ତାତିଲେ ଆଦିବାସୀ, ତହସିଲଦାରଙ୍କୁ ଦୁଇ କିମି ଚଲାଇଲେ

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ଆର୍‌ଆଇ ଅଫିସ୍‌ ଘରାଉ କରୁଥିଲେ ଶହଶହ ଆଦିବାସୀ। ସେହି ରାସ୍ତା ଦେଇ ଯାଉଥିବା ତହସିଲଦାର ହଠାତ୍‌ ସେଠାରେ ଅଟକିଥିଲେ। ଏହାଦେଖି ଉତ୍ତ୍ୟକ୍ତ ଲୋକେ ତହସିଲଦାରଙ୍କୁ ଜବରଦସ୍ତି ଚଲାଇଲେ। ବାଧ୍ୟହୋଇ ଦୁଇ କିଲୋମିଟର ଚାଲିଲେ ତହସିଲଦାର। ଆଜି ଏପରି ଚିତ୍ର ଆସିଛି ସମ୍ୱଲପୁର ଜିଲ୍ଲାରୁ। ଚାଲିବାକୁ ନେଇ ତହସିଲଦାର କହିଛନ୍ତି, ଆଦିବାସୀଙ୍କ ଭାବନାକୁ ସମ୍ମାନ ଜଣାଇ ଚାଲିଛି। ରେଢ଼ାଖୋଲ-ନାକଟିଦେଉଳ ତହସିଲ ଅନ୍ତର୍ଗତ ତଣ୍ଡାବିରା ଛକ ନିକଟରେ ଥିବା ସରକାରୀ ଜମିରେ ଅମିତ କିସ୍‌ପଟ୍ଟା, ପ୍ରଦୀପ କିସ୍‌ପଟ୍ଟା […]

Sambalpur

Sambalpur

Manoranjan Sial
  • Published: Monday, 21 November 2022
  • Updated: 21 November 2022, 04:35 PM IST

Sports

Latest News

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ଆର୍‌ଆଇ ଅଫିସ୍‌ ଘରାଉ କରୁଥିଲେ ଶହଶହ ଆଦିବାସୀ। ସେହି ରାସ୍ତା ଦେଇ ଯାଉଥିବା ତହସିଲଦାର ହଠାତ୍‌ ସେଠାରେ ଅଟକିଥିଲେ। ଏହାଦେଖି ଉତ୍ତ୍ୟକ୍ତ ଲୋକେ ତହସିଲଦାରଙ୍କୁ ଜବରଦସ୍ତି ଚଲାଇଲେ। ବାଧ୍ୟହୋଇ ଦୁଇ କିଲୋମିଟର ଚାଲିଲେ ତହସିଲଦାର। ଆଜି ଏପରି ଚିତ୍ର ଆସିଛି ସମ୍ୱଲପୁର ଜିଲ୍ଲାରୁ। ଚାଲିବାକୁ ନେଇ ତହସିଲଦାର କହିଛନ୍ତି, ଆଦିବାସୀଙ୍କ ଭାବନାକୁ ସମ୍ମାନ ଜଣାଇ ଚାଲିଛି।

ରେଢ଼ାଖୋଲ-ନାକଟିଦେଉଳ ତହସିଲ ଅନ୍ତର୍ଗତ ତଣ୍ଡାବିରା ଛକ ନିକଟରେ ଥିବା ସରକାରୀ ଜମିରେ ଅମିତ କିସ୍‌ପଟ୍ଟା, ପ୍ରଦୀପ କିସ୍‌ପଟ୍ଟା ଓ ଦିଲ୍ଲୀପ କିସ୍‌ପଟ୍ଟା ବାପା-ଜେଜବାପା ଅମରୁ ରହି ଆସୁଥିଲେ। ତେବେ ଦୁଇ ଦିନ ତଳେ ଉକ୍ତ ଘରକୁ ଭାଙ୍ଗି ଦିଆଯାଇଛି। ବିନା ନୋଟିସ୍‌ରେ ସେମାନଙ୍କ ଘରକୁ ଭାଙ୍ଗି ଦିଆଯାଇଥିବା ଉକ୍ତ ୩ ପରିବାର ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଆଦିବାସୀମାନେ ତାତିଛନ୍ତି।

ଘର ଭାଙ୍ଗିବାକୁ ବିରୋଧରେ ଆଜି ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ଶତାଧିକ କର୍ମକର୍ତ୍ତା ଏକତ୍ର ହୋଇଥିଲେ। ପରେ ଡଇଁଚା ଆର୍‌ଆଇ ଅଫିସ୍‌କୁ ଘେରାଉ କରିଥିଲେ। ବିସ୍ଥାପିତ କରାଯାଇଥିବା ୩ ପରିବାରକୁ ଥଇଥାନ କରିବାକୁ ଦାବି କରିଥିଲେ। ଠିକ୍‌ ସେହି ରାସ୍ତା ଦେଇ ରେଢ଼ାଖୋଲ-ନାକଟିଦେଉଳ ତହସିଲଦାର ସୁକାନ୍ତ ନାୟକ ଯାଉଥିବା ବେଳେ ଲୋକଙ୍କ ଭିଡ ଦେଖି ଆର୍‌ଆଇ ଅଫିସ୍‌ ପାଖରେ ଅଟକି ଥିଲେ।

ତହସିଲଦାରଙ୍କୁ ଦେଖି ଉତ୍ତ୍ୟକ୍ତ ଲୋକମାନେ ଘେରି ଯାଇଥିଲେ। ତହସିଲଦାର ଯେତେ ବୁଝାଇଥିଲେ ମଧ୍ୟ ଲୋକମାନେ ବୁଝିନଥିଲେ। ପରେ ଲୋକମାନେ ଘଟଣାସ୍ଥଳ (ଭଙ୍ଗା ଯାଇଥିବା ସ୍ଥାନ)କୁ ଯିବାକୁ କହିଥିଲେ। କିନ୍ତୁ ପ୍ରଥମେ ତହସିଲଦାର ଯିବାକୁ ରାଜି ହୋଇନଥିଲେ। ତେବେ ଉତ୍ତ୍ୟକ୍ତ ଲୋକ ଜିଦ୍‌ ଧରିବାରୁ ବାଧ୍ୟ ହୋଇ ତହସିଲଦାର ପ୍ରାୟ ଦୁଇ କିମି ଚାଲି ଚାଲି ତଣ୍ଡାବିରା ଛକ ପର୍ଯ୍ୟନ୍ତ ଯାଇଥିଲେ। ଭଙ୍ଗା ଯାଇଥିବା ଘର ଦେଖିଥିଲେ।

ଘର ଭାଙ୍ଗିବାକୁ ନେଇ ରେଢ଼ାଖୋଲ-ନାକଟିଦେଉଳ ତହସିଲ ସୁକାନ୍ତ ନାୟକ କହିଛନ୍ତି, ଆଦିବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ଚାଲି ଚାଲି ଯାଇଥିଲି। ଚିହ୍ନଟ ହୋଇଥିବା ୧୦ ଏକର ସ୍ଥାନକୁ ଭବିଷ୍ୟତ ପାଇଁ ସଂରକ୍ଷିତ କରି ରଖାଯିବ। ସେହି ଜାଗା ପାଖରେ ଅଳ୍ପ କିଛି ଜଙ୍ଗଲ ଜମି ରହିଛି। ବିସ୍ଥାପିତ ହୋଇଥିବା ୩ ଆଦିବାସୀ ପରିବାରଙ୍କୁ ସେଠାରେ ଜମି ଦିଆଯିବ ବୋଲି ତହସିଲଦାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story