ଜଟଣୀ ଓଭରବ୍ରିଜ୍‌ କାମ ଶୀଘ୍ର ସାରିବା ଦାବିରେ ଭାଜପାର ଗଣଧାରଣା

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପଣ୍ଡା ଇନ୍&zwnj;ଫ୍ରାକୁ କଳା ତାଲିକାଭୁକ୍ତ କରାଯିବା ପରେ ବମିଖାଲ ଓ ଜଟଣୀ ଓଭରବ୍ରିଜ୍&zwnj; ନିର୍ମାଣ କାର୍ଯ୍ୟ ଅନିଶ୍ଚିତତା ଭିତରକୁ ଚାଲି ଯାଇଥିବା ବେଳେ ସାଧାରଣ ଲୋକେ ପଡିଛନ୍ତି ଅସୁବିଧାରେ। ଦୁଇଟିଯାକ ନିର୍ମାଣସ୍ଥଳ ବ୍ୟସ୍ତବହୁଳ ଅଞ୍ଚଳ ହୋଇଥିବାରୁ ଅଧପନ୍ତରିଆ ପୋଲ ନିର୍ମାଣ ଲାଗି ଯାତାୟତରେ ଘୋର ବାଧା ଉତ୍ପନ୍ନ ହେଉଛି। ବମିଖାଲ ବ୍ରିଜ୍&zwnj;କାମ ଅଳ୍ପ କିଛି ବାକି ଥିବା ବେଳେ ଏହାକୁ ପୂର୍ତ୍ତ ବିଭାଗ କରିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି, ହେଲେ ଜଟଣୀ ପାଇଁ ପୁଣିଥରେ ଟେଣ୍ଡର ହେବ ବୋଲି କୁହାଯାଇଛି। ଏଣୁ ଏହା ଏକ ସମୟ ସାପେକ୍ଷ କାର୍ଯ୍ୟ ହୋଇଥିବାରୁ କାମ ଶୀଘ୍ର ସାରିବାକୁ ଦାବି କରିଛି ଜଟଣୀ ବ୍ୟବସାୟୀ ସଂଘ ଓ ଜଟଣୀ ଭାଜପା ଭାଜପା ନଗର ମଣ୍ଡଳ।</p> <p>ଭାଜପା ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ସୀତାରାମ ଛକଠାରେ ୪ ଦଫା ଦାବି ନେଇ ଭାଜପା ପକ୍ଷରୁ ଗଣଧାରଣା ଦିଆଯାଇଥିଲା। ରାଜ୍ୟ ଭାଜପା ମୁଖପାତ୍ର ତଥା ବରିଷ୍ଠ ନେତା ସୁଦୀପ୍ତ ରାୟଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଥିବା ବେଳେ ଅନେକ ଭାଜପା କର୍ମୀ ଏଥିରେ ସାମିଲ ଥିଲେ। ବ୍ରିଜ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା, ନିର୍ମାଣରେ ତ୍ରୁଟି ବିଚ୍ୟୁତି କରିଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାରଙ୍କୁ ଦଣ୍ଡିତ କରିବା, ନିର୍ମାଣ ପାଇଁ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ଶିଘ୍ର ଥଇଥାନ ଓ ମୂଳ ଡିଜାଇନ୍&zwnj;ରେ ବ୍ରିଜ୍&zwnj; ନିର୍ମାଣ କରିବାକୁ ଦାବି କରି ନାରାବାଜି କରାଯାଇଥିଲା।</p>

Ordigital Desk
  • Published: Wednesday, 16 May 2018
  • Updated: 16 May 2018, 06:51 AM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପଣ୍ଡା ଇନ୍&zwnj;ଫ୍ରାକୁ କଳା ତାଲିକାଭୁକ୍ତ କରାଯିବା ପରେ ବମିଖାଲ ଓ ଜଟଣୀ ଓଭରବ୍ରିଜ୍&zwnj; ନିର୍ମାଣ କାର୍ଯ୍ୟ ଅନିଶ୍ଚିତତା ଭିତରକୁ ଚାଲି ଯାଇଥିବା ବେଳେ ସାଧାରଣ ଲୋକେ ପଡିଛନ୍ତି ଅସୁବିଧାରେ। ଦୁଇଟିଯାକ ନିର୍ମାଣସ୍ଥଳ ବ୍ୟସ୍ତବହୁଳ ଅଞ୍ଚଳ ହୋଇଥିବାରୁ ଅଧପନ୍ତରିଆ ପୋଲ ନିର୍ମାଣ ଲାଗି ଯାତାୟତରେ ଘୋର ବାଧା ଉତ୍ପନ୍ନ ହେଉଛି। ବମିଖାଲ ବ୍ରିଜ୍&zwnj;କାମ ଅଳ୍ପ କିଛି ବାକି ଥିବା ବେଳେ ଏହାକୁ ପୂର୍ତ୍ତ ବିଭାଗ କରିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି, ହେଲେ ଜଟଣୀ ପାଇଁ ପୁଣିଥରେ ଟେଣ୍ଡର ହେବ ବୋଲି କୁହାଯାଇଛି। ଏଣୁ ଏହା ଏକ ସମୟ ସାପେକ୍ଷ କାର୍ଯ୍ୟ ହୋଇଥିବାରୁ କାମ ଶୀଘ୍ର ସାରିବାକୁ ଦାବି କରିଛି ଜଟଣୀ ବ୍ୟବସାୟୀ ସଂଘ ଓ ଜଟଣୀ ଭାଜପା ଭାଜପା ନଗର ମଣ୍ଡଳ।</p><p>ଭାଜପା ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ସୀତାରାମ ଛକଠାରେ ୪ ଦଫା ଦାବି ନେଇ ଭାଜପା ପକ୍ଷରୁ ଗଣଧାରଣା ଦିଆଯାଇଥିଲା। ରାଜ୍ୟ ଭାଜପା ମୁଖପାତ୍ର ତଥା ବରିଷ୍ଠ ନେତା ସୁଦୀପ୍ତ ରାୟଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଥିବା ବେଳେ ଅନେକ ଭାଜପା କର୍ମୀ ଏଥିରେ ସାମିଲ ଥିଲେ। ବ୍ରିଜ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା, ନିର୍ମାଣରେ ତ୍ରୁଟି ବିଚ୍ୟୁତି କରିଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାରଙ୍କୁ ଦଣ୍ଡିତ କରିବା, ନିର୍ମାଣ ପାଇଁ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ଶିଘ୍ର ଥଇଥାନ ଓ ମୂଳ ଡିଜାଇନ୍&zwnj;ରେ ବ୍ରିଜ୍&zwnj; ନିର୍ମାଣ କରିବାକୁ ଦାବି କରି ନାରାବାଜି କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos