ବସକୁ ୫ଲକ୍ଷ ୬୬ ହଜାର ଟଙ୍କାର ଫାଇନ୍
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାତ୍ରୀବାହୀକୁ ବସକୁ ୫ ଲକ୍ଷ ୬୬ହଜାର ଟଙ୍କାର ଜରିମାନା। ତେବେ କାହିଁକି ଏତେ ଟଙ୍କାର ଜରିମାନା କରାଗଲା। ବସଟି ୨୦୧୯ ମସିହା ମେ’ ମାସରୁ ଏପର୍ଯ୍ୟନ୍ତ ଏମଭି ଟ୍ୟାକ୍ସ ପୈଠ କରିନଥିବାରୁ ଏହି ଜରିମାନା ଲଗାଯାଇଛି। ଭୁବନେଶ୍ୱର RTO-2 ଏହି ଜରିମାନା ଲଗାଇଛି।
A bus no. OD10F0409 plying from Koraput to Bhubaneswar was detained by enforcement wing of RTO BBSR II for having no MV Tax from from May 2019 onwards till date amounting to Rs 5,66,981/- with penalty & also plying without valid stage carriage permit. pic.twitter.com/dneqlDYM1f
— RTO BHUBANESWAR-II (@rto_bbsr2) October 14, 2020
OD 10 F 0409 ନମ୍ବର ବିଶିଷ୍ଟ ବସଟି କୋରାପୁଟରୁ ଭୁବନେଶ୍ୱର ଯାତାୟତ କରେ। ତେବେ ବସଟି ପାଖାପାଖି ଦେଢ଼ ବର୍ଷ ଧରି ଟ୍ୟାକ୍ସ ଦେଇନଥିବା ଆରଟିଓ ପକ୍ଷରୁ କୁହାଯାଇଛି। ଏହାସହ ବସଟିର ବୈଧ ଷ୍ଟେଜ୍ କ୍ୟାରେଜ୍ ପରମିଟ୍ ମଧ୍ୟ ନଥିବା ସୂଚନା ମିଳିଛି। ତେଣୁ ବସକୁ ଟ୍ୟାକ୍ସ ସହ ମୋଟ ୫ ଲକ୍ଷ ୬୬ହଜାର ୯୮୧ ଟଙ୍କା ଜରିମାନା ଲଗାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।