ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାର କେତେ କଣ ପଦକ୍ଷେପ କରୁଛନ୍ତି। ଏହା ସତ୍ତ୍ୱେ ରାଜ୍ୟରେ କ୍ରମାଗତ ଭାବେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।
ଗତ ଚାରି ବର୍ଷ ମଧ୍ୟରେ ୪୦ ହଜାରରୁ ଅଧିକ ରାସ୍ତା ଦୁର୍ଘଟଣା ହୋଇଛି। ସେଥିରେ ୧୮ ହଜାର ୬୮୩ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୬ରେ ୧୦ ହଜାର ୫୩୨ଟି ଦୁର୍ଘଟଣାରେ ୪ ହଜାର ୪୬୩ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୭ରେ ୧୦ ହଜାର ୮୫୫ ଦୁର୍ଘଟଣାରେ ୪୭୯୦ ଜଣଙ୍କ ମୃତ୍ୟୁ ଘଟିଛି। ୨୦୧୮ରେ ୧୧ ହଜାର ୨୬୨ ଦୁର୍ଘଟଣାରେ ୫୩୧୫ ଜଣ ଲୋକ ମରିଛନ୍ତି। ଚଳିତବର୍ଷ ସେପ୍ଟେମ୍ୱର ସୁଦ୍ଧା ୮ ହଜାର ୨୦୩ଟି ଦୁର୍ଘଟଣାରେ ୪ ହଜାରରୁ ଅଧିକ ଜୀବନ ଯାଇଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।
ସେପଟେ ସଂଶୋଧିତ ନୂଆ ମୋଟର ଯାନ ନିୟମ ଲାଗୁହେବା ପରେ ଦୁର୍ଘଟଣା ହ୍ରାସ ପାଇଥିବା ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ତେଲେଙ୍ଗାନାରେ ଟ୍ରକ୍କୁ ପିଟିଲା ବସ୍, ୪ ଓଡ଼ିଆ ମୃତ
ଏକ ଟ୍ରକ୍ ପଛରେ ଏକ ବସ୍ ପିଟି ହେବାରୁ ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି।
Accident
ଏସକେ ମାର୍ଟରେ ଲାଗିଲା ନିଆଁ, ଆଖି ପିଛୁଳାକେ ସବୁ ଜଳିଗଲା
ରାୟଗଡ଼ା ଏସକେ ମାର୍ଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା । କନଭେଣ୍ଟ ସ୍କୁଲ ଛକରେ ଥିବା ୪ ମହଲା ବିଶିଷ୍ଟ ଏସକେ ମାର୍ଟରେ ନିଆଁ ଲାଗିଛି ।
Events & Festivals
ଆଜି ଉଦଯାପିତ ହେବ ପ୍ରବାସୀ ଭାରତୀୟ ସମ୍ମେଳନ, ସାମିଲ ହେବେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ସମ୍ମେଳନରେ ସାମିଲ ହେବା ଲାଗି ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗ ଦେବେ ମହାମହିମ।
Politics
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ଥାନାରେ ଅଟକ, କହିଲେ- ଏପରି ଗଣତନ୍ତ୍ର ଚଳିବ ନାହିଁ
ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ ।ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ ।
Accident
ବ୍ରିଜ ତଳକୁ ଖସିଲା ବସ୍, ଭିତରେ ଥିଲେ ୪୫ ଯାତ୍ରୀ
ପ୍ରାୟ ୪୦ରୁ ୪୫ ଜଣ ଯାତ୍ରୀ ଗତ ରାତିରେ ଏକ ବସ୍ ଯୋଗେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ବାହାରିଥିଲେ। ସେମାନେ କାଳୀଜାଇ ଦେଖିବା ପାଇଁ ଯାଉଥିଲେ।