ମହିଳା ସୁରକ୍ଷା ପାଇଁ ଏବିଭିପିର ବିଶାଳ ଛାତ୍ର ଆନ୍ଦୋଳନ, ପୁଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଆଜି ବିଶାଳ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି। ଛାତ୍ରଛାତ୍ରୀମାନେ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବାବେଳେ ଲୋଏର ପିଏମଜି ଛକରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପ୍ରାୟ ୧୩ଜଣ ଛାତ୍ର ଆହତ ହୋଇଥିବାବେଳେ ଶତାଧିକ ଛାତ୍ରଛାତ୍ରୀଙ୍କୁ ପୁଲିସ ଅଟକ ରଖିଥିଲା। ରାଜ୍ୟରେ ମହିଳାମାନଙ୍କ ଉପରେ ବୃଦ୍ଧି ପାଉଥିବା ହିଂସା ଓ ନିର୍ଯାତନା ଉପରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ […]

odisha1

odisha1

Jitendra Garnayak
  • Published: Saturday, 07 December 2019
  • Updated: 07 December 2019, 08:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଆଜି ବିଶାଳ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି। ଛାତ୍ରଛାତ୍ରୀମାନେ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବାବେଳେ ଲୋଏର ପିଏମଜି ଛକରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପ୍ରାୟ ୧୩ଜଣ ଛାତ୍ର ଆହତ ହୋଇଥିବାବେଳେ ଶତାଧିକ ଛାତ୍ରଛାତ୍ରୀଙ୍କୁ ପୁଲିସ ଅଟକ ରଖିଥିଲା।

ରାଜ୍ୟରେ ମହିଳାମାନଙ୍କ ଉପରେ ବୃଦ୍ଧି ପାଉଥିବା ହିଂସା ଓ ନିର୍ଯାତନା ଉପରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଏବିଭିପି ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଆଜି ହଜାର ହଜାର ଛାତ୍ରଛାତ୍ରୀ ଏକ ବିଶାଳ ରାଲିରେ ଆସି ଲୋୟର ପିଏମଜିଠାରେ ଏକାଠି ହୋଇଥିଲେ। ଏବେ ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ବିରୁଦ୍ଧରେ ହିଂସାକୁ ବିଭିନ୍ନ କ୍ୟାମ୍ପସରୁ ଆସିଥିବା ଛାତ୍ରୀମାନେ ଦୃଢ ନିନ୍ଦା କରିଛନ୍ତି। ଛାତ୍ରୀମାନେ ନିଜ କଲେଜ କ୍ୟାମ୍ପସରେ କିପରି ନିଜକୁ ସୁରକ୍ଷିତ ମଣୁନାହାନ୍ତି ସେ ବିଷୟରେ କ୍ଷୋଭ ବ୍ୟକ୍ତ କରିଥିଲେ। ସାରା ଦେଶରେ ସମସ୍ତ ବଳାତ୍କାର ଘଟଣାକୁ ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ ଶୁଣାଣି କରି ଦୋଷୀକୁ ୭ ଦିନ ମଧ୍ୟରେ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଏବିଭିପି ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସରକାର ଫାଇଭ-ଟି କହି ମିଛ ପ୍ରଚାର କରୁଛନ୍ତି ଓ ନାରୀମାନଙ୍କୁ ନ୍ୟାୟ ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଛାତ୍ରଛାତ୍ରୀମାନେ କ୍ଷୋଭର ସହ କହିଥିଲେ। ରାଜ୍ୟ ସରକାରକୁ କଡା ନିନ୍ଦା କରିଥିଲେ ଗୋଟିଏ ପଟେ ରାଜ୍ୟ ନାରୀ ନିର୍ଯାତନା ବଢି ଚାଲୁଥିବାବେଳେ ଅନ୍ୟ ପକ୍ଷରେ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛି। ଯାଜପୁରର ସ୍ମିତାରାଣୀ ବିଶ୍ୱାଳ ହତ୍ୟା, ରାଇରଙ୍ଗପୁରର ଅଧ୍ୟାପିକାଙ୍କ ଆତ୍ମହତ୍ୟା, ହିଞ୍ଜିଳିକାଟୁ ଗଣଦୁଷ୍କର୍ମ ଆଦି ପ୍ରସଙ୍ଗରେ ଛାତ୍ରୀମାନେ ସରକାରଙ୍କ ଖାମଖିଆଲି ମନୋଭାବକୁ ନିନ୍ଦା କରିଥିଲେ।

ମହିଳାମାନଙ୍କ ବିରୋଧରେ ବୃଦ୍ଧି ପାଉଥିବା ହିଂସା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବା ପାଇଁ ଛାତ୍ରଛାତ୍ରୀମାନେ ଲୋକସେବା ଭବନ ଯିବା ବାଟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲେ। ପୁଲିସ୍ ସେମାନଙ୍କ ମଧ୍ୟରୁ ୩୦୦ ଜଣ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଥିବାବେଳେ ସେମାନଙ୍କ ମଧ୍ୟରେ ୧୦୩ ଛାତ୍ରୀ ଅଛନ୍ତି ଏବଂ ପୁଲିସ ସହ ଧସ୍ତାଧସ୍ତି ବେଳେ ୧୩ ଜଣ ଗୁରୁତର ଆଘାତ ହୋଇଛନ୍ତି।

ଆଜି ଏହି ସମାବେଶକୁ ଏବିଭିପି ରାଜ୍ୟ ସହ-ସମ୍ପାଦକ ସଙ୍ଗୀତା ପଣ୍ଡା, ନନ୍ଦିତା ନାୟକ, ମିତାଲି ମୋହିନି ରଥ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୋନାଲି ବେହେରା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମାନସ କୁମାର ସାହୁ, ସଞ୍ଜୟ ମଲ୍ଲିକ, ରାଜ୍ୟ ସହସମ୍ପାଦକ ରତନ ଦିଗଲ, ବୁଦ୍ଧଦେବ ବାଗ, ଲକ୍ଷ୍ମୀନାରାୟଣ ନାୟକ, ଭବାନୀ ଶଙ୍କର ଦାସ, ପୂଜା ଭକ୍ତ,ବିଭୂପ୍ରିୟା ପ୍ରମୁଖ ନେତୃତ୍ୱ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story