କଲେଜରେ ଛାଡ଼ି ଦେବାକୁ କହି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ !

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କଲେଜରେ ଛାଡ଼ି ଦେବାକୁ କହି ପିଅନ ମନୋଜ ଖଟୁଆ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି।

ତେବେ ଅଭିଯୁକ୍ତ ପିଅନ ଏହି ଘଟଣା ସମ୍ପର୍କରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି,-“କ୍ୟାମ୍ପସ ଭିତରେ  ମୁଁ ସଂପୃକ୍ତ ଛାତ୍ରୀଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିଥିଲି। ସଂପୃକ୍ତ ଛାତ୍ରୀ ଜଣେ ଛାତ୍ର ଓ ଜଣେ ଡାକ୍ତର ସହ ଖରାପ କାମ କରୁଥିଲେ। ଏକଥା ସକାଳେ ପ୍ରିନ୍ସିପାଲଙ୍କୁ କହିବି ବୋଲି ମୁଁ ତାଙ୍କୁ କହିଥିଲି। ସେମାନେ ମୋତେ ଭୁଲ ମାଗିଥିଲେ ଓ କାହାକୁ ନ କହିବାକୁ କହିଥିଲେ। ମୁଁ ରୁମକୁ ଫେରି ଶୋଇଥିଲା ବେଳେ ରାତି ପ୍ରାୟ ୪ଟାରେ ମୋତେ ଉଠାଇ ନିଆଯାଇଥିଲା।”

ମେଡିକାଲ କଲେଜ ମୁଖ୍ୟ ତିରୁପତି ପ୍ରାଣିଗ୍ରାହୀ କହିଛନ୍ତି-“କାଲି ରାତି ପ୍ରାୟ ୭ଟା ୩୦ରେ ଏହି  ଘଟଣା ଘଟିଥିବା ଅଭିଯୋଗ ହୋଇଛି। ରାତି ୧୨ଟାରେ ଘଟଣା ସଂପର୍କରେ ଆମ ନଜରକୁ ଆସିଲା। ପୋଲିସକୁ ଡାକି ଅଭିଯୁକ୍ତକୁ ଚିହ୍ନଟ କରି ଜିମାରେ ଦେଇଥିଲୁ। ପୋଲିସକୁ ପୂର୍ଣ୍ଣ ସହଯୋଗ କରୁଛୁ। ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ଦିଆଯାଉ।”

 

ଆହୁରି ପଢ଼ନ୍ତୁ

ସରକାରୀ କର୍ମଚାରୀଙ୍କ ୯ ଛୁଟି ବେକାର, ପାଇବେ ମୋଟ ୧୦୬ଦିନ ଛୁଟି

ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷ ହ୍ରାସ ପାଇଁ ଗଠନ ହେବ ଟାସ୍କଫୋର୍ସ

ମୈଦାନରେ କ୍ୟାଂପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା

ସରକାରୀ କଳର ଦୁରୂପଯୋଗ କରୁଛି ବିଜେଡି, ଫେରାଦ ହେଲା ବିଜେପି

ନୟାଗଡ଼ରେ ନକଲି ଟଙ୍କା ଛପା କାରଖାନା

ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଆଇନ: ଦାୟିତ୍ୱରେ ରହିବେ ଆଇଏଏସ୍

ସିନ୍ଦୂର ପୋଛିଦେଲା ଲୌହ ମାନବ, କାନ୍ଧ ଉପରେ ଗର୍ଭବତୀ ଝିଅ 

କୋଭିଡ୍ ଚିକିତ୍ସା ପାଇଁ କିମ୍ସ ନେଇଛି ୪୦ କୋଟି

କାର୍ତ୍ତିକ ମାସରୁ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

ସାଙ୍ଗ ହୋଇ ସ୍କୁଟିରେ ଚାଲିଗଲେ ୩ ଜଣ

ପାର୍ବଣରେ ବଢ଼ିପାରେ କରୋନା ସଂକ୍ରମଣ, ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

ଅମାନିଆଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ