ଖଟ ତଳେ ଗର୍ଜୁଥିଲା ଅଜଗର, ଆଉ ତା’ପରେ...

ନୀଳଗିରି (ବିଶ୍ୱମ୍ୱର ଦାସ): ଶୋଇବା ଘରେ ଗର୍ଜୁଥିଲା ଅଜଗର। ଏହି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ ଘରେ ଶୋଇଥିବା ପରିବାର ଲୋକେ। ଖଟ ତଳକୁ ଅନାଇ ଦେଖିବାରୁ ଗୋଟିଏ ଅଜଗର ସାପ ଦେଖିବାକୁ ପାଇଲେ । ଗତକାଲି ରାତିରେ ଏପରି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡ଼ି ଗାଁର ଜଣେ ଲୋକଙ୍କ ଘରେ ଦେଖିବାକୁ ମିଳିଛି। ପୂରା ଘଟଣା ଏମିତି। ଗତକାଲି ରାତିରେ କାଣ୍ଡଗରଡି ଗାଁର ଜୟନ୍ତ ଦାସଙ୍କ ପରିବାର ଲୋକେ ଖାଇପିଇ ଶୋଇଥିଲେ। କିନ୍ତୁ […]

balasore

balasore

Manoranjan Sial
  • Published: Wednesday, 17 July 2019
  • Updated: 17 July 2019, 06:13 PM IST

Sports

Latest News

ନୀଳଗିରି (ବିଶ୍ୱମ୍ୱର ଦାସ): ଶୋଇବା ଘରେ ଗର୍ଜୁଥିଲା ଅଜଗର। ଏହି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ ଘରେ ଶୋଇଥିବା ପରିବାର ଲୋକେ। ଖଟ ତଳକୁ ଅନାଇ ଦେଖିବାରୁ ଗୋଟିଏ ଅଜଗର ସାପ ଦେଖିବାକୁ ପାଇଲେ । ଗତକାଲି ରାତିରେ ଏପରି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡ଼ି ଗାଁର ଜଣେ ଲୋକଙ୍କ ଘରେ ଦେଖିବାକୁ ମିଳିଛି।

ପୂରା ଘଟଣା ଏମିତି। ଗତକାଲି ରାତିରେ କାଣ୍ଡଗରଡି ଗାଁର ଜୟନ୍ତ ଦାସଙ୍କ ପରିବାର ଲୋକେ ଖାଇପିଇ ଶୋଇଥିଲେ। କିନ୍ତୁ ହଠାତ ଶୋଇବା ଘରର ଖଟ ତଳୁ ସାପର ଗର୍ଜନ ଶୁଣିବାକୁ ପାଇଥିଲେ। ଏପରି ଶବ୍ଦ ଶୁଣି ପ୍ରଥମେ ପରିବାର ଲୋକେ କିଛି ଠଉରାଇ ପାରିନଥିଲେ। ପରେ ଖଟ ତଳେ ଏକ ୧୦ ଫୁଟିଆ ଅଜଗର ସାପକୁ ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ। ଆଉ ତା’ପରେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ।

ନୀଳଗିରିର ଜଣେ ଟୁରିଷ୍ଟ ଗାଇଡ୍‌ ମନୋରଞ୍ଜନ ଦାସ ଓ ଫରେଷ୍ଟ କର୍ମଚାରୀ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଦେବଗିରି ପାହାଡ଼ରେ ଛାଡ଼ି ଦେଇଛନ୍ତି। ସାପଟି ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଖସି ଆସିଥିବା ଅନୁମାନ କରାଯାଉଛି। ସୂଚନାରୁ ପ୍ରକାଶ, ବର୍ଷା ଋତୁରେ ସାପମାନେ ଝରଣା ପାଣିରେ ଭାସି ଆସନ୍ତି। ମାତ୍ର ଆଉ ଜଙ୍ଗଲକୁ ଫେରିପାରନ୍ତି ନାହିଁ। ତେଣୁ ସେମାନେ ନିଜଟସ୍ଥ ଗାଁ ଚାଲିଯାଇ ପରିତ୍ୟକ୍ତ ଘର ବା ବୁଦାମୂଳରେ ରୁହନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos