ବର୍ଦ୍ଧିତ ଫାଇନ୍ ଲାଗୁ ହେବା ପରେ ରାଜ୍ୟରେ କମିଛି ଦୁର୍ଘଟଣା: ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ ଦୁର୍ଘଟଣା ଯୋଗୁ ବହୁ ଜୀବନହାନୀ ହେଉଛି। ଏହା ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଅଧିକ ଦୁର୍ଘଟଣା ଘଟୁଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସମଗ୍ର ଦେଶରେ  ପଞ୍ଚମ ସ୍ଥାନରେ ଅଛି । ତେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଫାଇନ୍ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟରେ ଦୁର୍ଘଟଣା ହାର କମିଛି । ଆଗକୁ ୨୦ ପ୍ରତିଶତ ଦୁର୍ଘଟଣା କମାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ଦିଲ୍ଲୀରେ […]

minister

minister

Niharika Rout
  • Published: Wednesday, 15 January 2020
  • Updated: 15 January 2020, 02:36 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ ଦୁର୍ଘଟଣା ଯୋଗୁ ବହୁ ଜୀବନହାନୀ ହେଉଛି। ଏହା ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଅଧିକ ଦୁର୍ଘଟଣା ଘଟୁଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସମଗ୍ର ଦେଶରେ  ପଞ୍ଚମ ସ୍ଥାନରେ ଅଛି । ତେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଫାଇନ୍ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟରେ ଦୁର୍ଘଟଣା ହାର କମିଛି । ଆଗକୁ ୨୦ ପ୍ରତିଶତ ଦୁର୍ଘଟଣା କମାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ଦିଲ୍ଲୀରେ ସଡ଼କ ସୁରକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଥିବା ବେଳେ ଏଥିରେ ଯୋଗ ଦେବା ପୂର୍ବରୁ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ମନ୍ତ୍ରୀ କହିଛନ୍ତି,  ବୈଠକରେ ବିଭିନ୍ନ ଦାବି ଉପସ୍ଥାପନ କରାଯିବ। ସେଥିମଧ୍ୟରୁ  ପ୍ରତି ୩୦ କି.ମି. ରାସ୍ତାରେ ସ୍କ୍ୱାର୍ଡ ରଖିବାର ବନ୍ଦୋବସ୍ତ କରାଯିବ । ରାସ୍ତା କଡ଼ରେ ପାର୍କିଂ ବ୍ୟବସ୍ଥା ଉପରେ ବି ଗୁରୁତ୍ୱ ଦିଆଯିବ । ତେବେ ଏଥିପାଇଁ ଅଧିକ ଆର୍ଥିକ ସହଯୋଗ ଓ ମାନବ ସମ୍ବଳର ଆବଶ୍ୟକତା ରହିଛି ।

ଏହାବ୍ୟତୀତ କିଛି କ୍ଷେତ୍ରରେ  ଟ୍ରାଫିକ ଜରିମାନା କୋହଳ ହେବା ଦରକାର ବୋଲି ସ୍ୱୀକାର କରିଛନ୍ତି ମନ୍ତ୍ରୀ। ଏ ସମ୍ପର୍କରେ ସେ ବୈଠକରେ ଦାବି ଉଠାଇବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos