ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଜେଇଇ ମେନରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ରାଙ୍କ କାର୍ଡ। ଛାତ୍ରଛାତ୍ରୀ କେଉଁ ରାଙ୍କ ପାଇଛନ୍ତି ତାହା ଜେଇଇ ମେନ୍ ୱେବସାଇଟରୁ ଜାଣିପାରିବେ। ଜେଇଇ ମେନ୍ ପରୀକ୍ଷାର ନମ୍ବର ଏବଂ ଯୁକ୍ତ ଦୁଇ ନମ୍ବରକୁ ମିଶାଇ ରାଙ୍କ କାର୍ଡ ପ୍ରସ୍ତୁତ କରାଯାଇଛି। ଏହି ରାଙ୍କ ଅନୁସାରେ ଛାତ୍ରଛାତ୍ରୀ ଇଂଜିନିୟିରଂ ପାଠ୍ୟକ୍ରମରେ ନାମଲେଖାଇ ପାରିବେ। ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ଇଂଜିନିୟରିଂ କଲେଜରେ ଆଡମିଶନ ପାଇଁ ଓଜେଇଇ କର୍ତ୍ତୃପକ୍ଷ କାଉନସେଲିଂ କରିବେ। ଏଥିପାଇଁ ଛାତ୍ରଛାତ୍ରୀ ଜୁଲାଇ ୨ରୁ ଓଜେଇଇ ୱେବସାଇଟରେ ରେଜିଷ୍ଟ୍ରେସନ୍ କରିପାରିବେ। କାଉନସେଲିଂ ପାଇଁ ଜୁଲାଇ ୧୦ ତାରିଖରେ ରାଜ୍ୟର ପ୍ରମୁଖ ସହରରେ ଖୋଲିବ ନୋଡାଲସେଣ୍ଟର। ନିଜ ମନୋନୀତ ନୋଡାଲ ସେଣ୍ଟରକୁ ଯାଇ ଛାତ୍ରଛାତ୍ରୀ ଡକ୍ୟୁମେଣ୍ଟ ଭେରିଫିକେସନ୍ କରିବା ସହ ଚଏସ୍ ଲକିଂ ମଧ୍ୟ କରିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବ୍ୟାଙ୍କରୁ ଫେରୁଥିଲେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ, ୫ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁଇ ଲୁଟେରା
ସୁଶୀଲ ମାଝୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।
Miscellaneous
କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିବ ବସ୍; ମହିଳାଙ୍କ ପାଇଁ ୫୦% ରିହାତି
ମହିଳାଙ୍କ ପାଇଁ ୫୦% ରିହାତି ବ୍ୟବସ୍ଥା ରହିଛି। ରହିବା, ଖାଇବାର ବ୍ୟବସ୍ଥା କରିବ OSRTC। ପୁରୀ, ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ବସ୍ ଗୁଡ଼ିକ ଅଯୋଧ୍ୟା ଯିବ ବୋଲି OSRTC ଅତିରିକ୍ତ ସଚିବ କହିଛନ୍ତି।
Crime
Z1ରେ ରହିଛି ହଂସିକାଙ୍କ ୩ଟି ଫ୍ଲାଟ୍; IT ଓ ପୁଲିସ୍ ଚଢ଼ଉ
ଠକେଇ ରାଣୀ ହଂସିକା ଅଭିଲିପ୍ସା ଓ ତାଙ୍କ ସ୍ୱାମୀ ଅନୀଲ ମହାନ୍ତିଙ୍କ ପେଡି ଖୋଲିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିଥିଲା ଆୟକର ବିଭାଗ(IT) ଓ କମିସନରେଟ୍ ପୁଲିସ୍।। କୋର୍ଟଙ୍କ ଅନୁମତି ପରେ ଉଭୟଙ୍କୁ ଜେରା ପାଇଁ ଆଣିଥିଲେ।
Guest Column
ଆର୍ଥିକ ଓ ସାମାଜିକ ସ୍ଥିତି ଆଧାରରେ ଶିକ୍ଷାସେବା ଜରୁରୀ
ଓଡ଼ିଶାରେ ମାଧ୍ୟମିକ ସ୍ତରରେ ପାଠ ଛାଡ଼ି ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ରହୁଛି। ପ୍ରାୟ ୨୭.୩ ଭାଗ ଛାତ୍ରଛାତ୍ରୀ ମାଧ୍ୟମିକ ସ୍ତରରେ ପାଠପଢ଼ା ଛାଡ଼ି ଚାଲିଯାଉଛନ୍ତି। ରାଜ୍ୟରେ ପୂର୍ବତନ ସରକାର ନିର୍ବାଚନ ଆସିବା ପୂର୍ବରୁ ଏପରି ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ନବମ, ଦଶମ, ଏକାଦଶ ପିଲାମାନଙ୍କ ପାଇଁ ମାସିକ ଆର୍ଥିକ ସହାୟତା ଘୋଷଣା କରିଥିଲେ। ଏହା ନିର୍ବାଚନ ଉଦ୍ଦେଶ୍ୟରେ କରାଯାଇଥିବା ସେତେବେଳେ ସମସ୍ତେ ଉପଲବ୍ଧି କରିଥିଲେ।
Crime
ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିବାଦ କରିବାରୁ ଛୁରା ମାଡ଼
ନାବାଳିକାଜଣକ ପ୍ରତିବାଦ କରିବାରୁ ଯୁବକ ପାଲଟିଗଲେ ପିଶାଚ। ରକ୍ତମୁଖା ପାଲଟି ଏକ ଛୁରୀରେ ନାବାଳିକାଙ୍କୁ ଏକାଧିକ ଥର କଲେ ଛୁରା ମାଡ଼ ।