ଆଡଭୋକେଟ୍ ଦୀପାଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସନ୍ଦେହରେ ପୁରୁଷ ବନ୍ଧୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହିଳା ଆଇନଜୀବୀଙ୍କ ସନ୍ଦେହ ଜନକ ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।  ମୃତକ ହେଲେ ଦୀପାଳି ପ୍ରିୟଦର୍ଶନୀ ଜେନା।  ରାଜଧାନୀ ଉପକଣ୍ଠ ଲିଙ୍ଗିପୁରର ଏକ ଭଡ଼ା ଘରେ ରହୁଥିଲେ ଦୀପାଳି। ଭଡାଘରୁ ଗତକାଲି ରାତିରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ସୂଚନା ଅନୁଯାୟୀ, ଗତକାଲି ଦୀପାଳି ଓ ତାଙ୍କର ପୁରୁଷ ବନ୍ଧୁ ଘରେ ଥିବା ବେଳେ ସାନ ଭଉଣୀ ବାହାରକୁ ଯାଇଥିଲେ। ରାତିରେ ଦୀପାଳିଙ୍କ ପୁରୁଷ ବନ୍ଧୁ ଫୋନ ଯୋଗେ ଦୀପାଳିଙ୍କ ସାନ ଭଉଣୀଙ୍କୁ […]

p-908

p-908

Tapas Behera
  • Published: Sunday, 20 October 2019
  • Updated: 20 October 2019, 05:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହିଳା ଆଇନଜୀବୀଙ୍କ ସନ୍ଦେହ ଜନକ ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।  ମୃତକ ହେଲେ ଦୀପାଳି ପ୍ରିୟଦର୍ଶନୀ ଜେନା।  ରାଜଧାନୀ ଉପକଣ୍ଠ ଲିଙ୍ଗିପୁରର ଏକ ଭଡ଼ା ଘରେ ରହୁଥିଲେ ଦୀପାଳି। ଭଡାଘରୁ ଗତକାଲି ରାତିରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ସୂଚନା ଅନୁଯାୟୀ, ଗତକାଲି ଦୀପାଳି ଓ ତାଙ୍କର ପୁରୁଷ ବନ୍ଧୁ ଘରେ ଥିବା ବେଳେ ସାନ ଭଉଣୀ ବାହାରକୁ ଯାଇଥିଲେ।

ରାତିରେ ଦୀପାଳିଙ୍କ ପୁରୁଷ ବନ୍ଧୁ ଫୋନ ଯୋଗେ ଦୀପାଳିଙ୍କ ସାନ ଭଉଣୀଙ୍କୁ କହିଥିଲେ, ତୁମ ଭଉଣୀ ଭିତର ପଟୁ କବାଟ ଦେଇଛନ୍ତି ଡାକିଲେ ବି ଖୋଲୁନାହାନ୍ତି।  ଏହି ଖବର ପାଇ ସାନ ଭଉଣୀଙ୍କ ସହ ପରିବାର ଲୋକେ ଆସି ଘର ମଧ୍ୟରୁ ଦୀପାଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ।  ହେଲେ ବର୍ତ୍ତମାନ ସୁଦ୍ଧା ଦୀପାଳିଙ୍କ ପୁରୁଷ ବନ୍ଧୁଙ୍କ ପତ୍ତା ମିଳିନି । ଧଉଳି ଥାନା ପୋଲିସ ଏନେଇ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos