ବଞ୍ଚି ଥାଉଥାଉ ମାରିଦେଲେ, ମହିଳା କହୁଛନ୍ତି-ମୁଁ ଜାଣିନି, କେବେ ମରିଗଲି

ଉଦଳା(ମାନସ ପାଣି):  ବଞ୍ଚିଥିବା ମହିଳାଙ୍କୁ କାଗଜପତ୍ରରେ ମାରିଦେଲେ। ସୁସ୍ଥ ସବଳ ହୋଇ ବିଲରେ ଖଟୁଥିବା ମହିଳା ଏବେ କାଗଜପତ୍ରରେ ମୃତ । କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ବୋଲି କାଗଜପତ୍ରରେ ବି ଉଲ୍ଲେଖ ଅଛି।  ଏ ସମ୍ପର୍କରେ ଜାଣି ଖୋଦ ମହିଳା ବି ତାଜୁବ ।   ମୁଁ ବଞ୍ଚି ଥାଉ ଥାଉ ମୋତେ କିପରି ମାରିଦେଲେ ବୋଲି ପ୍ରଶ୍ନ ପଚାରିଛନ୍ତି। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ମୟୂରଭଞ୍ଜ ଜିଲ୍ଲା ଖୁଂଟା ତହସିଲ୍ ଅଧୀନ ଧନାପନା ଗ୍ରାମରେ ଘଟିଛି। […]

lady

lady

Niharika Rout
  • Published: Friday, 10 December 2021
  • Updated: 10 December 2021, 12:48 PM IST

Sports

Latest News

ଉଦଳା(ମାନସ ପାଣି):  ବଞ୍ଚିଥିବା ମହିଳାଙ୍କୁ କାଗଜପତ୍ରରେ ମାରିଦେଲେ। ସୁସ୍ଥ ସବଳ ହୋଇ ବିଲରେ ଖଟୁଥିବା ମହିଳା ଏବେ କାଗଜପତ୍ରରେ ମୃତ । କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ବୋଲି କାଗଜପତ୍ରରେ ବି ଉଲ୍ଲେଖ ଅଛି।  ଏ ସମ୍ପର୍କରେ ଜାଣି ଖୋଦ ମହିଳା ବି ତାଜୁବ ।   ମୁଁ ବଞ୍ଚି ଥାଉ ଥାଉ ମୋତେ କିପରି ମାରିଦେଲେ ବୋଲି ପ୍ରଶ୍ନ ପଚାରିଛନ୍ତି। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ମୟୂରଭଞ୍ଜ ଜିଲ୍ଲା ଖୁଂଟା ତହସିଲ୍ ଅଧୀନ ଧନାପନା ଗ୍ରାମରେ ଘଟିଛି। କାଗଜପତ୍ରରେ ମୃତ ତଥା ପ୍ରକୃତରେ ଜୀବିତ ଥିବା  ମହିଳାଜଣକ ହେଲେ ଧନାପନା ଗ୍ରାମର ୫୨ ବର୍ଷ ବୟସ୍କା ସ୍ନେହଲତା ଦାସ ।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ, ଖୁଂଟା ତହସିଲକୁ ଏକ କୋଭିଡ ମୃତ୍ୟୁଜନିତ ରିପୋର୍ଟ ଆସିଥିଲା। ଯେଉଁଥିରେ ୯ ଜଣଙ୍କ ନାମ ରହିଛି । ଯେଉଁମାନେ କି କୋଭିଡରେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇଛି। ସେହି ତାଲିକାରେ ୪ ନମ୍ୱରରେ ରହିଛି ଖୁଂଟା ତହସିଲ୍ ଅଧୀନ ଧନାପନା ଗ୍ରାମର ସ୍ନେହଲତା ଦାସଙ୍କ ନାମ।  ଯାହାକୁ ମୃତ ବୋଲି ଦର୍ଶାଯାଇଥିବା ବେଳେ ବାସ୍ତବରେ ସେ ଏବେ ଜୀବୀତ ।

ସ୍ନେହଲତାଙ୍କ କହିବାନୁଯାୟୀ, ଖୁଣ୍ଟା ଡାକ୍ତରଖାନା ଯାଇଥିଲି। ସେଠାରେ ଟେଷ୍ଟ ହେବା ପରେ ମାର୍ଚ୍ଚ ୧୯ ତାରିଖରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲି । ହୋମ ଆଇସୋଲେସନରେ ରହି ମେଡିସିନ ଖାଇ ଭଲ ହେଲି। ହେଲେ ୩୦ ଜୁଲାଇରେ ମୋର ମୃତ୍ୟୁ ହୋଇଥିବା ନେଇ କାଗଜପତ୍ରରେ ଦର୍ଶାଇଲେ।  ବାସ୍ତବରେ କିନ୍ତୁ ମୁଁ ଏବେ ଜୀବିତ ଏବଂ ପୁରା ସୁସ୍ଥ। ଘରେ ସମସ୍ତ କାମ କରିବା ସମେତ ବିଲରେ ଧାନ କାଟୁଛି। ଏବେ ଶୁଣିଲି ମୋତେ ମାରିଦେଲେ। ମୁଁ ବଞ୍ଚି ଥାଉ ଥାଉ ମୋତେ କିପରି ମାରିଦେଲେ।

[caption id="attachment_697961" align="alignnone" width="650"]covid-report କୋଭିଡ ରିପୋର୍ଟରେ ସ୍ନେହଲତାଙ୍କୁ ମୃତ ବୋଲି ଦର୍ଶାଯାଇଛି।[/caption]

ଏଭଳି ଏକ ସାଂଘାତିକ ଘଟଣା ଜଣାପଡିବା ପରେ ସ୍ଥାନୀୟ ବିସିପୁର ରାଜସ୍ୱ ନିରୀକ୍ଷକଙ୍କୁ ତହସିଲଦାର ଘଟଣାର ତଦନ୍ତ କରିବାକୁ ପଠାଇଥିଲେ। ଆରଆଇ ଗତକାଲି  ଘଟଣାସ୍ଥଳରେ ପହଞ୍ଚି ସ୍ନେହଲତାଙ୍କୁ ଭେଟିଛନ୍ତି। ତାଙ୍କ ସହ କଥା ହେବା ସହ ତାଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିଛନ୍ତି। ଏଥିସହ ଆଧାର କାର୍ଡ ଜେରକ୍ସ, ଭୋଟର କାର୍ଡ ଜେରକ୍ସ ସହ ଫଟୋ ଉଠାଇ ନେଇଛନ୍ତି। କେବଳ ସେତିକି ନୁହେଁ,  କୋଭିଡର ମୃତ୍ୟୁ ରିପୋର୍ଟକୁ ଖାରଜ କରି ଦେଇଥିବା କହିଛନ୍ତି।

ଏହି ଘଟଣା ବାବଦରେ ତହସିଲଦାରଙ୍କୁ ପଚାରିବାରୁ ସେ ଘଟଣାକୁ ଏଡାଇ ଯିବା ସହିତ ଏହା କୌଣସି ଭାଲିଡ ଡକ୍ୟୁମେଂଟ ନୁହେଁ ବୋଲି କହିଥିଲେ।   ଯଦି ଏହି ରିପୋର୍ଟ ଭାଲିଡ୍ ଡକ୍ୟୁମେଂଟ ନୁହେଁ ତେବେ ରାଜସ୍ୱ ନିରୀକ୍ଷକଙ୍କୁ କଣ ପାଇଁ ଉକ୍ତ ମହିଳାଙ୍କ ଘରକୁ ତଦନ୍ତ କରିବାକୁ ପଠାଇଥିଲେ ତହସିଲଦାର। ଏଭଳି ଏକ ସାଂଘାତିକ ଭୁଲ୍ ଲୁଚାଇବାକୁ ଏବେ ପ୍ରଶାସନ ପକ୍ଷରୁ ରୀତିମତ ପ୍ରୟାସ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story