାକ।

ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଲୁହା ରଡ୍‌, ଗୋଟିଏ କଂକ୍ରିଟ୍ ଖଣ୍ଡ, ଗୋଟିଏ ପଥର, ଗୋଟିଏ କାର, ଗୋଟିଏ ବାଇକ୍ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି। ସୁପାରୀକିଲର ବୁଡ଼ୁ ଦାସ (୩୦) ନାଁରେ ପୂର୍ବରୁ ବ୍ରହ୍ମପୁର ସଦର ସମେତ ହିଞ୍ଜିଳି ଥାନାରେ ମୋଟ ୬ଟି ମାମଲା ରହିଛି। ସେହିପରି ସୁପାରୀକିଲର କୁନା ଗୌଡ଼ (୨୫) ନାଁରେ ପୂର୍ବରୁ ବ୍ରହ୍ମପୁର ସଦର ସମେତ ଗୋଳନ୍ଥରା, ଗୋଶାଣୀ ନୂଆଗାଁ ଓ କେ. ନୂଆଗାଁ ଥାନାରେ ୧୧ଟି ମାମଲା ରହିଛି।

ଗତ ପଞ୍ଚାୟତ ନିର୍ବାଚନରେ ନିମଖଣ୍ଡି ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଥିଲେ ପ୍ରଶାନ୍ତ ଗୌଡ଼ଙ୍କ ପତ୍ନୀ ଓ ରବି ଗୌଡ଼ଙ୍କ ପତ୍ନୀ। ମୃତ ସୁଧୀର ପାତ୍ର ଓ ସୁଦର୍ଶନ ସୁଆର ଥିଲେ ପ୍ରଶାନ୍ତଙ୍କ ଗାଁ ପାଳଝଡ଼ିର ବାସିନ୍ଦା। କିନ୍ତୁ ସେମାନେ ରବି ଗୌଡ଼ଙ୍କ ପତ୍ନୀଙ୍କ ପାଇଁ ପ୍ରଚାର କରିଥିଲେ। ନିର୍ବାଚନରେ ପ୍ରଶାନ୍ତ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ତାଙ୍କ ପତ୍ନୀ ମାତ୍ର ୪ଟି ଭୋଟ୍‌ରେ ହାରିଯାଇଥିଲେ। ଏଥିଯୋଗୁ ସୁଧୀର ପାତ୍ର ଓ ସୁଦର୍ଶନ ସୁଆରଙ୍କ ଉପରେ ରାଗି ଯାଇଥିଲେ ପ୍ରଶାନ୍ତ। କାରଣ ସୁଧୀର ଓ ସୁଦର୍ଶନ ତାଙ୍କ ଗାଁ ଲୋକ ହୋଇ ତାଙ୍କ ପତ୍ନୀଙ୍କ ବିରୋଧରେ ପ୍ରଚାର କରିଥିଲେ। ସେଥିପାଇଁ ସେ ତାଙ୍କ ସହଯୋଗୀ ସୁମନ୍ତ ନାହାକ, ସନ୍ତୋଷ ପ୍ରଧାନ, ବସନ୍ତ ଗୌଡ଼, ସିଦ୍ଧାନ୍ତ ଗୌଡ଼ ଓ କୃଷ୍ଣ ଗୌଡ଼ଙ୍କ ସହିତ ମିଶି ସୁଧୀର ଓ ସୁଦର୍ଶନଙ୍କୁ ହତ୍ୟା କରିବାକୁ କରିଥିଲେ ଷଡ଼ଯନ୍ତ୍ର। ଏଥିପାଇଁ ବିଭିନ୍ନ ସ୍ଥାନରେ ବୈଠକ କରି ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ଅନୁଯାୟୀ ସୁଧୀର ଓ ସୁଦର୍ଶନଙ୍କୁ ହତ୍ୟା କରିବାକୁ ସେମାନେ ତିନି ଜଣ ସୁପାରୀକିଲର- ବୁଡୁ ଦାସ, ବି ଦେବରାଜ ରେଡ୍ଡୀ ଓ କୁନା ଗୌଡ଼ଙ୍କୁ ଠିକ୍ କରିଥିଲେ। ପ୍ରଶାନ୍ତ ସୁପାରୀକିଲରଙ୍କୁ ୫୦ ହଜାର ଟଙ୍କାରେ ଠିକ୍ କରିଥିଲେ। ହତ୍ୟା ପୂର୍ବରୁ ସେ ୩୦ ହଜାର ଟଙ୍କା ଦେଇଥିଲେ। ବାକି ଟଙ୍କା ସୁଧୀର ଓ ସୁଦର୍ଶନଙ୍କୁ ହତ୍ୟା କରିବା ପରେ ଦେବେ ବୋଲି କହିଥିଲେ।

ହତ୍ୟାକାଣ୍ଡ ଦିନ ଅର୍ଥାତ୍ ଏପ୍ରିଲ୍ ୨୩ ତାରିଖରେ ନିମଖଣ୍ଡି ପେଣ୍ଠରେ ଏକ ଭୋଜିରେ ସାମିଲ ହୋଇଥିଲେ ସୁଧୀର ଓ ସୁଦର୍ଶନ। ସେଠାରୁ ଫେରିବା ବେଳେ ଏକ ନିଛାଟିଆ ସ୍ଥାନରେ ସେମାନଙ୍କୁ ଅପେକ୍ଷା କରିଥିଲେ ସୁପାରୀକିଲର ବୁଡ଼ୁ ଦାସଳ କୁନା ଗୌଡ଼ ଓ ଦେବରାଜ ରେଡ୍ଡୀ। ସେମାନେ ସୁଧୀର ଓ ସୁଦର୍ଶନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ୩ ସୁପାରୀକିଲର ସେମାନଙ୍କୁ ବିଧା,ଗୋଇଠା ମାରିବା ସହିତ ପଥର ଓ ଲୁହା ରଡ୍‌ରେ ପିଟି ଥିଲେ। ଫଳରେ ସୁଧୀର ଓ ସୁଦର୍ଶନଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏହା ପରେ ସୁପାରୀକିଲରମାନେ ସେଠାରୁ ପଳାଇ ଯାଇଥିଲେ। ସେମାନେ ଯିବା ପରେ ସେହି ବାଟ ଦେଇ ଯାଉଥିବା ଗାଁ ଲୋକେ ସୁଧୀର ଓ ସୁଦର୍ଶନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

ଗଞ୍ଜେଇ ବେପାର କରୁଥିଲା ପ୍ରଶାନ୍ତ

ଏହି ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଗୌଡ଼ ଗଞ୍ଜେଇ ବେପାର କରୁଥିଲା। ତା’ ଗାଁ ପାଳଝଡ଼ିରେ ହୋଇଥିବା ବେଳେ ସେ ଭୀଷ୍ମଗିରିରେ ରହୁଥିଲା। ଭୀଷ୍ମଗିରି ସ୍ଥିତ ତା’ ଘରେ ପୁଲିସ୍ ରେଡ୍ କରି ୨୦୨ କେଜି ଗଞ୍ଜେଇ ଜବତ କରିବା ସହିତ ଉକ୍ତ ଘରକୁ ସିଲ୍ କରି ଦେଇଛି। ପ୍ରଶାନ୍ତର ଗୋଟିଏ କାର, ବାଇକ୍ ଓ ଜେସିବିକୁ ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos