‘୨ ଲକ୍ଷ ୬୬ ହଜାର ଅଯୋଗ୍ୟ ‘କାଳିଆ’ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ‘କାଳିଆ’ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ, ୩୧ ତାରିଖ ସୁଦ୍ଧା ବ୍ଳକ୍‌ ଓ ଜିଲ୍ଲା ସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କାମ ସରିବ। ରାଜ୍ୟରେ ସମୁଦାୟ ୫୧ ଲକ୍ଷ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ସାମିଲ କରାଯାଇଥିବା ବେଳେ ସେଥିମଧ୍ୟରୁ ୩୬ ଲକ୍ଷ ୮୮ ହଜାର ଚାଷୀଙ୍କ ଯାଞ୍ଚ ସରିଛି। ଚୂଡ଼ାନ୍ତ ଚିହ୍ନଟ ରିପୋର୍ଟ ଆସିବା ପରେ […]

kalia

kalia

Manoranjan Sial
  • Published: Thursday, 22 August 2019
  • Updated: 22 August 2019, 05:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ‘କାଳିଆ’ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ, ୩୧ ତାରିଖ ସୁଦ୍ଧା ବ୍ଳକ୍‌ ଓ ଜିଲ୍ଲା ସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କାମ ସରିବ। ରାଜ୍ୟରେ ସମୁଦାୟ ୫୧ ଲକ୍ଷ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ସାମିଲ କରାଯାଇଥିବା ବେଳେ ସେଥିମଧ୍ୟରୁ ୩୬ ଲକ୍ଷ ୮୮ ହଜାର ଚାଷୀଙ୍କ ଯାଞ୍ଚ ସରିଛି। ଚୂଡ଼ାନ୍ତ ଚିହ୍ନଟ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ନିଆଯିବ ବୋଲି ‘କାଳିଆ’ ସମୀକ୍ଷା ବୈଠକ ପରେ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି- “ଯୋଗ୍ୟ ହିତାଧିକାରୀ ଯେମିତି ‘କାଳିଆ’ରୁ ବାଦ୍‌ ନପଡ଼ନ୍ତି, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଯଦି କୌଣସି କାରଣରୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଯାଇଥା’ନ୍ତି, ସେମାନଙ୍କୁ ପରବର୍ତ୍ତୀ ସମୟରେ ସାମିଲ କରିବାକୁ ନୋଡାଲ୍‌ ଅଫିସରମାନଙ୍କୁ କୁହାଯାଇଛି। ସବୁ ଡାଟା ଆସିବା ପରେ ତର୍ଜମା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।”

କୃଷକଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା ପାଇଁ ନିର୍ବାଚନ ପୂର୍ବରୁ ‘କାଳିଆ’ ଯୋଜନା ଘୋଷଣା କରାଯାଇଥିଲା। ଏପରିକି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ମଧ୍ୟ ଯୋଗାଇଥିଲେ। ଏହାକୁ ନେଇ ରାଜ୍ୟର ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ। ତେବେ ବିଧାନସଭା ନିର୍ବାଚନରେ ବିଜେଡି ବିଜୟୀ ହେବା ପରେ ଅଯୋଗ୍ୟ କାଳିଆ ହିତାଧିକାରୀ ଖୋଜୁଛନ୍ତି। ଏହାଛଡ଼ା ଯେଉଁ ଅଯୋଗ୍ୟ ହିତାଧିକାରୀ ‘କାଳିଆ’ ଅର୍ଥ ନେଇଛନ୍ତି, ସେମାନଙ୍କୁ ଫେରାଇବା ପାଇଁ ରାଜ୍ୟ ସରକାର ବିଜ୍ଞାପନ ବାହାର କରିଛନ୍ତି। ଏପରିକି ନେଇଥିବା ଟଙ୍କା ଫେରାଇବା ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଦିଆଯାଇଥିଲା, ଯାହାକୁ ନେଇ ରାଜନୈତିକ ବୟାନବାଜି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos