ପ୍ରଦେଶ କଂଗ୍ରେସର ସବୁ କମିଟି ଭାଙ୍ଗିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ରାଜ୍ୟରେ ଦଳର ଦୁର୍ବଳ ପ୍ରଦର୍ଶନ ପରେ କଂଗ୍ରେସର ସମସ୍ତ ସାଂଗଠନିକ କମିଟିକୁ ନିରସ୍ତ୍ର କରିଦିଆଯାଇଛି। ଆଜି ଏନେଇ ଏଆଇସିସି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟିକୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି। ତେବେ ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଭାବେ ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀ ପୂର୍ବଭଳି ଦାୟିତ୍ୱ ତୁଲାଇବେ। ଏ ସମ୍ପର୍କରେ ସୂଚନା ଦେଇ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ କହିଛନ୍ତି […]

congress-23199999

congress-23199999

Manoranjan Sial
  • Published: Monday, 26 August 2019
  • Updated: 26 August 2019, 09:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ରାଜ୍ୟରେ ଦଳର ଦୁର୍ବଳ ପ୍ରଦର୍ଶନ ପରେ କଂଗ୍ରେସର ସମସ୍ତ ସାଂଗଠନିକ କମିଟିକୁ ନିରସ୍ତ୍ର କରିଦିଆଯାଇଛି। ଆଜି ଏନେଇ ଏଆଇସିସି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟିକୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି। ତେବେ ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଭାବେ ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀ ପୂର୍ବଭଳି ଦାୟିତ୍ୱ ତୁଲାଇବେ।

ଏ ସମ୍ପର୍କରେ ସୂଚନା ଦେଇ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ କହିଛନ୍ତି ଯେ, ପିସିସିର ସମସ୍ତ କମିଟିକୁ ଏଆଇସିସି ଭାଙ୍ଗି ଦେଇଛନ୍ତି। କେବଳ ପିସିସି ସଭାପତି ଓ ଦୁଇଜଣ କାର୍ଯ୍ୟକାରୀ ସଭାପତିଙ୍କ ଛଡ଼ା ଅନ୍ୟ ସମସ୍ତ ପଦବୀକୁ ଅକାମୀ କରିଦିଆଯାଇଛି। ଏଆଇସିସିର ପରବର୍ତ୍ତୀ ନିର୍ଦ୍ଦେଶ ଆସିଲେ ଦଳୀୟ ପଦାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହେବ।

ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୪ଦିନ ପୂର୍ବରୁ ଦିଲ୍ଲୀରେ ଏଆଇସିସି ସହ ବୈଠକବେଳେ ରାଜ୍ୟର ସାଂଗଠନିକ ସ୍ଥିତି ଉପରେ ବିଚାରବିମର୍ଶ ହୋଇଥିଲା। ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ ନକରିବା ପାଇଁ ଅଧିକାଂଶ ନେତା ଦାବି କରିଥିଲେ। ଯାହାକୁ ଏଆଇସିସି କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ରାଜ୍ୟରେ କଂଗ୍ରେସ ସଂଗଠନକୁ କିଭଳି ପୁଣିଥରେ କ୍ରିୟାଶୀଳ କରିହେବ ସେ ନେଇ ବରିଷ୍ଠ ନେତାମାନେ ଏକଜୁଟ ହୋଇ ବିଚାରବିମର୍ଶ କରିବା ନିମନ୍ତେ ଏଆଇସିସି ପରାମର୍ଶ ଦେଇଛନ୍ତି। ପିସିସି ସଭାପତି ଓ ଦୁଇ କାର୍ଯ୍ୟକାରୀ ସଭାପତି ମିଳିତ ଭାବେ ପିସିସିର ବିଭିନ୍ନ ପଦାଧିକାରୀ ଚୟନ ପ୍ରକ୍ର୍ରିୟା ଆରମ୍ଭ କରିବା ସହ ଜିଲ୍ଲାସ୍ତରରେ ସଂଗଠନକୁ ସୁଦୃଢ଼ ଦିଗରେ ପଦକ୍ଷେପ ନେବେ। ଆଗକୁ ବିଜେପୁର ଉପନିର୍ବାଚନ ସମେତ ପୌର ନିର୍ବାଚନ ମଧ୍ୟ ରହିଛି। ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ମଧ୍ୟ ଏଥର ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ସମ୍ପାଦିତ ହେବ। ତେଣୁ ଏଆଇସିସି ସବୁ ଦିଗକୁ ବିଚାର କରି ଶ୍ରୀ ପଟ୍ଟନାୟକଙ୍କ ଇସ୍ତଫା ଆବେଦନକୁ ଖାରଜ କରିବା ସହ ତାଙ୍କୁ ସକ୍ରିୟ ହୋଇ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story