ମର୍ଣ୍ଣିଂୱାକରେ ଯାଇଥିଲେ ମହିଳା, ଘରକୁ ଫେରି ନାହାନ୍ତି

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ମର୍ଣ୍ଣିଂୱାକ ପାଇଁ ସକାଳୁ ସକାଳୁ ଘରୁ ବାହାରି ଯାଇଥିବା ମହିଳା ନିଖୋଜ । ପରିବାର ଲୋକ ତାଙ୍କ ପତ୍ତା ପାଉ ନ ଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଏପରି ଅଭାବନୀୟ ଘଟଣା ଆଜି ସକାଳୁ ସକାଳୁ  ବଲାଙ୍ଗିରରେ ହୋଇଛି। ନିଖୋଜ ମହିଳାଜଣକ ହେଲେ ୫୫ ବର୍ଷୀୟ ଆଦରମଣି ନାଏକ । ପ୍ରାୟ ମାସେ ହେବ ଭଦ୍ରକ ଜିଲ୍ଲା ଧୁସୁରୀ ଥାନା ଷାଠିବାଙ୍କୁଡା ଗ୍ରାମର ଗୋରାଚାନ୍ଦ ନାଏକ ଏବଂ ସ୍ତ୍ରୀ ଆଦରମଣି ନାଏକ […]

missing lady

missing lady

Niharika Rout
  • Published: Wednesday, 08 December 2021
  • Updated: 08 December 2021, 12:25 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ମର୍ଣ୍ଣିଂୱାକ ପାଇଁ ସକାଳୁ ସକାଳୁ ଘରୁ ବାହାରି ଯାଇଥିବା ମହିଳା ନିଖୋଜ । ପରିବାର ଲୋକ ତାଙ୍କ ପତ୍ତା ପାଉ ନ ଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଏପରି ଅଭାବନୀୟ ଘଟଣା ଆଜି ସକାଳୁ ସକାଳୁ  ବଲାଙ୍ଗିରରେ ହୋଇଛି। ନିଖୋଜ ମହିଳାଜଣକ ହେଲେ ୫୫ ବର୍ଷୀୟ ଆଦରମଣି ନାଏକ ।

ପ୍ରାୟ ମାସେ ହେବ ଭଦ୍ରକ ଜିଲ୍ଲା ଧୁସୁରୀ ଥାନା ଷାଠିବାଙ୍କୁଡା ଗ୍ରାମର ଗୋରାଚାନ୍ଦ ନାଏକ ଏବଂ ସ୍ତ୍ରୀ ଆଦରମଣି ନାଏକ ବଲାଙ୍ଗିରରେ ଥିବା ପୁଅ କୈଳାସ କୁମାରଙ୍କ ଘରକୁ ଆସିଥିଲେ । ସବୁ ଦିନ ପରି ଆଜି ସକାଳୁ  ଆଦରମଣି ମର୍ନିଂୱାକ ପାଇଁ ଘରୁ ବାହାରିଥିଲେ ।   ଗୋଟିଏ ମାସ ହେଲା ନିୟମିତ ମର୍ଣିଂୱାକ ଯାଇ ଘରକୁ ଫେରନ୍ତି ଆଦରମଣି । ଆଜି କିନ୍ତୁ ଆଉ ଘରକୁ ଫେରି ନାହାନ୍ତି ।

ଘର ଲୋକ ବହୁତ ଖୋଜାଖୋଜି କରିବା ପରେ ଶେଷରେ ନିଖୋଜ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଦରମଣି ସୁନା ଅଲଙ୍କାର ପିନ୍ଧିଥିବାରୁ କୌଣସି ଅଘଟଣ ଆସଙ୍କାରେ ଭୟଭୀତ ପରିବାର ଲୋକେ । ବଲାଙ୍ଗିର ସହର ଭିତରେ କ୍ରାଇମ ବଢିଚାଲିଥିବାରୁ, ମର୍ନିଂୱାକରୁ ମହିଳା ନିଖୋଜ ହେବା ଘଟଣାକୁ ନେଇ ସାରା ସହର ଭିତରେ ହଇଚଇ ସୃଷ୍ଟି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos