ମାସେ ପୂରିଲା: ଉପଦେଷ୍ଟା ଦ୍ୱନ୍ଦ୍ୱରେ, ଗାଇଡଲାଇନ୍ ଆସିପାରିଲାନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିକେଟ୍ ଆଶାୟୀ ବିଜେଡି ନେତାଙ୍କୁ ଥଇଥାନ କରିବା ପାଇଁ ଟାଣିଓଟାରି ଉପଦେଷ୍ଟା ପଦବୀ ସୃଷ୍ଟି କରିବା ରାଜ୍ୟ ସରକାରଙ୍କୁ ମହଙ୍ଗା ପଡ଼ିଛି। ଦଳୀୟ ନେତାମାନଙ୍କୁ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦେବାର ମାସେ ବିତିବାକୁ ବସିଥିଲେ ମଧ୍ୟ ସେମାନେ କ’ଣ କାମ କରିବେ, କେତେ ଦରମା ନେବେ, କେଉଁଠି ବସିବେ ଓ ପ୍ରଶାସନିକ କଳ ଉପରେ ସେମାନଙ୍କର ନିୟନ୍ତ୍ରଣ କିଭଳି ରହିବ ତାକୁ ନେଇ ଏବେବି ଅନିଶ୍ଚିତତା ଲାଗି ରହିଛି। ଏପରିକି ଉପଦେଷ୍ଟାମାନଙ୍କୁ ମିଳିଥିବା […]

bjd-1..

bjd-1..

Manoranjan Sial
  • Published: Saturday, 14 September 2019
  • Updated: 14 September 2019, 08:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିକେଟ୍ ଆଶାୟୀ ବିଜେଡି ନେତାଙ୍କୁ ଥଇଥାନ କରିବା ପାଇଁ ଟାଣିଓଟାରି ଉପଦେଷ୍ଟା ପଦବୀ ସୃଷ୍ଟି କରିବା ରାଜ୍ୟ ସରକାରଙ୍କୁ ମହଙ୍ଗା ପଡ଼ିଛି। ଦଳୀୟ ନେତାମାନଙ୍କୁ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦେବାର ମାସେ ବିତିବାକୁ ବସିଥିଲେ ମଧ୍ୟ ସେମାନେ କ’ଣ କାମ କରିବେ, କେତେ ଦରମା ନେବେ, କେଉଁଠି ବସିବେ ଓ ପ୍ରଶାସନିକ କଳ ଉପରେ ସେମାନଙ୍କର ନିୟନ୍ତ୍ରଣ କିଭଳି ରହିବ ତାକୁ ନେଇ ଏବେବି ଅନିଶ୍ଚିତତା ଲାଗି ରହିଛି। ଏପରିକି ଉପଦେଷ୍ଟାମାନଙ୍କୁ ମିଳିଥିବା ସରକାରୀ ପାହ୍ୟାରେ ଅସମାନତା ବି ଏବେ ନୂଆ ସମସ୍ୟା ସୃଷ୍ଟି କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୧୬ ତାରିଖରେ ଦଳର ୩୬ ଜଣ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଥିଲେ। ଏମାନଙ୍କ ମଧ୍ୟରେ ୧୧ ଜଣଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଥିଲା। ପରବର୍ତ୍ତୀ ସମୟରେ ଦଳର ଅନ୍ୟଜଣେ ଯୁବନେତା ମାନସ ମଙ୍ଗରାଜଙ୍କୁ ମଧ୍ୟ ଉପଦେଷ୍ଟା ପଦବୀରେ ଅବସ୍ଥାପିତ କରାଯାଇ ମୋଟ ୧୨ଜଣ ନେତାଙ୍କୁ ସରକାରରେ ଥଇଥାନ କରାଯାଇଥିଲା।

ନିଯୁକ୍ତିର ପ୍ରାୟ ୨୦ଦିନ ପରେ ଏହି ୧୨ଜଣଙ୍କ ମଧ୍ୟରୁ ୭ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା, ଜଣଙ୍କୁ ମୁଖ୍ୟ ସଚିବ ଓ ଅନ୍ୟ ୪ ଜଣଙ୍କୁ ପ୍ରମୁଖ ସଚିବ ପାହ୍ୟାରେ ଅବସ୍ଥାପିତ କରାଯାଇଥିବାର ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହେଲା। ମାତ୍ର ନିଯୁକ୍ତିକୁ ଏବେ ମାସେ ପୁରିବାକୁ ବସିଥିବାବେଳେ ଏହି ଦଳୀୟ ନେତାମାନେ ସରକାରରେ କ’ଣ କାର୍ଯ୍ୟ କରିବେ ତାକୁ ନେଇ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ପ୍ରସ୍ତୁତ କରିବାରେ ସରକାର ସକ୍ଷମ ହୋଇନାହାନ୍ତି।

ସୂଚନା ଅନୁସାରେ ସମାନ ପଦବୀରେ ଥିବା ଦଳୀୟ ନେତାଙ୍କୁ ବିଭିନ୍ନ ପାହ୍ୟାରେ ଅବସ୍ଥାପିତ କରାଯିବାର  ଆଇନଗତ ଅସଙ୍ଗତି ଏବେ ପ୍ରଶାସନ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ସେମାନଙ୍କୁ ଆବଣ୍ଟିତ ପାହ୍ୟା ଅନୁସାରେ ଦରମା ଦିଆଗଲେ ରାଜକୋଷ ଉପରେ ବହୁ ପରିମାଣର ଆର୍ଥିକ ଚାପ ପଡ଼ିବାର ଆଶଙ୍କା ରହିଛି। ତେଣୁ ଏହି ଅସଙ୍ଗତିକୁ ଏଡ଼ାଇବା ପାଇଁ ଆଇନ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ଆଇନଗତ ତର୍ଜମା ଚାଲିଛି। ଯେଉଁଥିପାଇଁ ଏହି ଗାଇଡଲାଇନ୍ ଜାରି ହେବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଚଳିତମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଏହି ସମସ୍ତ ଉପଦେଷ୍ଟାମାନଙ୍କୁ ‘ଗୁରୁମନ୍ତ୍ର’ ଦିଆଯାଇଛି। ଅଣଆନୁଷ୍ଠାନିକ ଭାବେ ସେମାନଙ୍କୁ ସେମାନଙ୍କର ‘ଲିମିଟେସନ୍’ ସମ୍ପର୍କରେ ସଚେତନ କରାଇ ଦିଆଯାଇଛି। କେବଳ ୨ଜଣ ଉପଦେଷ୍ଟାଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ଉପଦେଷ୍ଟାଙ୍କୁ ଫିଲଡକୁ ଯାଇ ଲୋକଙ୍କ ସହ ମିଶି ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଫିଡବ୍ୟାକ୍ ସଂଗ୍ରହ କରିବାକୁ କୁହାଯାଇଛି। ପ୍ରଶାସନିକ କଳ ଉପରେ ସେମାନଙ୍କର କୌଣସି ନିୟନ୍ତ୍ରଣ ରହିବ ନାହିଁ ଓ ସେମାନଙ୍କୁ ନିଜନିଜର ଆପତ୍ତି-ଅଭିଯୋଗ ବା ପରାମର୍ଶ ସମ୍ପର୍କରେ କେବଳ ବିଭାଗୀୟ ମନ୍ତ୍ରୀଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଉପଦେଷ୍ଟାଙ୍କୁ ଏକାଠି ଗୋଟିଏ ସ୍ଥାନରେ ବସାଇବା ପାଇଁ ଲୋକସେବା ଭବନରେ ଆବଶ୍ୟକ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳୀୟ ନେତା ଯଥା ମୁନ୍ନା ଖାଁ, ଲୋପାମୁଦ୍ରା ବକ୍ସିପାତ୍ର, ଅନୁଭବ ପଟ୍ଟନାୟକ, କୃତ୍ତିବାସ ପାତ୍ର, ରାମଚନ୍ଦ୍ର ପଣ୍ଡା, ସୁଧୀର ଦାସ ଓ ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସହ ବିଭିନ୍ନ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିବାବେଳେ ସୁଜିତ୍ କୁମାରଙ୍କୁ ମୁଖ୍ୟ ସଚିବ ପାହ୍ୟା ସହ ଉପଦେଷ୍ଟା, ସୁଲତା ଦେଓ, ଜନ୍ମେଜୟ ଲେଙ୍କା, ଦେବାଶିଷ ମଲ୍ଲିକ, ଉକ୍ରଳ କେଶରୀ ପରିଡ଼ାଙ୍କୁ ପ୍ରମୁଖ ସଚିବ ପାହ୍ୟା ସହ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story