ଓକିଲଙ୍କ ଦବଙ୍ଗଗିରି; ସର୍ବସମ୍ମୁଖରେ ନିଜ ମହକିଲଙ୍କୁ ପିଟିଲେ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଓକିଲଙ୍କ ଦବଙ୍ଗଗିରି। କିଛି ଦିନ ପୂର୍ବେ ଦଶପଲ୍ଲାରେ ଏପରି ଘଟଣା ସାମନାକୁ ଆସିଥିବା ବେଳେ ଏବେ ଭାପୁର ବ୍ଲକ୍‌ ଅନ୍ତର୍ଗତ ଫତେଗଡ଼ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ବିଚ୍‌ ରାସ୍ତାରେ ଜଣେ ଓକିଲ ନିଜ ମହକିଲଙ୍କୁ ମାଡ଼ ମାରୁଥିବା ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଓକିଲଙ୍କ ଆକ୍ରୋଶର ଶିକାର ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଅଜୟ ପରିଡ଼ା। ଅଭିଯୋଗ ଅନୁଯାୟୀ, ଅଜୟ ଲେବର […]

lawer-1

lawer-1

Niharika Rout
  • Published: Monday, 09 March 2020
  • Updated: 09 March 2020, 08:39 AM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଓକିଲଙ୍କ ଦବଙ୍ଗଗିରି। କିଛି ଦିନ ପୂର୍ବେ ଦଶପଲ୍ଲାରେ ଏପରି ଘଟଣା ସାମନାକୁ ଆସିଥିବା ବେଳେ ଏବେ ଭାପୁର ବ୍ଲକ୍‌ ଅନ୍ତର୍ଗତ ଫତେଗଡ଼ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ବିଚ୍‌ ରାସ୍ତାରେ ଜଣେ ଓକିଲ ନିଜ ମହକିଲଙ୍କୁ ମାଡ଼ ମାରୁଥିବା ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଓକିଲଙ୍କ ଆକ୍ରୋଶର ଶିକାର ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଅଜୟ ପରିଡ଼ା।

ଅଭିଯୋଗ ଅନୁଯାୟୀ, ଅଜୟ ଲେବର କାର୍ଡ କରାଇ ଦେବାକୁ ସମ୍ପୃକ୍ତ ଓକିଲଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ତେବେ କାର୍ଡ ନ ହେବାରୁ ଅଜୟ ଟଙ୍କା ଫେରସ୍ତ ମାଗିଥିଲେ। ଏହାକୁ ନେଇ ଓକିଲ ତାଙ୍କୁ ମାଡ଼ ମାରିଥିବା ନେଇ ତାଙ୍କ ପତ୍ନୀ ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି।

ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରିଥିବା ବେଳେ ସମ୍ପୃକ୍ତ ଓକିଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଫଳରେ ଅଜୟଙ୍କ ପତ୍ନୀ ନୟାଗଡ଼ ଏସ୍‌ପିଙ୍କୁ ଭେଟି ସମ୍ପୃକ୍ତ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ସୂଚନାଥାଉ କି, କିଛି ଦିନ ତଳେ ଦଶପଲ୍ଲାର ଜଣେ ମହିଳା ମହକିଲଙ୍କୁ ତାଙ୍କ ଓକିଲ ସର୍ବ ସମ୍ମୁଖରେ ମାଡ଼ ମାରିଥିବାର ଭିଡ଼ିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos