‘‘କାଳିଆ’କୁ ନେଇ ବିଧାନସଭାରେ ମିଛ କହିଲେ କୃଷିମନ୍ତ୍ରୀ, ୮୬ କୋଟିର ଦୁର୍ନୀତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ମିଛ କହିଛନ୍ତି ଓ ୧୦ଟି ଜିଲ୍ଲାରେ ପ୍ରାୟ ୮୬କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାସହିତ କୃଷିମନ୍ତ୍ରୀଙ୍କ ପାଖରେ ଅଯୋଗ୍ୟ ହିତାଧିକାରୀଙ୍କ ପ୍ରକୃତ ସଂଖ୍ୟା ଥିବା ସତ୍ତେ୍ୱ କାହା ଚାପରେ ସେ ବିଧାନସଭାରେ ଭୁଲ୍ ଉତ୍ତର ଦେଇଛନ୍ତି ତା’ର ତଦନ୍ତ ହେବାସହ ତାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ହଟାଇବାକୁ କଂଗ୍ରେସ ଦାବି କରିଛି। କଂଗ୍ରେସ […]

kalia-750x430-1

kalia-750x430-1

Manoranjan Sial
  • Published: Monday, 18 November 2019
  • Updated: 18 November 2019, 07:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ମିଛ କହିଛନ୍ତି ଓ ୧୦ଟି ଜିଲ୍ଲାରେ ପ୍ରାୟ ୮୬କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାସହିତ କୃଷିମନ୍ତ୍ରୀଙ୍କ ପାଖରେ ଅଯୋଗ୍ୟ ହିତାଧିକାରୀଙ୍କ ପ୍ରକୃତ ସଂଖ୍ୟା ଥିବା ସତ୍ତେ୍ୱ କାହା ଚାପରେ ସେ ବିଧାନସଭାରେ ଭୁଲ୍ ଉତ୍ତର ଦେଇଛନ୍ତି ତା’ର ତଦନ୍ତ ହେବାସହ ତାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ହଟାଇବାକୁ କଂଗ୍ରେସ ଦାବି କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କୃଷକ କଲ୍ୟାଣ ନାଁରେ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାର ଲକ୍ଷାଧିକ ଅଯୋଗ୍ୟ ବ୍ୟକ୍ତିଙ୍କୁ କାଳିଆ ଯୋଜନା ଆଳରେ କୋଟି କୋଟି ଟଙ୍କା ବାଣ୍ଟିଛନ୍ତି। ଏ ଅଭିଯୋଗକୁ ସରକାର ମୂଳରୁ ଫାଙ୍କି ଆସୁଥିଲେ ମଧ୍ୟ ଶେଷରେ ଧରା ପଡ଼ିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସମସ୍ତ ସଠିକ୍ ସୂଚନା କୃଷିମନ୍ତ୍ରୀଙ୍କ ପାଖରେ ମହଜୁଦ ଥିବାବେଳେ, ଜାଲିଆତିରୁ ବଞ୍ଚିବା ପାଇଁ ଶେଷରେ ବିଧାନସଭା ଗୃହରେ ସାଂଘାତିକ ମିଥ୍ୟା ତଥ୍ୟ ଦେଇଛନ୍ତି । ବିଧାନସଭାରେ ଗତ ୧୩ ତାରିଖରେ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ, କାଳିଆ ଯୋଜନାରେ ପ୍ରଥମ କିସ୍ତି ପାଇଥିବା ମୋଟ୍ ୫୧ ଲକ୍ଷ ୫ ହଜାର ୨୯୦ ହିତାଧିକାରୀଙ୍କ ମଧ୍ୟରୁ ୪୫ ହଜାର ୯୬୫ ଜଣ ହିତାଧିକାରୀଙ୍କୁ ଅଯୋଗ୍ୟ ଭାବରେ ଚିହ୍ନଟ କରାଯାଇଛି।
ମାତ୍ର ୧୦ଟି ଜିଲ୍ଲା ଯଥା- କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି, ସୁନ୍ଦରଗଡ଼, ସମ୍ବଲପୁର ଓ ସୋନପୁର ଜିଲ୍ଲାର କୃଷି ଅଧିକାରୀମାନେ ସୂଚନା ଅଧିକାର ଆଇନ ବଳରେ ଦେଇଥିବା ତଥ୍ୟ ଅନୁସାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧ଲକ୍ଷ ୭୨ହଜାର ୯୦୮। ଯଦି ୧୦ଟି ଜିଲ୍ଲାରେ ଏତେ ସଂଖ୍ୟକ ଅଯୋଗ୍ୟ ଅଛନ୍ତି ତା’ହେଲେ ୩୦ଟି ଜିଲ୍ଲାରେ କେତେ ଅଯୋଗ୍ୟ ଥିବେ ତାହା ସହଜରେ ଅନୁମେୟ। କଂଗ୍ରେସ ଆଗାମୀ ପର୍ଯ୍ୟାୟରେ ବାକି ଥିବା ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସାର୍ବଜନୀନ କରିବ ବୋଲି ଶ୍ରୀ ନାୟକ କହିଛନ୍ତି।

ଯଦିଓ କୃଷିମନ୍ତ୍ରୀ ‘କାଳିଆ’ ଯୋଜନାରେ ଅଯୋଗ୍ୟଙ୍କ ସଂଖ୍ୟା ମାତ୍ର ୪୫୯୬୫ ବୋଲି କହୁଛନ୍ତି ତା’ହେଲେ ୧୦ଟି ଜିଲ୍ଲାର କୃଷି ଅଧିକାରୀମାନେ କିଭଳି ଏହି ଅଯୋଗ୍ୟଙ୍କ ସଂଖ୍ୟା ୧.୭୩ଲକ୍ଷ ବୋଲି କହିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଜିଲ୍ଲା କୃଷି ଅଧିକାରୀମାନେ ସରକାରୀ ଭାବେ ଦେଇଥିବା ତଥ୍ୟ ଅନୁସାରେ କୋରାପୁଟରେ ୧୫୨୫୫, ଖୋର୍ଦ୍ଧାରେ ୧୮୫୫୨, ଗଞ୍ଜାମରେ ୧୯୯୮୦, ମୟୂରଭଞ୍ଜରେ ୧୪୦୧୭ଜଣ, ସୋନପୁରରେ ୩୭୭୫୯ଜଣ, କଟକରେ ୨୦୦୧୦, ମାଲକାନଗିରିରେ ୯୮୫୨, ସୁନ୍ଦରଗଡ଼ରେ ୧୧୫୪୨, ସମ୍ବଲପୁରରେ ୧୦୦୫୦, ଜଗତସିଂହପୁରରେ ୧୫୮୯୧ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି।

ଖୋଦ୍ ମନ୍ତ୍ରୀଙ୍କ ବିଭାଗୀୟ ସହଯୋଗୀଙ୍କ ରିପୋର୍ଟ ଦର୍ଶାଉଛି ଯେ ଜରୁରୀକାଳୀନ ପାଣ୍ଠିରୁ ଅର୍ଥ ଆଣି କିଭଳି ସରକାର ଶହ ଶହ କୋଟି ଟଙ୍କା ବାଟମାରଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଫାଇଭ-ଟି କଥା କହୁଥିବାବେଳେ ବିଧାନସଭାରେ ମିଛ ତଥ୍ୟ ଦେଇଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ଏହାକୁ ଲାଗୁ କରି ଗୃହର ଅବମାନନା କରିଥିବା ଓ ମନ୍ତ୍ରୀ ପଦର ମର୍ଯ୍ୟାଦା ହାନି କରିଥିବାରୁ ତାଙ୍କୁ ଅବିଳମ୍ବେ କୃଷି ମନ୍ତ୍ରୀରୁ ହଟାନ୍ତୁ ବୋଲି କଂଗ୍ରେସ ଦାବି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story