ମାଲକାନଗିରି (ଓଡ଼ିଶା ରିପୋର୍ଟର): ପିଅନର ଟାଙ୍ଗିଆ ଚୋଟରେ ଶିକ୍ଷକଙ୍କ ମୃତ୍ୟୁ। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ। ମୃତ ଶିକ୍ଷକଙ୍କ ନାଁ ନିରାକାର ସେଠୀ।
ମିଳିଥିବା ସୂଚନା ଅନୁଯାୟୀ, କୌଣସି କଥାକୁ ନେଇ ଶିକ୍ଷକ ନିରାକାର ସେଠୀ ଓ ପିଅନ ନରେଶ କ୍ଷତ୍ରୀୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ନରେଶ ଉତ୍କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ନିରାକାରଙ୍କୁ ଆକ୍ରମଣ କରିଥିଲେ।
ନିରାକାରଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଡାକ୍ତରଙ୍କ କହିବା ଅନୁଯାୟୀ, ନିରାକାରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ପୁଲିସ୍ ଅଭିଯୁକ୍ତ ନରେଶ କ୍ଷତ୍ରୀୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ୍ ପକ୍ଷରୁ ଏହି ଘଟଣା ନେଇ କିଛି ପ୍ରତିକ୍ରିୟା ଦିଆଯାଇ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବନ୍ଧା ପଡ଼ିଛି ଦାଦନ, ଚର୍ଚ୍ଚାରେ ପୁଲିସର ଡବଲ୍ ରୋଲ
ଝିଅକୁ ସେଠାରୁ ଉଦ୍ଧାର ପାଇଁ ମା’ ଜୟନ୍ତୀ ଏବେ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି।
Miscellaneous
ଏବେ 'ଟୁଇନ୍ ସିଟି' ନୁହେଁ, 'ଟ୍ରାଇ ସିଟି'ର ବିକାଶ କରିବେ ସରକାର
ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ଟ୍ରାଇ ସିଟି ଗଠନ କରାଯିବ। ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ରିଂ ରୋଡ୍ ଏବଂ ଓଭର ବ୍ରିଜ।
Events & Festivals
କଂସ ଦେଲେ ନିର୍ଦ୍ଦେଶ, ଧନୁଯାତ୍ରା ମଞ୍ଚରେ ଗୀତ ଗାଇଲେ ସିଦ୍ଧାନ୍ତ: ଦେଖନ୍ତୁ ଭିଡିଓ
କଂସ ମହାରାଜଙ୍କ ନିର୍ଦ୍ଦେଶରେ ସେ ଦୁଇଟି ଗୀତ ଗାଇବା ସହ ଗୋଟିଏ ଫିଲ୍ମର ଡାଏଲଗ ସମସ୍ତଙ୍କୁ ଶୁଣାଇଥିଲେ।
Crime
ଯୌତୁକ ପାଇଁ ମାରିଦେଲେ! ୧୦ ମାସ ତଳେ ହୋଇଥିଲା ବାହାଘର
ବାପ ଘର ଲୋକ ଅଭିଯୋଗ କରିଛନ୍ତି ଯେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଛି। ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି। ଯଦି ଆତ୍ମହତ୍ୟା କରିଛନ୍ତି, ତା’ହେଲେ ତା’ର କାରଣ ଯୌତୁକ ନିର୍ଯାତନା ନୁହେଁ ତ?
Events & Festivals
ମହାରାଜ କଂସଙ୍କ ନିମନ୍ତ୍ରଣ, ଧନୁଯାତ୍ରା ଦେଖିବାକୁ ଯିବେ ମୁଖ୍ୟମନ୍ତ୍ରୀ
ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ସାମିଲ ହେବାକୁ ସନ୍ଧ୍ୟାରେ ବରଗଡ଼ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ l