ଲଜ୍ଜା: ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଉଦଳା:(ଓଡ଼ିଶା ରିପୋର୍ଟର) କିଛି ଦିନ ହେବ ସାରା ରାଜ୍ୟରୁ ଗୋଟିଏ ପରେ ଗୋଟିଏ ନାବାଳିକା ଗର୍ଭବତୀ ହେବା ଖବର ଆସୁଛି। ଦାରିଙ୍ଗିବାଡ଼ିର ଏକ ଆଶ୍ରମ ପରିସରରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ମା’ ହେବା ଘଟଣାର ଭିଡିଓ ଭାଇରାଲ ହେବା ପରଠାରୁ ଗୋଟିଏ ପରେ ଗୋଟିଏ ଏମିତି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସୁଛି।

ଏହି କ୍ରମରେ ଉଦଳାରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଛାତ୍ରୀ ଜଣକ ଏକ ଆଶ୍ରମର ନବମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡ଼ିଛି। ଏନେଇ ଉଦଳା ଥାନାରେ ପ୍ରଧାନ ଶିକ୍ଷକ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଛାତ୍ରୀ ଜଣକ କପ୍ତିପଦା ଥାନା ଅଞ୍ଚଳରୁ ଆସି ଆଶ୍ରମ ସ୍କୁଲରେ ପଢୁଥିଲେ।

ସୂଚନାଯୋଗ୍ୟ, ବୌଦ୍ଧ ଜିଲ୍ଲା  ହରଭଙ୍ଗା ବ୍ଲକ୍‌ ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଗତକାଲି ଖବର ଆସିଥିଲା। ନାବାଳିକା ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।