ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଡ଼ାଇ ଗୋଡ଼ାଇ ହାଣିଲେ

ସୋର: ବାଲେଶ୍ୱର ଜିଲ୍ଲା ସାବିରା ପଞ୍ଚାୟତ ଅନ୍ତର୍ଗତ ଅଗପଡ଼ା ଗାଁରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ନରେନ୍ଦ୍ର ନାୟକ (୫୦)। ତାଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନରେନ୍ଦ୍ର କୌଣସି ସ୍ଥାନକୁ ଯାଉଥିବା ବେଳେ ଚାରି ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ଲହୁଲୁହାଣ କରି ଦେଇଥିଲେ। ପୂର୍ବଶତ୍ରୁତାରୁ ଏହି ଆକ୍ରମଣ ହୋଇଛି ବୋଲି ଜଣାପଡ଼ିଛି। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୋର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଦୁର୍ବୃତ୍ତଙ୍କ ସଂପର୍କରେ କିଛି ଜଣାପଡ଼ିନି। ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।

[vc_video link="" align="center"]

Ordigital Desk
• Published: Sunday, 03 September 2017
• Updated: 03 September 2017, 08:59 AM IST

Sports

Latest News

ସୋର: ବାଲେଶ୍ୱର ଜିଲ୍ଲା ସାବିରା ପଞ୍ଚାୟତ ଅନ୍ତର୍ଗତ ଅଗପଡ଼ା ଗାଁରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ନରେନ୍ଦ୍ର ନାୟକ (୫୦)। ତାଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନରେନ୍ଦ୍ର କୌଣସି ସ୍ଥାନକୁ ଯାଉଥିବା ବେଳେ ଚାରି ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ଲହୁଲୁହାଣ କରି ଦେଇଥିଲେ। ପୂର୍ବଶତ୍ରୁତାରୁ ଏହି ଆକ୍ରମଣ ହୋଇଛି ବୋଲି ଜଣାପଡ଼ିଛି। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୋର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଦୁର୍ବୃତ୍ତଙ୍କ ସଂପର୍କରେ କିଛି ଜଣାପଡ଼ିନି। ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।

[vc_video link="" align="center"]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos