ସାମାନ୍ୟ ବଚସାରୁ ତଣ୍ଟି କାଟି ଦେଲେ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଗଙ୍ଗାନଗରରେ ଗତକାଲି ଏପରି ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକଜଣକ ହେଲେ ଅଜୟ କୁମାର ପ୍ରଧାନ। ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଅଜୟଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ଗତକାଲି ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକଜଣକ ଏକ ମାରଣାସ୍ତ୍ରରେ ଅଜୟଙ୍କ ତଣ୍ଟି କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ […]

Knife-attack

Knife-attack

Niharika Rout
  • Published: Wednesday, 11 March 2020
  • Updated: 11 March 2020, 08:09 AM IST

Sports

Latest News

ଝାରସୁଗୁଡ଼ା(ଭାଗିରଥୀ ସାହୁ): ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଗଙ୍ଗାନଗରରେ ଗତକାଲି ଏପରି ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକଜଣକ ହେଲେ ଅଜୟ କୁମାର ପ୍ରଧାନ।

ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଅଜୟଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ଗତକାଲି ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକଜଣକ ଏକ ମାରଣାସ୍ତ୍ରରେ ଅଜୟଙ୍କ ତଣ୍ଟି କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ମଣ୍ଡଲିଆ କେନ୍ଦ୍ରୀୟ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos