ଗ୍ୟାସ୍‌ ଫିଲିଂ କରିବାକୁ ଯାଉଥିଲେ, ପିଟିଦେଲା ଅଜଣା ଗାଡ଼ି

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଗ୍ୟାସ ଫିଲିଂ କରିବାକୁ ଯାଉଥିବା ବେଳେ ପିଟିଦେଲା ଏକ ଅଜଣା ଗାଡ଼ି। ଫଳରେ ରାସ୍ତା ଉପରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର-ସୋନପୁର ରାସ୍ତାର ଗଇଁନ୍ତଲା ଛକରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଗଇଁନ୍ତଲା ଗାଁର ଗୌତମ ଭୋଇ ଖାଲି ସିଲିଣ୍ଡର ଧରି ରାସ୍ତା ପାର୍ଶ୍ୱରେ ଥିବା ଗ୍ୟାସ ଗୋଦାମକୁ ଯାଉଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ତାଙ୍କୁ ଧକ୍କା […]

accident-in-bolangir-subarnpur-road

accident-in-bolangir-subarnpur-road

Manoranjan Sial
  • Published: Wednesday, 13 November 2019
  • Updated: 13 November 2019, 05:52 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଗ୍ୟାସ ଫିଲିଂ କରିବାକୁ ଯାଉଥିବା ବେଳେ ପିଟିଦେଲା ଏକ ଅଜଣା ଗାଡ଼ି। ଫଳରେ ରାସ୍ତା ଉପରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର-ସୋନପୁର ରାସ୍ତାର ଗଇଁନ୍ତଲା ଛକରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଗଇଁନ୍ତଲା ଗାଁର ଗୌତମ ଭୋଇ ଖାଲି ସିଲିଣ୍ଡର ଧରି ରାସ୍ତା ପାର୍ଶ୍ୱରେ ଥିବା ଗ୍ୟାସ ଗୋଦାମକୁ ଯାଉଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ଗୌତମଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ପୁଇଁନ୍ତଲା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ମାତ୍ର ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ରାସ୍ତା ରୋକ ଆନ୍ଦୋଳନ ଚାଲିଛି। ଯାହାଫଳରେ ବଲାଙ୍ଗିର- ସୋନପୁର ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos