ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ଆଜି ବିଧାନସଭାରେ ଗୃହୀତ ହୋଇଛି। ଆଜି ଅପରାହ୍ନରେ ବ୍ୟୟମଞ୍ଜୁରୀ ବିଲ୍ ଉପରେ ଆଲୋଚନା ପରେ ଏହା ପାରିତ ହୋଇଛି। ଏହି ବିଲ୍ ଉପରେ ଆଲୋଚନାରେ ଭାଗ ନେଇ ଉଭୟ ବିରୋଧୀ ଓ ଶାସକ ଦଳ ସଭ୍ୟଙ୍କ ମତାମତ ରଖିବା ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟରେ ଭିତ୍ତିଭୂମି ଉନ୍ନୟନ ଓ ଅନ୍ୟାନ୍ୟ ସମସ୍ତ ଦିଗ ପ୍ରତି […]

assembly

assembly

Jitendra Garnayak
  • Published: Monday, 25 November 2019
  • Updated: 25 November 2019, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ଆଜି ବିଧାନସଭାରେ ଗୃହୀତ ହୋଇଛି। ଆଜି ଅପରାହ୍ନରେ ବ୍ୟୟମଞ୍ଜୁରୀ ବିଲ୍ ଉପରେ ଆଲୋଚନା ପରେ ଏହା ପାରିତ ହୋଇଛି।

ଏହି ବିଲ୍ ଉପରେ ଆଲୋଚନାରେ ଭାଗ ନେଇ ଉଭୟ ବିରୋଧୀ ଓ ଶାସକ ଦଳ ସଭ୍ୟଙ୍କ ମତାମତ ରଖିବା ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟରେ ଭିତ୍ତିଭୂମି ଉନ୍ନୟନ ଓ ଅନ୍ୟାନ୍ୟ ସମସ୍ତ ଦିଗ ପ୍ରତି ଦୃଷ୍ଟି ଦିଆଯାଇଥିବା କହିଛନ୍ତି। ଚଳିତବର୍ଷ ଅଧିକ ପୁଞ୍ଜି ଖର୍ଚ୍ଚ ପାଇଁ ଏଫଆରବିଏମ୍ ଆକ୍ଟର ସୀମା ମଧ୍ୟରେ ରହି ଖୋଲା ବଜାରରୁ ଋଣ ଅଣାଯିବ। ୨୦୧୪-୧୫ ମସିହାରେ ରାଜ୍ୟ ସରକାର ପ୍ରାୟ ୯ବର୍ଷର ବ୍ୟବଧାନରେ ପ୍ରଥମଥର ପାଇଁ ଖୋଲା ବଜାରରୁ ଋଣ ଆଣିଥିଲେ। ତା’ପରଠୁ ନିୟମିତ ଭାବେ ସବୁ ଆର୍ଥିକ ବର୍ଷରେ ଋଣ ଆଣୁଛନ୍ତି । କିନ୍ତୁ ଏହି ଋଣ ମୋଟ ରାଜ୍ୟ ଜିଡିପିର ୨୫ ପ୍ରତିଶତ ମଧ୍ୟରେ ସୀମିତ ରହୁଛି। ଏବେ ଏହି ଋଣ ପରିମାଣ ମାତ୍ର ୧୬.୮ ପ୍ରତିଶତ ରହିଛି।

ଠିକା ନିଯୁକ୍ତି ଉପରେ ବିରୋଧୀ ଦଳ ସଦସ୍ୟମାନେ ଉଠାଇଥିବା ପ୍ରଶ୍ନର ଉତ୍ତର ରଖି ଶ୍ରୀ ପୂଜାରୀ କହିଛନ୍ତି ଯେ, ୨୦୧୩ ମସିହାରେ ସରକାରୀ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଏକ ନୂଆ ନୀତି ପ୍ରଣୟନ କରିଛନ୍ତି। ଏହି ନୀତି ଅନୁସାରେ ଗ୍ରୁପ-ଏ ଓ ଗ୍ରୁପ-ବି(ଆଂଶିକ) ନିଯୁକ୍ତି ସିଧାସଳଖ ସ୍ଥାୟୀ ଭାବେ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପୂରଣ ହେବ। ତେବେ ଅନ୍ୟାନ୍ୟ ଶ୍ରେଣୀର ନିଯୁକ୍ତି ପ୍ରଥମ ୬ବର୍ଷ ପାଇଁ ଠିକାରେ ହେବ ଓ ସପ୍ତମ ବର୍ଷଠୁ ସେହି କର୍ମଚାରୀମାନେ ସ୍ଥାୟୀ ହେବେ।

ସେହିପରି ରାଜ୍ୟ ସରକାରଙ୍କ ଯୋଜନା ‘ମମତା’ ଏକ ଲୋକପ୍ରିୟ ଯୋଜନା। ଏହାର ସଫଳତାକୁ ଦେଖି କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା’ ପ୍ରଣୟନ କରିଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ଓଡ଼ିଶାରେ ପ୍ରଣୟନ କରାଯିବ କି ନାହିଁ, ତାହା ଏବେ ତର୍ଜମା କରାଯାଉଛି। ଅତିରିକ୍ତ ବଜେଟରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଫାଇଭ-ଟି ଓ ମୋ ସରକାର ପ୍ରୟାସକୁ ମଧ୍ୟ ସଫଳ ରୂପାୟନ ପାଇଁ ପଦକ୍ଷେପ ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story