‘ଧାନ ପଞ୍ଜିକରଣ ବେଳେ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ’

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ ଧାନ ବିକ୍ରି ପାଇଁ ଚାଷୀଙ୍କ ପଞ୍ଜିକରଣ ବେଳେ ଆଧାରକାର୍ଡ଼ ବାଧ୍ୟତାମୂଳକ ହେବନାହିଁ। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସରେ ଚାଷୀମାନେ ସେମାନଙ୍କ ଭୋଟ ପରିଚୟ ପତ୍ର, କିଷାନ କ୍ରେଡିଟ କାର୍ଡ କିମ୍ବା ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ମାଧ୍ୟମରେ ନାମ ପଞ୍ଜିକରଣ କରିପାରିବେ। ତେବେ ବିଭାଗ ପକ୍ଷରୁ ଚାଷୀମାନଙ୍କ ଡାଟାବେସ୍ ପ୍ରସ୍ତୁତି ପାଇଁ ସେମାନଙ୍କ ଆଧାରକାର୍ଡ ପଞ୍ଜିକରଣ ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ତେବେ ଏହା ବାଧ୍ୟତାମୂଳକ ନୁହେଁ। ଆଧାର କାର୍ଡ ପାଇଁ ଯେଉଁ ଚାଷୀମାନେ ପଞ୍ଜିକରଣ କରିପାରିନାହାନ୍ତି, ସେମାନଙ୍କୁ ପଞ୍ଜିକରଣ କରିବା ପାଇଁ ଯୋଗାଣ ବିଭାଗ ଚିଠି କରିଛି।</p>

Ordigital Desk
  • Published: Wednesday, 08 November 2017
  • Updated: 08 November 2017, 12:29 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ ଧାନ ବିକ୍ରି ପାଇଁ ଚାଷୀଙ୍କ ପଞ୍ଜିକରଣ ବେଳେ ଆଧାରକାର୍ଡ଼ ବାଧ୍ୟତାମୂଳକ ହେବନାହିଁ। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସରେ ଚାଷୀମାନେ ସେମାନଙ୍କ ଭୋଟ ପରିଚୟ ପତ୍ର, କିଷାନ କ୍ରେଡିଟ କାର୍ଡ କିମ୍ବା ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ମାଧ୍ୟମରେ ନାମ ପଞ୍ଜିକରଣ କରିପାରିବେ। ତେବେ ବିଭାଗ ପକ୍ଷରୁ ଚାଷୀମାନଙ୍କ ଡାଟାବେସ୍ ପ୍ରସ୍ତୁତି ପାଇଁ ସେମାନଙ୍କ ଆଧାରକାର୍ଡ ପଞ୍ଜିକରଣ ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ତେବେ ଏହା ବାଧ୍ୟତାମୂଳକ ନୁହେଁ। ଆଧାର କାର୍ଡ ପାଇଁ ଯେଉଁ ଚାଷୀମାନେ ପଞ୍ଜିକରଣ କରିପାରିନାହାନ୍ତି, ସେମାନଙ୍କୁ ପଞ୍ଜିକରଣ କରିବା ପାଇଁ ଯୋଗାଣ ବିଭାଗ ଚିଠି କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos