ପୁରୀ (ଓଡ଼ିଶା ରିପୋର୍ଟର): ଦୁଇ ବର୍ଷ ପରେ ମହାପ୍ରଭୁ ଆଡପ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ମହାପ୍ରଭୁଙ୍କ ସ୍ୱଚକ୍ଷୁରେ ଦର୍ଶନ କୃତାର୍ଥ ହୋଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ଆଡପ ଅବଢ଼ା ଖାଇ ବିମୁଗ୍ଧ ହୋଇଛନ୍ତି।
ଆଜି ସକାଳ ୬ଟା ୧୫ ମିନିଟରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ଦତ୍ତମହାପାତ୍ରଙ୍କ ଦ୍ୱାରା ଅଧର ପୋଛା ନୀତି ସରିବା ପରେ ହଜାର ହଜାର ଶ୍ରଦ୍ଧାଳୁମାନେ ଆଡପ ମଣ୍ଡପକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରି ସାନିଧ୍ୟ ନେଇଥିଲେ। ମଙ୍ଗଳଆଳତୀ, ମଇଲମ, ତଡପଲାଗି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ ଓ ଭୋଗମଣ୍ଡପ ଉଠିଥିଲା। ପରେ ଆଡପ ମହାପ୍ରସାଦ ଆନନ୍ଦବଜାରକୁ ଆସିଥିଲା। ଶ୍ରଦ୍ଧାଳୁମାନେ ଏଠାରୁ ଆଡ଼ପ ଅବଢ଼ା ଖାଇ ନିଜକୁ ଧନ୍ୟ ମଣିଥିଲେ।
ସେପଟେ ଶନିବାର ରାତି ୯ଟା ପୂର୍ବରୁ ରଥାରୁଢ ଶ୍ରୀଜୀୟୁମାନେ ଆଡପମଣ୍ଡପକୁ ବିଜେ କରିଥିଲେ।ନବଯୌବନ ଦର୍ଶନଠାରୁ ନୀତି ବେଶ ପର୍ଯ୍ୟନ୍ତ ସବୁକିଛି ସଅଳ ହୋଇଥିଲା। ଯେଉଁଥିପାଇଁ ରଥଯାତ୍ରା ଓ ଆଡପମଣ୍ଡପ ପହଣ୍ଡି ନୀତିରେ ପ୍ରତିଫଳିତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଆଶ୍ରମ ବିଦ୍ୟାଳୟରୁ ଛାତ୍ର ନିଖୋଜ, ୬ ଦିନ ହେଲା ମିଳୁନି ପତ୍ତା
ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଛାତ୍ରଙ୍କ ପରିବାର।
Miscellaneous
ବନ୍ଧା ପଡ଼ିଛି ଦାଦନ, ଚର୍ଚ୍ଚାରେ ପୁଲିସର ଡବଲ୍ ରୋଲ
ଝିଅକୁ ସେଠାରୁ ଉଦ୍ଧାର ପାଇଁ ମା’ ଜୟନ୍ତୀ ଏବେ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି।
Miscellaneous
ଏବେ 'ଟୁଇନ୍ ସିଟି' ନୁହେଁ, 'ଟ୍ରାଇ ସିଟି'ର ବିକାଶ କରିବେ ସରକାର
ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ଟ୍ରାଇ ସିଟି ଗଠନ କରାଯିବ। ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ରିଂ ରୋଡ୍ ଏବଂ ଓଭର ବ୍ରିଜ।
Events & Festivals
କଂସ ଦେଲେ ନିର୍ଦ୍ଦେଶ, ଧନୁଯାତ୍ରା ମଞ୍ଚରେ ଗୀତ ଗାଇଲେ ସିଦ୍ଧାନ୍ତ: ଦେଖନ୍ତୁ ଭିଡିଓ
କଂସ ମହାରାଜଙ୍କ ନିର୍ଦ୍ଦେଶରେ ସେ ଦୁଇଟି ଗୀତ ଗାଇବା ସହ ଗୋଟିଏ ଫିଲ୍ମର ଡାଏଲଗ ସମସ୍ତଙ୍କୁ ଶୁଣାଇଥିଲେ।
Crime
ଯୌତୁକ ପାଇଁ ମାରିଦେଲେ! ୧୦ ମାସ ତଳେ ହୋଇଥିଲା ବାହାଘର
ବାପ ଘର ଲୋକ ଅଭିଯୋଗ କରିଛନ୍ତି ଯେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଛି। ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି। ଯଦି ଆତ୍ମହତ୍ୟା କରିଛନ୍ତି, ତା’ହେଲେ ତା’ର କାରଣ ଯୌତୁକ ନିର୍ଯାତନା ନୁହେଁ ତ?