ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ଲୋକଙ୍କ ଜୀବନ ଯାତ୍ରା ନୁହେଁ। ହଜାର ହଜାର କ୍ଷୁଦ୍ର ବ୍ୟବସାୟୀଙ୍କ ପେଟପାଟଣା ଉପରେ ବି ଲାତ ମାରିଛି ଫୋନି । ଏପଟେ ଘରଦ୍ୱାର ସମ୍ଭାଳିବେ ନା ସେପଟେ ବ୍ୟବସାୟ। ବାତ୍ୟାରେ କାହାର ଦୋକାନ ଘର ଭାଙ୍ଗିଯାଇଛି ତ’ ଆଉ କାହାର ଛପର ଉଡ଼ିଯାଇଛି।
ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ସାମଗ୍ରୀ। ଏବେ ବିଜୁଳି ଓ ପାଣି ଅଭାବରୁ ବି ଅନେକ ବ୍ୟବସାୟ ପୁଣି ଥରେ ଆରମ୍ଭ କରିବାକୁ ଚାହୁଁଥିଲେ ବି ବ୍ୟବସାୟୀମାନେ ନାଚାର । କେଉଁଠି ଦୋକାନ ଘର ଉପରେ ଗଛ ପଡ଼ିଛି, ତ’ ଆଉ କେଉଁଠି ବିଦ୍ୟୁତ୍ ତାର ଓ ଖୁଣ୍ଟ ଉପୁଡ଼ି ପଡ଼ିଛି।
ପୁଣି ଆଉ କାହାର ପୁରା ଦୋକାନ ଭୁଶୁଡ଼ି ପଡ଼ିଛି । ଅନେକ କ୍ୟାବିନ୍ ଅଣଚାଶ ପବନରେ ନିଶ୍ଚିହ୍ନ ହୋଇଯାଇଛି। ଫୋନି ଦାଉ ସାଧିବା ପରେ, ଅନେକ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ପୁଣିଥରେ ଅଣ୍ଟା ସଳଖି ଛିଡ଼ା ହେବା କାଠିକର ପାଠ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ନିଆଁ ପୋଇଁ ହେଉଥିଲେ ବୃଦ୍ଧ; ଦଳିଦେଲା ଦନ୍ତା
ଗତକାଲି ବିଳମ୍ବିତ ରାତିରେ ଘର ବାହାରେ ନିଆଁ ଲଗାଇ ସେକି ହେଉଥିଲେ ସୋତୋ।
Crime
ସରକାରୀ କ୍ୱାର୍ଟର୍ସରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗଣେଶ ବର୍ଷେ ହେବ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ।
Science & Environment
ଲୁଚକାଳି ଖେଳୁଛି ଜିନ୍ନତ; ବନ ବିଭାଗ ନାକେଦମ
ବାଘୁଣୀ ଜିନ୍ନତକୁ ଟ୍ରାକ କରିବା ପାଇଁ ଲାଗିଛନ୍ତି ଦୁଇ ରାଜ୍ୟର ୩ଟି ଟିମ୍।
Crime
ହାର୍ଡକୋର ନକ୍ସଲ ପ୍ରଭାକର ଗିରଫ; ୨୫ ଲକ୍ଷ ଥିଲା ପୁରସ୍କାର ରାଶି
ପ୍ରଭାକରଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
Miscellaneous
ଜଙ୍ଗଲରେ ଥିଲା ୬୨ ଫୁଟ ଉଚ୍ଚ ସହିଦ ସ୍ତମ୍ଭ, ମାଟିରେ ମିଶାଇଲେ ଯବାନ
ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ରହିଥିବା ସବୁଠାରୁ ବିଶାଳ ସହିଦ ସ୍ତମ୍ଭ ମାଟିରେ ମିଶିଲା। ଉକ୍ତ ସ୍ତମ୍ଭକୁ ଧ୍ୱସଂ କରିଛନ୍ତି ଡିଆରଜି ଯବାନ ।